ମାଗୁଣି ଚରଣ ଦାସ

ଗୋଟିପୁଅ ନର୍ତ୍ତକ ଓ ଗୁରୁ

ମାଗୁଣି ଚରଣ ଦାସ ଜଣେ ଭାରତୀୟ ପାରମ୍ପରିକ ନୃତ୍ୟଶିଳ୍ପୀ ଥିଲେ ।[] ସେ ପୁରୀ ଜିଲ୍ଲାର ରଘୁରାଜପୁରରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାର ପାରମ୍ପରିକ ନୃତ୍ୟ ଗୋଟିପୁଅ ପାଇଁ ସେ ଭାରତ ପ୍ରସିଦ୍ଧ ଅଟନ୍ତି । ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ (ଗୋଟିପୁଅ ନୃତ୍ୟ ପାଇଁ ବିଦ୍ୟାଳୟ)ର ସେ ପ୍ରତିଷ୍ଠାତା ଥିଲେ ।[] ଲୋପ ପାଇ ଆସୁଥିବା ଗୋଟିପୁଅ ନୃତ୍ୟର ସେ ପୁନଃରୁଦ୍ଧାର କରିଥିଲେ । ତାଙ୍କ ନୃତ୍ୟ ଶୈଳୀ ଗୋଟିପୁଅର ରଘୁରାଜପୁର ଘରଣା ଭାବରେ ପରିଚିତ (Raghurajpur Gharana of Gotipua) । ତାଙ୍କ ବିଦ୍ୟାଳୟରେ ନୃତ୍ୟ ତାଲିମ ଦିଆ ଯିବା ସହ ପାଠ ମଧ୍ୟ ପଢ଼ା ଯାଉଥିଲା । ୫ ଡିସେମ୍ବର ୨୦୦୮ରେ ସେ ମୃତ୍ୟୁ ବରଣ କରିଥିଲେ ।

ମାଗୁଣି ଚରଣ ଦାସ
ଜନ୍ମ
ମୃତ୍ୟୁ୫ ଡିସେମ୍ବର ୨୦୦୮
ରଘୁରାଜପୁର, ପୁରୀ ଜିଲ୍ଲା
ବୃତ୍ତିପାରମ୍ପରିକ ନୃତ୍ୟଶିଳ୍ପୀ
ପ୍ରସିଦ୍ଧିଗୋଟିପୁଅ ନୃତ୍ୟ
ସନ୍ତାନପ୍ରଦ୍ୟୁମ୍ନ କୁମାର ମିଶ୍ର
ପୁରସ୍କାରପଦ୍ମଶ୍ରୀ
ଓଡ଼ିଶା ସଙ୍ଗୀତ ଏକାଡେମି ପୁରସ୍କାର
ତୁଳସୀ ସମ୍ମାନ

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ତରଫରୁ ସେ ତୁଳସୀ ସମ୍ମାନ ପାଇଥିଲେ । []
  • ଗୋଟିପୁଅ ନୃତ୍ୟର ଅବଦାନ ପାଇଁ ସେ ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।[]

ଆହୁରି ଦେଖନ୍ତୁ

ସମ୍ପାଦନା
  1. "Gotipua Tradition: A Deeper Insight". Youth ki Awaz. 12 April 2012. Retrieved November 23, 2015.
  2. ୨.୦ ୨.୧ "God's Little Dancers: The Gotipua Tradition of Odisha". Craft Revival. 2015. Archived from the original on November 24, 2015. Retrieved November 23, 2015.
  3. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.