ମହାରାଣୀ ଚକ୍ରବର୍ତ୍ତୀ
ମହାରାଣୀ ଚକ୍ରବର୍ତ୍ତୀ ଜଣେ ଭାରତୀୟ ମହିଳା ଥିଲେ ଯିଏ ମଲିକ୍ୟୁଲାର ବାୟୋଲୋଜିଶ୍ଟ (Molecular biologist) ଥିଲେ । ରିକମ୍ବିଟାଣ୍ଟ ଡି.ଏନ୍.ଏ. ଟେକନିକ୍ ନିମନ୍ତେ ଏସିଆ ଓ ପୂର୍ବାଞ୍ଚଳରେ ୧୦୮୧ ମସିହାରେ ପ୍ରଥମ ପରୀକ୍ଷାଗାର କୋର୍ଷ ସୃଷ୍ଟି କରିଥିଲେ[୧] ।
ମହାରାଣୀ ଚକ୍ରବର୍ତ୍ତୀ | |
---|---|
ଜନ୍ମ | ୧୯୩୭ |
ଜାତୀୟତା | ଭାରତn |
ବୈବାହିକ-ସାଥୀ | ଡଃ ଦେବି ପ୍ରୋସାଦ ବର୍ମା |
ପୁରସ୍କାର | ୱାଇ.ଏସ୍.ନାରାୟଣ ରାଓ ପୁରସ୍କାର, ଜେ.ସି ସେନଗୁପ୍ତ ମେମୋରିଆଲ ପୁରସ୍କାର |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଜେନେଟିକ ଇଞ୍ଜିନିଅରିଙ୍ଗ୍, ମଲିକ୍ୟୁଲାର ବାୟୋଲୋଜି |
ଡକ୍ଟରୀ ଛାତ୍ର | Deb ପ୍ରଫେସର. ଜହର କାନ୍ତି ଦେବ |
ପ୍ରାକ୍ ଜୀବନ
ସମ୍ପାଦନାମହାରାଣୀ କଲିକତାରେ (ବର୍ତ୍ତମାନର କୋଲକାତା) ୧୯୩୭ ମସିହାର୍ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କର ପିତାମହଙ୍କଠାରୁ ପ୍ରେରଣା ଲାଭ କରି ବିଜ୍ଞାନ ଓ ଗଣିତ ଶାସ୍ତ୍ର ପ୍ରତି ଆକର୍ଶିତ ହୋଇଥିଲେ । ସେ ୧୯୫୦ ମସିହାରେ ମାଟ୍ରିକ ପାସ କରିଥିଲେ । ପରେ କଲିକତାର ପ୍ରେସିଡେନ୍ସି କଲେଜରୁ ବି.ଏସ୍.ସି ପାସ କଲେ[୧] ।
ବୃତ୍ତି ଓ ଗବେଷଣା
ସମ୍ପାଦନାଡଃ ଦେବୀ ପ୍ରୋସାଦ ବର୍ମାଙ୍କ ଅଧିନରେ କଲିକତାର ବୋଷ ଇନ୍ସ୍ଟିଚ୍ୟୁଟରେ ମାଇକ୍ରୋବିଆଲ ପ୍ରୋଟିନ୍ ସିନ୍ଥେସିସ୍ ଉପରେ ଗବେଷଣା କରି ପି.ଏଚ୍.ଡି. ପାଇଥିଲେ । ଆଜୋବ୍ୟାକ୍ଟର ଭିନେଲ୍ୟାଣ୍ଡି ବ୍ୟାକ୍ଟେରିଆରୁ କିଛି ପଦାର୍ଥ ବାହାର କରି ତାହା ସାହାଯ୍ୟରେ ସେଲ୍ ଫ୍ରି ପ୍ରୋଟିନ୍ ସିନ୍ଥେସିସ୍ କରାଯିବା ଉପରେ ଗବେଷଣା ସନ୍ଦର୍ଭ ଲେଖିଥିଲେ । ନିଉଅର୍କର ବି.ଏଲ୍.