ମା’ ଘର ଫାଉଣ୍ଡେସନ

(ମା' ଘରରୁ ଲେଉଟି ଆସିଛି)

ମା’ ଘର ଫାଉଣ୍ଡେସନ ଓଡ଼ିଶାର ଏକ ମହିଳା ସମାଜସେବୀ ସଂଗଠନ । ଏହା ୠତୁପର୍ଣ୍ଣା ମହାନ୍ତିଙ୍କ ନେତୃତ୍ୱରେ ୨୦୦୪ରୁ ଓଡ଼ିଶାରେ ଅସହାୟ ମହିଳା ଏବଂ ଝିଅମାନଙ୍କୁ ସହାୟତା ଯୋଗାଇ ଆସୁଛି ।

କାର୍ଯ୍ୟ ସମ୍ପାଦନା

ଏହାର ପ୍ରାରମ୍ଭିକ ସ୍ଥରରେ ଉଦ୍ଧାର, ଚାଲାଣ ଏବଂ ଦୁଷ୍କର୍ମ ପୀଡିତାଙ୍କୁ ପୁନର୍ବାସ,ସାମୟିକ ବାସଗୃହ, ଖାଦ୍ୟ, ସ୍ୱାସ୍ଥ୍ୟସେବା, ଆଇନଗତ ସହାୟତା ଏବଂ ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ ଆଦିର ବ୍ୟବସ୍ଥା କରେ । ଆବାସିକ ସ୍ଥାନଟି ସେପର୍ଯ୍ୟନ୍ତ ଏକ ସାମୟିକ ଘର ଭାବେ ଧରାଯାଇଥାଏ ଯେପର୍ଯ୍ୟନ୍ତ ଅସହାୟଙ୍କୁ ସମାଜିକ ସ୍ୱୀକୃତି ନମିଲିଛି ଏବଂ ସେ ଆର୍ଥିକ ସ୍ୱାବଲମ୍ବୀ ନହୋଇଛନ୍ତି । ପୀଡିତାଙ୍କ ପାଖ ପଡୋଶୀଙ୍କମାନଙ୍କୁ ଏକତ୍ରିତ କରାଇ ଏକ କମ୍ୟୁନିଟି ଭିଜିଲାନ୍ସ ଗୋଷ୍ଠୀ ଗଠନ କରାଯାଏ । ସେମାନଙ୍କୁ ସଶକ୍ତ କରି ଗଢିତୋଳି ନିଜ ଅଂଚଳରେ ମାନବ ଚାଲାଣ, ମହିଳାମାନଙ୍କ ପ୍ରତି ଘଟୁଥିବା ଘରୋଇ ହିଂସା ଆଦି କାର୍ଯ୍ୟରେ ହସ୍ତକ୍ଷେପ କରି ଏହି ଭଳି କାର୍ଯ୍ୟକୁ ରୋକିବାକୁ ସଚେତନ କରାଯାଇଥାଏ । ଏହିସବୁ କାର୍ଯ୍ୟ ମାତ୍ର ୫ ବର୍ଷରେ ପାଖାପାଖି ସବୁ ବୟସବର୍ଗର ୧୫,୦୦୦ ଅସହାୟ ମହିଳାଙ୍କୁ ପୁନର୍ବାସ ଏବଂ ଥଇଥାନ କରାଯାଇପାରିଛି । ଏକ ଲକ୍ଷରୁ ଅଧିକ ମହିଳା ସେମାନଙ୍କ ଅଧିକାର ବାବଦରେ ସଚେତନ ହୋଇସାରିଛନ୍ତି । ଏଠାରେ ସହସ୍ରାଧିକ ବେରୋଜଗାରୀ ଯୁବତୀଙ୍କୁ ସୁରକ୍ଷା, କମ୍ପ୍ୟୁଟର, ପ୍ରଶିକ୍ଷଣ ଏବଂ ତାପରେ ନିଯୁକ୍ତି ସୁଯୋଗ ମିଳିଛି । ମହିଳାମାନେ ମଧ୍ୟ ଭିନ୍ନ ସମସ୍ୟା ମାନ ଯାହା ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛି ଆସି ମା’ ଘରଠାରେ ପଂଜିକରଣ କରିଥାନ୍ତି । [୧]

