କୌଶଲ୍ୟା
ହିନ୍ଦୁ ପୁରାଣ ରାମାୟଣ ଅନୁସାରେ କୌଶଲ୍ୟା କୋଶଳ ରାଜ୍ୟର ରାଜକୁମାରୀ ଥିଲେ । ସେ ରାଜା ଦଶରଥଙ୍କ ପତ୍ନୀ, ଭଗବାନ ରାମଙ୍କ ମାତା ତଥା ଅଯୋଧ୍ୟାଙ୍କ ଜ୍ୟେଷ୍ଠ ରାଣୀ ଥିଲେ । ସେ ମଧ୍ୟ ଶାନ୍ତାର ମାତା ଥିଲେ । ରାଜା ଦଶରଥଙ୍କ ତିନିରାଣୀ ମଧ୍ୟରେ କୌଶଲ୍ୟା ଥିଲେ ଜ୍ୟେଷ୍ଠା ପତ୍ନୀ ।[୧]
ପୌରାଣିକ ଗାଥା
ସମ୍ପାଦନାକୌଶଲ୍ୟା ହେଉଛନ୍ତି କୋଶଳ ରାଜ୍ୟର ରାଜା ସୁକୌଶଲ ଏବଂ ରାଣୀ ଅମୃତପ୍ରଭାଙ୍କ ଝିଅ । ଅଧୁନା କୌଶଲ୍ୟାଙ୍କ ଜନ୍ମ ସ୍ଥାନ ଛତିଶଗଡ଼ର ଚନ୍ଦ୍ରଖୁରୀ ଅଞ୍ଚଳରେ ଅବସ୍ଥିତ ବୋଲି ଜଣାଯାଏ ।[୨] ସେମାନଙ୍କ ଜନ୍ମସ୍ଥାନରେ ମାତା କୌଶଲ୍ୟାଙ୍କ ମନ୍ଦିର ନାମକ ଏକ ମନ୍ଦିର ଅଛି, ଯାହାକି ମାତା କୌଶଲ୍ୟାଙ୍କୁ ସମର୍ପିତ ଦୁନିଆର ଏକମାତ୍ର ମନ୍ଦିର ଅଟେ ।
ଅଯୋଧ୍ୟାରୁ ଚଉଦ ବର୍ଷ ନିର୍ବାସନ ପାଇ ରାମ ବନ ବାସ ଅଭିମୁଖେ ବାହାରିଲେ । ରାମ, ତାଙ୍କ ପତ୍ନୀ ଏବଂ ଭାଇ, ବନଚାରୀଙ୍କ ଭଳି ପୋଷାକ ପରିହିତ ହୋଇ ସୁମନ୍ତ୍ରାଙ୍କଦ୍ୱାରା ଚାଳିତ ରଥରେ ବସି ବନ ଅଭିମୁଖେ ଗମନ କରିବା ବେଳେ ରାଜ୍ୟବାସୀ ତାଙ୍କୁ ଘେରି ରହିଥିଲେ । ଦଶରଥ ତାଙ୍କ ପ୍ରାସାଦରୁ ବାହାରି ରାଣୀମାନଙ୍କଦ୍ୱାରା ଘେରି ରହିଲେ ରାମଙ୍କର ପଶ୍ଚାଦଗମନ କରିବାକୁ ଲାଗିଲେ । ତେବେ ରାମ ଦୃଶ୍ୟମାନ ହେବା ପର୍ଯ୍ୟନ୍ତ ପିଛା କରିବା ପରେ ସମସ୍ତେ ମନ ଦୁଃଖରେ ଗୃହକୁ ଫେରି ଆସିଥିଲେ । ଏତେବଡ଼ ଦୁଃଖକୁ ସାମନା କରିବାପରେ ମଧ୍ୟ ରାଣୀ କୌଶଲ୍ୟାଙ୍କ, କୈକେୟୀଙ୍କ ପ୍ରତି ଅସୂୟାଭାବ ସୃଷ୍ଟି ହୋଇ ନ ଥିଲା । ଏକ ପୌରାଣିକ ଉପାଖ୍ୟାନ ଅନୁସାରେ ରାଣୀ କୌଶଲ୍ୟା ବାସ୍ତବରେ ଥିଲେ ଦ୍ରୋଣବସୁଙ୍କ ପତ୍ନୀ ଧାରାଙ୍କ ଅବତାର ଥିଲେ । ସେହି ଜନ୍ମରେ ସେ ଭଗବାନ ବିଷ୍ଣୁଙ୍କଠାରୁ ଏକ ବର ପାଇଥିଲେ ଯେଉଁଥିରେ ଭଗବାନ ବିଷ୍ଣୁ କୁହନ୍ତି - "ମୁଁ ତୁମ ପୁଅ ଭାବରେ ତ୍ରେତୟା ଯୁଗରେ ଜନ୍ମ ହେବି" । ପରବର୍ତ୍ତୀ ଜନ୍ମରେ କୌଶଲ୍ୟା କୃଷ୍ଣଙ୍କ ମାତା ଦେବକୀ ଭାବରେ ମଧ୍ୟ ଜନ୍ମଗ୍ରହଣ କରିଥିଲେ ।
ରାମରାଜ୍ୟରେ ସେ ଥିଲେ ଅଯୋଧ୍ୟାର ରାଜମାତା । ସଦାସର୍ବଦା ସେ ଅନ୍ୟ ଦୁଇ ରାଣୀଙ୍କୁ (କୈକେୟୀ ଓ ସୁମିତ୍ରା ) ନିଜର ଭଗିନୀବତ୍ ଦେଖୁଥିଲେ ।
ଆଧାର
ସମ୍ପାଦନା- ↑ "Valmiki Ramayana - Bala Kanda". web.archive.org. 13 November 2015. Archived from the original on 13 November 2015. Retrieved 25 February 2021.
{{cite web}}
: CS1 maint: bot: original URL status unknown (link) - ↑ Sukhdev Singh Chib (1977). Punjab. Light & Life. p. 2. Archived from the original on 12 October 2020. Retrieved 25 Feb 2021.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |