ମହୁମାଛି ଦଂଶନ
ମହୁମାଛି ଦଂଶନ ହେଉଛି ମାଈ ମହୁମାଛି କାମୁଡ଼ା ଜନିତ ଆଘାତ । [୪] ଏହାର ଲକ୍ଷଣ ମଧ୍ୟରେ ଏକ ତୀବ୍ର ଯନ୍ତ୍ରଣା ପରେ ଲାଲ ପଡ଼ିବା, ଫୁଲା ଏବଂ କୁଣ୍ଡେଇ ହୁଏ । [୧] [୨] ପରଦିନ ଏକ ଫୋଟକା ସୃଷ୍ଟି ହୋଇପାରେ ଏବଂ ଲାଲ ରଙ୍ଗର ସ୍ଥାନ ୩ ଦିନ ମଧ୍ୟରେ ବିସ୍ତାର ହୋଇପାରେ । [୨] [୫] ଏହା ସାଧାରଣତଃ କିଛି ଘଣ୍ଟାରୁ କିଛି ଦିନ ମଧ୍ୟରେ ଉନ୍ନତି ହୁଏ । [୧] ୯୦% କ୍ଷେତ୍ରରେ କେବଳ ଏକ ସ୍ଥାନୀୟ ପ୍ରତିକ୍ରିୟା ହୁଏ ଓ ୯% କ୍ଷେତ୍ରରେ ବିସ୍ତାର ଲକ୍ଷଣ ଦେଖାଯାଏ | [୧] ଜଟିଳତା ମଧ୍ୟରେ ଆନାଫାଇଲକ୍ସିସ ହୋଇପାରେ । [୧] ଦ୍ୱିତୀୟକ ଜୀବାଣୁ ସଂକ୍ରମଣ ଏକ ଅଭାବନୀୟ ଘଟଣା। [୫]
Bee sting | |
---|---|
Bee bite | |
ବିଭାଗ | Emergency medicine |
ଲକ୍ଷଣ | Sharp pain followed by redness and swelling[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on history of events[୨] |
ସଠିକ ରୋଗ ନିର୍ଣ୍ଣୟ | Cellulitis, folliculitis[୧][୨] |
ପ୍ରତିକାର | DEET[୧] |
ଚିକିତ୍ସା | Remove stinger, pain medication, apply cold, antihistamines, epinephrine[୧] |
Prognosis | Generally resolve in hours to days[୧] |
ପୁନଃପୌନିକ | Relatively common[୨] |
ମୃତ୍ୟୁ ସାନ୍ଦ୍ରତା | <100/yr (USA)[୩] |
ମହୁମାଛି ସାଧାରାନତଃ ଭୟଭୀତ ହେଲେ ଦଂଶନ କରନ୍ତି କିନ୍ତୁ ଆଫ୍ରିକୀୟ ମହୁମାଛି ବିନା ଉତ୍ତେଜନାରେ ଦଂଶନ କରନ୍ତିନି । [୧] ସାଧାରଣତ ମହୁମାଛି କେବଳ ଥରେ ଦଂଶନ କରେ । [୨] ଏହା ଏକ ପ୍ରକାର ହାଇମେନୋପେରା ଦଂଶନ ଯାହା ବିରୁଡ଼ି, ହର୍ନେଟ୍ ଏବଂ ଅଗ୍ନି ପିମ୍ପୁଡ଼ି ମଧ୍ୟ କରନ୍ତି ।[୨] ଘଟଣାର ଇତିହାସ ଉପରେ ରୋଗ ନିର୍ଣ୍ଣୟ କରାଯାଏ । [୨]
ପ୍ରତିରୋଧ ଡିଇଇଟି (DEET) ବ୍ୟବହାର କରି କରାଯାଏ । [୧] ନାହୁଡ଼ ବାହାର କରି ଚିକିତ୍ସା କରାଯାଏ ଓ ସରଳ ଯନ୍ତ୍ରଣା ନିବାରକ ଔଷଧ, ଥଣ୍ଡା ପ୍ରୟୋଗ ଏବଂ ଆଣ୍ଟିହିଷ୍ଟାମିନ ଦିଆଯାଏ ।[୧] କ୍ରେଡିଟ୍ କାର୍ଡ ପରି ଏକ ବସ୍ତୁଦ୍ୱାରା ଏହାକୁ ଅପସାରଣ କରାଯାଇଥାଏ । [୨] ଗୁରୁତର ପ୍ରତିକ୍ରିୟା ଥିବା ଲୋକଙ୍କୁ ଏପିନେଫ୍ରାଇନ୍ କିମ୍ବା କର୍ଟିକୋଷ୍ଟେରଏଡ ସହିତ ଚିକିତ୍ସା କରାଯାଇପାରେ। [୧] ଯେଉଁମାନଙ୍କର ତୀବ୍ର ପ୍ର।କ୍ରିୟା ଇତିହାସ ରହିଛି, ଭେନମ ବା ବିଷ ଇମ୍ୟୁନୋଥେରାପି ବ୍ୟବହାର କରାଯାଇପାରେ । [୧]
