ମାଛ ଝୋଳ ବା ମାଛ ତରକାରି ଏକ ସୁସ୍ୱାଦୁ ଆମିଷ ଖାଦ୍ୟ।

ମାଛ ଝୋଳ
ମାଛ ତରକାରି
ପରଷାSeafood curry
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନମାଛ,ମସଲା

ସାମଗ୍ରୀ ସମ୍ପାଦନା

  • ମାଛ ୫୦୦ ଗ୍ରାମ୍
  • ୩ଟି ପିଆଜ
  • ୬ଟି ଜବା ରସୁଣ ପେସ୍ଟ୍
  • ୨ରୁ ୩ ଚାମଚ ଅଦା ପେସ୍ଟ୍
  • ୪ରୁ ୬ ଚାମଚ ବିଲାତି ବାଇଗଣ ପେସ୍ଟ
  • ୨ରୁ ୩ କପ୍ ପାଣି
  • ଜିରା ୧ ଚାମଚ
  • ହଳଦୀ ୧ ଚାମଚ
  • ଗରମ ମସଲା ୧ ଚାମଚ
  • ଲୁଣ ସ୍ୱାଦ ଅନୁସାରେ
  • ଅଧା କପ୍ ଘିଅ

ତିଆରି ପ୍ରଣାଳୀ ସମ୍ପାଦନା

ପ୍ରଥମେ ମାଛକୁ ଛୋଟ ଛୋଟ କରି କାଟିନିଅନ୍ତୁ । ଏହା ପରେ କଢେଇରେ ଘିଅ ଗରମ କରି ମାଛ ଭାଜନ୍ତୁ । ଭାଜି ସାରିଲା ପରେ ମାଛ ଗୁଡିକୁ ଅଲଗା କାଢି ଦିଅନ୍ତୁ। ଗୋଟିଏ ପିଆଜକୁ କାଟନ୍ତୁ ଏବଂ ଅନ୍ୟ ପିଆଜର ପେସ୍ଟ ପ୍ରସ୍ତୁତ କରି ଅଲଗା ଅଲଗା ରଖନ୍ତୁ । ପେସ୍ଟ୍ କରିଥିବା ପିଆଜକୁ ଘିଅରେ କିଛି ସମୟ ଭାଜନ୍ତୁ। ଏହାପରେ ସବୁ ମସଲା, ସାମଗ୍ରୀ ମିଶାଇ ଚଟୁ କରନ୍ତୁ। ଏହାପରେ ପିଆଜ, ଟମାଟ ,ଅଦା ଏବଂ ରସୁଣର ପେସ୍ଟ ପକାନ୍ତୁ। ଏହା ପରେ ପାଣି ଏବଂ ଲୁଣ ପକାଇ ଫୁଟାନ୍ତୁ, ଏହାପାରେ ଭଜା ମାଛ ପକାଇ ୨୦ ମିନିଟ ପର୍ଯନ୍ତ କମ୍ ଆଞ୍ଚରେ ରାନ୍ଧନ୍ତୁ। ପ୍ରସ୍ତୁତ ହେଲା ପରେ ଗରମ ଗରମ ଭାତ ସ‌ହିତ ପରଷନ୍ତୁ।

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା