ମାଖନଲାଲ ବାନାର୍ଜୀ
ମାଖନଲାଲ ବାନାର୍ଜୀ, ପ୍ରଥମ ଓଡ଼ିଆ କଥାଚିତ୍ର ସୀତା ବିବାହରେ ରାମ ଚରିତ୍ରରେ ଅଭିନୟ[୧] କରିଥିବା ହେତୁ, ସେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ନାୟକ ।[୨] ଏହି କଥାଚିତ୍ରଟି ୧୯୩୬ ମସିହା ଅପ୍ରେଲ ମାସ ୨୮ ତାରିଖରେ ପୁରୀର ଲକ୍ଷ୍ମୀ ଥିଏଟରରେ ମୁକ୍ତିଲାଭ କରିଥିଲା ।[୩]
ମାଖନଲାଲ ବାନାର୍ଜୀ | |
---|---|
ଜନ୍ମ | ୧୯୦୪ ବାଲୁବଜାର, କଟକ |
ମୃତ୍ୟୁ | ୧୯୪୨ |
ଜାତୀୟତା | ଭାରତୀୟ |
ମାଖନଲାଲ, ୧୯୦୪ମସିହାରେ କଟକର ବାଲୁବଜାରଠାରେ ଜନ୍ମଗ୍ରହଣ କରିଥିଲେ । ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କରେ ସେ ହେଡ୍ କ୍ଲର୍କ ଭାବରେ କାର୍ଯ୍ୟ କରିଥିଲେ । ନାଟକ ଦେଖିବା ଓ ଅଭିନୟ କରିବା ତାଙ୍କର ଏକ ନିଶା ଥିଲା । ନିଶା ଏପରି ଥିଲା ଯେ, ପ୍ରତି ଶନିବାର କଲିକତା ଯାଇ, ରବିବାର ସେଠାରେ ନାଟକ ଦେଖି, ସୋମବାର ପୁଣି କଟକରେ ପହଞ୍ଚି ଅଫିସ କାର୍ଯ୍ୟରେ ଯୋଗଦାନ କରୁଥିଲେ । କଟକରେ ସେ ଅନେକ ସଂଗୀତ ଆସରର ଆୟୋଜନ କରିଥିଲେ । କଟକର ବୀଣାପାଣି କ୍ଲବର, ସେ ପୃଷ୍ଟପୋଷକ ଥିଲେ । ତାଙ୍କରି ପ୍ରଚେଷ୍ଟାରେ ୧୯୩୨ ମସିହାରେ 'ଆରତୀ' ନାମକ ଏକ ମଞ୍ଚ ଓ ସିନେମା ଭିତ୍ତିକ ପତ୍ରିକା ପ୍ରକାଶ ପାଉଥିଲା । ଏହାଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭିତ୍ତିକ ପତ୍ରିକା । ଶରତ ଚନ୍ଦ୍ର ମୁଖାର୍ଜୀ ଏହି ପତ୍ରିକାର ସମ୍ପାଦନା କରୁଥିଲେ ।
୧୯୪୨ ମସିହା ଶ୍ୟାମା ପୂଜାରେ ତାଙ୍କର ତିରୋଧାନ ଘଟିଥିଲା ।
ଅଭିନୀତ ନାଟକ
ସମ୍ପାଦନା- ଶାହାଜାହାନ
- କୋଣାର୍କ
- ପାଇକପୁଅ
- କର୍ଣାର୍ଜୁନ
- ସୀତା
- ବେହୁଲା[୪]
ଆଧାର
ସମ୍ପାଦନା- ↑ "'ସୀତା ବିବାହ'ର ନାଉରୀ". ନିତିଦିନ 'ନଜର୍'. Archived from the original on 2020-10-14. Retrieved 24 April 2017.
- ↑ http://timesofindia.indiatimes.com/city/bhubaneswar/Bronze-age-of-Odia-cinema/articleshow/12771459.cms
- ↑ Renu Saran (4 March 2014). History of Indian Cinema. Diamond Pocket Books Pvt Ltd. pp. 265–. ISBN 978-93-5083-651-4.
- ↑ "ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ନାୟକ". ସିନେସମ୍ବାଦ ଡିସେମ୍ବର ୩-୯, ୨୦୧୫ ପୃଷ୍ଠା ୧. Retrieved 3 December 2015.[permanent dead link]