ହୋରେକର ଲାବୋରେଟରିରେ ଏନ୍ଜାଇମ କେମିଷ୍ଟ୍ରି ଉପରେ ପୋଷ୍ଟ-ଡକ୍ଟରାଲ ଟ୍ରେନିଙ୍ଗ ନେଇଥିଲେ । ସେ ବ୍ୟାକ୍ଟେରିଆଲ୍ ଜେନେଟିକ୍ ଓ ଭାଇରୋଲୋଜିରେ ସ୍ୱତନ୍ତ୍ର ଶିକ୍ଷା ଲାଭ କରି କୋଲ୍ଡ ସ୍ପ୍ରିଙ୍ଗ ହାର୍ବର ଲୋବୋରେଟରିରେ ସମାପ୍ତ କରିଥିଲେ[୨] । ୧୯୬୮ରୁ ୧୯୬୯ ପର୍ଯ୍ୟନ୍ତ ଆନ୍ ହାର୍ବର ମିସିଗାନସ୍ଥିତ ହ୍ୟୁମାନ ଜେନେଟିକ୍ ଡିପାର୍ଟମେଣ୍ଟ୍ରେ ପ୍ରଫେସର ମାଇରନ୍ ଲେଭିନଙ୍କ ଅଧିନରେ କାମ କରିଥିଲେ । ତା ପରେ ସେ ଭାରତକୁ ଫେରି ବୋଷ ଇନ୍ସ୍ଟିଚ୍ୟୁଟରେ କାମ କରିଥିଲେ । ପରେ ସେ ବନାରସ ହିନ୍ଦୁ ୟୁନିଭର୍ସିଟିର ବାୟୋକେମିସ୍ଟ୍ରି ବିଭାଗରେ ଯୋଗଦାନ କରିଥିଲେ ।
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଇନ୍ସ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ବି.ଏଚ୍.ୟୁ.ରୁ (୧୯୭୫-୭୬) ସାର୍ଟିଫିକେଟ ଅଫ୍ ମେରିଟ୍ ପାଇଥିଲେ ।
- ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ବି.ଏଚ୍.ୟୁ.ରୁ ୧୯୭୯ରେ ବେସ୍ଟ ରିସର୍ଚ ପୁରସ୍କାର ପାଇଥିଲେ ।
- ଆ.ସି.ଏମ୍.ଆର.ଠାରୁ କ୍ଷଣିକ ଓରେସନ୍ ଆୱାର୍ଡ ପାଇଥିଲେ । (୧୯୭୯)
- ଆ.ସି.ଏମ୍.ଆର.ଠାରୁ ୱାଇ.ଏସ୍.ନାରାୟଣ ରାଓ ପୁରସ୍କାର ପାଇଥିଲେ । (୧୯୮୧)
- ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆରୁ ହରି ଓମ୍ ଆସ୍ରମ ଆଲେମ୍ବିକ ରିସର୍ଚ୍ଚ ପୁରସ୍କାର ପାଇଥିଲେ ।
- ଜେ.ସି ସେନଗୁପ୍ତ ମେମୋରିଆଲ ପୁରସ୍କାର ପାଇଥିଲେ ।
- ଆଇ.ଏନ୍.ଏସ୍.ରୁ ପ୍ରଫେସର ଦର୍ଶନ ରଙ୍ଗନାଥନ ମେମୋରିଆଲ୍ ପୁରସ୍କାର ପାଇଥିଲେ । (୨୦୦୭)
ସେ ନିଜର ସହକର୍ମୀ ବୈଜ୍ଞାନିକ ଡଃ ଦେବି ପ୍ରୋସାଦ ବର୍ମାଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇଟି ପିଲା ଅଛନ୍ତି ।
ଆଧାର
ସମ୍ପାଦନା- ↑ ୧.୦ ୧.୧ Chakravorthy, Maharani. "Why and how I became a scientist" (PDF). Lilavati's daughters. Retrieved 25 November 2012.
- ↑ "Author Profile : Maharani Chakraborthy". Pearson. Retrieved 25 November 2012.