ଦ୍ୱିତୀୟ ସ୍ତରରେ ନ୍ୟାୟ ପ୍ରାପ୍ତି, ନୀତି ନିର୍ଦ୍ଧାରଣ, ଜନ ଶୁଣାଣୀ, ସମ୍ବେଦନଶୀଳ ନିଷ୍ପତ୍ତିନେବା ପାଇଁ ବୟସ୍କ ବ୍ୟକ୍ତି, ପୋଲିସ, ନ୍ୟାୟିକ ପଦାଧିକାରୀ, ଆଇନ ପରାମର୍ଶଦାତା, ବିଶ୍ୱବିଦ୍ୟାଳୟ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ଜନପ୍ରତିନିଧିମାନଙ୍କୁ ନେଇ ସମାଜିକ ଶାନ୍ତିପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା ଚଳେଇଥାନ୍ତି । ଅସହାୟମାନଙ୍କ ସହ କାର୍ଯ୍ୟ କରିବା ସହ ମା’ ଘରର ମା'ମାନେ ଅନ୍ୟାନ୍ୟ ସମସ୍ୟା ଉପରେ କାର୍ଯ୍ୟକରି ଅନେକ ଅନୁଭୁତି ସମ୍ପନ୍ନ ଅଟନ୍ତି । [୨]

ଅନ୍ୟାନ୍ୟ ସଫଳତା ସମ୍ପାଦନା

  • ପ୍ରତ୍ୟେକ ଥାନାରେ ମହିଳା ଏବଂ ଶିଶୁ ଡେସ୍କ ସ୍ଥାପନ
  • ଉଚ୍ଚନ୍ୟାୟାଳୟର ଆଦେଶ କ୍ରମେ ବସ୍ତି ଥଇଥାନ ନୀତି
  • ଯୌନାଚାର/ଯୌନଉତ୍ପିଡନ ଅଭିଯୋଗ କମିଟି
  • ସମସ୍ତ ଫର୍ମାଲ କାର୍ଯ୍ୟସ୍ଥଳୀରେ ମାନବ ଚାଲାଣ ନିରୋଧ କକ୍ଷ [୨]

ଓଡ଼ିଶାରେ କାର୍ଯ୍ୟକରୁଥିବା ସ୍ଥାନ ସମ୍ପାଦନା

ଖୋର୍ଦ୍ଧା, କଟକ, ଝାରସୁଗୁଡ଼ା, ରାୟଗଡ଼ା, ନବରଙ୍ଗପୁର ଏବଂ କୋରାପୁଟ[୩]

ମା' ଘର ଫାଉଣ୍ଡେସନ ତରଫରୁ ମା' ଘର ପିସ ମେକର ଆବର୍ଡ ସମ୍ପାଦନା

୨୦୧୪ ମସିହାଠାରୁ ପ୍ରତିବର୍ଷ ମାତୃଦିବସ (ମଇ ମାସ ୧୧ ତାରିଖ) ଅବସରରେ ପ୍ରଦାନକରାଯାଇଥାଏ । [୪][୫]

  • ୨୦୧୪ ମସିହାରେ ପାଇଥିବା ପିସ ମେକର ଆବର୍ଡ : ଶାନ୍ତି ଦେବୀ (ସେବା ସମାଜର ପ୍ରତିଷ୍ଠାତା, ଗୁଣୁପୁର । ୭୮ ବର୍ଷ ବୟସ୍କା ଗାନ୍ଧିବାଦୀ ସମାଜସେବୀ । ସେବା ସମାଜ ଅନାଥାଶ୍ରମରେ ଶିଶୁ କନ୍ୟାଙ୍କ ସାମଗ୍ରିକ ବିକାଶ ଏବ ଛତିଶଗଡ଼ ଏବଂ ଓଡ଼ିଶାର ମାଓବାଦୀ ଅଂଚଳରେ ଶାନ୍ତି ପାଇଁ ମହତ ଅବଦାନ କରିଥିବାରୁ । )[୪][୬][୭]

ପୁରସ୍କାର ସମ୍ପାଦନା

ଟ୍ରଫି, ମାନପତ୍ର ସହ ନଗଦ ୫୦,୦୦୦ ଟଙ୍କା ।

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2015-09-11. Retrieved 2015-03-10. {{cite web}}: Cite has empty unknown parameter: |1= (help)
  2. ୨.୦ ୨.୧ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-03-10. {{cite web}}: Cite has empty unknown parameter: |1= (help)
  3. http://www.maaghara.org/area-of-operation/[permanent dead link]
  4. ୪.୦ ୪.୧ http://www.dailypioneer.com/state-editions/bhubaneswar/maa-ghara-foundation-launches-peacemaker-award-for-women.html
  5. http://pragativadi.com/pic-of-the-day/woman-peace-makers-award-instituted
  6. http://odishasuntimes.com/51566/5-women-leaders-shortlisted-maa-ghara-woman-peacemaker-award/
  7. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2015-03-10. {{cite web}}: Cite has empty unknown parameter: |1= (help)

ବାହ୍ୟ ଲିଙ୍କ ସମ୍ପାଦନା

http://www.maaghara.org Archived 2016-03-04 at the Wayback Machine.