ମହୁମାଛି ଦଂଶନ ଅପେକ୍ଷାକୃତ ସାଧାରଣ ଅଟେ । [୨] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି । [୨] ଯୁକ୍ତରାଷ୍ଟ୍ରରେ ମହୁମାଛି, ପୋକ ଏବଂ ହର୍ନେଟ ଷ୍ଟିଙ୍ଗ କାରଣରୁ ବର୍ଷକୁ ୧୦୦ରୁ କମ୍ ମୃତ୍ୟୁ ଘଟିଥାଏ; ଯେଉଁଥିରୁ ୮୦% ପୁରୁଷମାନଙ୍କଠାରେ ଦେଖାଯାଏ | [୩] ଚିକିତ୍ସା ସୁବିଧା ପାଇଁ ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରେ ହିପୋକ୍ରାଟସ୍ ମହୁମାଛି ଦଂଶନ ବ୍ୟବହାର କରାଯାଇଥିଲା। [୬]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Bee and wasp stings | DermNet NZ". dermnetnz.org (in ଇଂରାଜୀ). Archived from the original on 12 August 2021. Retrieved 21 June 2022.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Arif, F; Williams, M (January 2022). "Hymenoptera Stings". PMID 30085514.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ "QuickStats: Number of Deaths from Hornet, Wasp, and Bee Stings, Among Males and Females — National Vital Statistics System, United States, 2000–2017". MMWR. Morbidity and Mortality Weekly Report (in ଆମେରିକୀୟ ଇଂରାଜୀ). 2019. doi:10.15585/mmwr.mm6829a5. Archived from the original on 15 June 2022. Retrieved 21 June 2022.
- ↑ Wilson-Rich, Noah; Allin, Kelly; Carreck, Norman; Quigley, Andrea (24 July 2018). The Bee: A Natural History (in ଇଂରାଜୀ). Princeton University Press. p. 10. ISBN 978-0-691-18247-6. Archived from the original on 27 June 2022. Retrieved 21 June 2022.
- ↑ ୫.୦ ୫.୧ "Bee, Wasp, Hornet, and Ant Stings - Injuries and Poisoning". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 4 December 2021. Retrieved 21 June 2022.
- ↑ Grassberger, Martin; Sherman, Ronald A.; Gileva, Olga S.; Kim, Christopher; Mumcuoglu, Kosta (4 June 2013). Biotherapy - History, Principles and Practice: A Practical Guide to the Diagnosis and Treatment of Disease using Living Organisms (in ଇଂରାଜୀ). Springer Science & Business Media. p. 79. ISBN 978-94-007-6585-6. Archived from the original on 27 June 2022. Retrieved 21 June 2022.