ମହୁରୀ

ପାରମ୍ପରିକ ବାଦ୍ୟଯନ୍ତ୍ର

ମହୁରୀ ଓଡ଼ିଶାରେ ବାଜୁଥିବା ଏକ ପାରମ୍ପରିକ ବାଦ୍ୟଯନ୍ତ୍ର । ଏହା ଏକ ପ୍ରକାର ତୁରୀ ବା ପେଏଁକାଳୀ ଯାହାକୁ ମୁଖରେ ଫୁଙ୍କି ବଜାଯାଏ[୧] । ସାଧାରଣତଃ ଯେକୌଣସି ଲୋକନୃତ୍ୟ ବା ଲୋକଗୀତ ଆସରରେ ମହୁରୀ ବାଜିଥାଏ । ଏହା 'ମଙ୍ଗଳବାଦ୍ୟ' ଭାବେ ଗ୍ରହଣ କରାଯାଏ ଓ ବିବାହ ବ୍ରତ ଆଦି ମଙ୍ଗଳକାର୍ଯ୍ୟରେ ମହୁରୀ ସମେତ ଅନ୍ୟାନ୍ୟ ମଙ୍ଗଳବାଦ୍ୟ ବାଜିବା ଆବଶ୍ୟକୀୟ । ମହୁରୀ ବଜାଉଥିବା ଶିଳ୍ପୀଙ୍କୁ ମହୁରିଆ କୁହାଯାଏ ।

ମହୁରୀ
ପଞ୍ଚବାଦ୍ୟରେ ମହୁରିଆର ମହୁରୀ ବାଦନ
ମାଧ୍ୟମବାଦ୍ୟଯନ୍ତ୍ର
ସଂସ୍କୃତିଓଡ଼ିଆ ଚଳଣି
ଗୀତ-ସଙ୍ଗୀତଲୋକଗୀତ
କଳାକାରମହୁରିଆ

ରାମ ନାଟକ, ଛଉ, ପଞ୍ଚବାଦ୍ୟ, ସାହିଯାତ, ମୋଗଲ ତାମସା ଆଦି ଅନେକ ଲୋକକଳାରେ ମହୁରୀ ଥାଏ । ସାଧାରଣତଃ ମହୁରୀ ସାଙ୍ଗେ ଢୋଲ, ଟମକ ଇତ୍ୟାଦି ରହେ । ବଲାଙ୍ଗୀର ଜିଲ୍ଲାର ପଞ୍ଚବାଦ୍ୟରେ ବ୍ୟବହୃତ ପାଞ୍ଚଗୋଟି ବାଦ୍ୟ ମଧ୍ୟରୁ ମହୁରୀ ଅନ୍ୟତମ । ଗଞ୍ଜାମର ପ୍ରହଲ୍ଲାଦ ନାଟକରେ ଏକ ଭିନ୍ନ ପ୍ରକାର ମହୁରୀ ବାଜେ । ଏହାକୁ ମୁଖବୀଣା କୁହାଯାଏ । ତେଲିଙ୍ଗି ବାଜାରେ ଦୁଇ ପ୍ରକାର ମହୁରୀ ବାଜେ । ତନ୍ମଧ୍ୟରୁ ଗୀତ ମହୁରୀ ରାଗ ଅନୁସାରେ ଫୁଙ୍କାଯାଏ ଓ ସ୍ୱର ମହୁରୀ ଗୋଟିଏ ସ୍ୱରରେ ଅନବରତ ବାଜୁଥାଏ ।[୧]

ନବରଙ୍ଗପୁରର ଏକ ବିବାହରେ ସ୍ଥାନୀୟ ଶିଳ୍ପୀଙ୍କଦ୍ୱାରା ମହୁରୀ ବାଦନ । ମହୁରୀ ସଙ୍ଗେ ସଙ୍ଗେ ଟାମକ୍ (ଟମକ) ଓ ଗୋଛିବାଜା ମଧ୍ୟ ବାଜୁଅଛି ।

ଆଧାର ସମ୍ପାଦନା

  1. ୧.୦ ୧.୧ ମହୁରୀ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ।