ଦର୍ଶନ ରଙ୍ଗନାଥନ (୪ ଜୁନ ୧୯୪୧ – ୪ ଜୁନ ୨୦୦୧) ଭାରତର ଜଣେ ଅର୍ଗାନିକ କେମିଷ୍ଟ(Organic chemist ) ଥିଲେ । ବାୟୋ ଅର୍ଗାନିକ କେମିଷ୍ଟରିର ପ୍ରୋଟିନ ଫୋଲଡିଙ୍ଗ (Protein folding)[୨] ବିଷୟରେ ଅଗ୍ରଣୀ କର୍ମ କରୁଥିଲେ । ସୁପର ମଲିକ୍ୟୁଲାର ଆସେମ୍ବ୍ଲି(Super molecular assembly), ମାଲିକ୍ୟୁଲାର ଡିଜାଇନ(Molecular design), କେମିକାଳ ଷ୍ଟିମୁଲେସନ (Chemical stimulation)ଇତ୍ୟାଦିର ମୂଳ ଜୈବିକ ପ୍ରକ୍ରିୟା ଓ ଶିନ୍ଥେସିସ ଅଫ ଫଙ୍କସନାଲ ହାଇବ୍ରୀଡ ପେପଟାଇଡସ(Sythesis of functional hybrid peptides) ଓ ସିନଥେସିସ ଅଫ ନାନୋଟ୍ୟୁବ(Syntheses of nanotube) ଉପରେ କାମ କରିବା ନିମନ୍ତେ ସୁପରିଚିତା ଥିଲେ[୩]

ଦର୍ଶନ ରଙ୍ଗନାଥନ
Born(1941-06-04)ଜୁନ ୪, ୧୯୪୧
Died୪ ଜୁନ ୨୦୦୧(2001-06-04) (ବୟସ ୬୦)
NationalityIndian
Alma materDelhi University
Known forATP-imidazole cycle, urea cycle, designing protein tertiary structure
SpouseS. Ranganathan (m. 1970)
AwardsFellow of the Indian Academy of Sciences; Third World Academy of Sciences Award in Chemistry, 1999;[୧] Senior Research Scholarship of the Royal Commission for the Exhibition of 1851, A.V. Rama Rao Foundation Award, Jawaharlal Nehru Birth Centenary Visiting Fellowship, and Sukh Dev Endowment Lectureship.
ବିଜ୍ଞାନୀ ଜୀବନ
କ୍ଷେତ୍ରOrganic chemistry
କର୍ମାନୁଷ୍ଠାନIIT Kanpur
ବୈଜ୍ଞାନିକ ନିବନ୍ଧ (1967)
ଡକ୍ଟରୀ ଉପଦେଷ୍ଟାT.R. Sheshadri

ଜୀବନୀ ସମ୍ପାଦନା

ଜୁନ ୪ ତାରିଖ ୧୯୪୧ ମସିହାରେ ବିଦ୍ୟାବତୀ ମାର୍କାନ ଓ ଶାନ୍ତି ସ୍ୱରୂପଙ୍କ ଔରସରୁ ଦର୍ଶନ ରଙ୍ଗନାଥନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଶିକ୍ଷା ଦିଲ୍ଲୀରେ ହୋଇଥିଲା ଓ କେମିଷ୍ଟ୍ରିରେ ୧୯୬୭ ମସିହାରେ ଦିଲ୍ଲୀ ଯୁନିଭର୍ସିଟିରୁ ପି.ଏଚ.ଡି. ଲାଭ କରିଥିଲେ । ଦିଲ୍ଲୀର ମିରାଣ୍ଡା କଲେଜରେ ଲେକଚରର ରୂପେ ଯୋଗ ଦେଇ ସେ ଶେଷରେ କେମିଷ୍ଟ୍ରି ଡିପାର୍ଟମେଣ୍ଟ ମୂଖ୍ୟ ହୋଇଥିଲେ । ସେ ପ୍ରଫେସର ଡି.ଏଚ.ଆର. ବାର୍ଟନଙ୍କ ସହ ୟୁ.ଏସ.ରେ ପୋଷ୍ଟ ଡକ୍ଟରାଲ କାମ କରିଥିଲେ ।
ସେ ୧୯୭୦ ମସିହାରେ ଆଇ.ଆଇ.ଟି. କାନପୁରରେ ରିସର୍ଚ ଆରମ୍ଭ କରିଥିଲେ । ସେହି ବର୍ଷ ସେ ଏସ. ରଙ୍ଗନାଥନଙ୍କୁ ବିବାହ କରିଥିଲେ । ସ୍ୱାମୀଙ୍କ ସହ ମିଶି ଅନେକ ଗୁଡିଏ ପୁସ୍ତକ ଲେଖିଥିଲେ । ଚାଲେଞ୍ଜିଙ୍ଗ ପ୍ରୋବ୍ଲେମ୍ସ ଇନ ଅର୍ଗାନିକ ରିଆକ୍ସନ ମେକାନିଜ୍ମ (୧୯୭୨), ଆର୍ଟ ଇନ ବାୟୋସିନ୍ଥେସିସ : ଦି ଶିନ୍ଥେଟିକ କେମିଷ୍ଟ ଚାଲେଞ୍ଜ (୧୯୭୬), ଫର୍ଦର ଚାଲେଞ୍ଜିଙ୍ଗ ପ୍ରବ୍ଲେମ୍ସ ଇନ ଅର୍ଗାନିକ ରିଆକ୍ସନ ମେକାନିଜ୍ମ (୧୯୮୦) ଲେଖିଥିଲେ ଓ କରେଣ୍ଟ ଅର୍ଗାନିକ କେମିଷ୍ଟ୍ରି ହାଇଲାଇଟସ ସିରିଜକୁ ଏଡିଟ କରିଥିଲେ[୪]
ଆଇ.ଆଇ.ଟି. କାନପୁରରେ ସେ ଫେଲୋସିପ ସହ ଗବେଷଣା କଲେ । ସେ ଫ୍ୟାକଲ୍ଟି ମେମ୍ବର ହୋଇପାରିଲେ ନାହିଁ କାରଣ ତାଙ୍କର ସ୍ୱାମୀ ମେମ୍ବର ଥିଲେ ଯଦିଓ ସେ ଭଳି କିଛି ନିର୍ଦ୍ଦିଷ୍ଟ ନିୟମ ନ ଥିଲା[୪]
ସେ ୧୯୯୩ ମସିହାରେ ରିଜିଓନାଲ ରିସର୍ଚ ଲାବୋରେଟୋରୀ, ତ୍ରିବାନ୍ଦରାମରେ କାମ ଆରମ୍ଭ କରିଥିଲେ ଓ ଆଇ.ଆଇ.ସି.ଟି. ହାଇଦରାବାଦରେ ସେ ଡେପୁଟି ଡାଇରେକ୍ଟର ହେଲେ । ଏହି ସମୟ ମଧ୍ୟରେ ଇସାବେଲା କାର୍ଲେଙ୍କ ସହ ୟୁ.ଏସ.ନାଭାଲ ରିସର୍ଚ ଲାବୋରେଟରୀରେ କାମ କରିଥିଲେ । ତାଙ୍କର ସ୍ତନ କର୍କଟ ରୋଗ ହେବା ନିର୍ଣ୍ଣୟ ୧୯୯୭ ମସିହାରେ ହୋଇଥିଲା ଓ ୬୦ ତମ ଜନ୍ମ ଦିବସରେ ସେ ଦେହ ତ୍ୟାଗ କରିଥିଲେ ।
ତାଙ୍କ ସ୍ୱାମୀଙ୍କଦ୍ୱାରା ଦୁଇ ବାର୍ଷିକ ପ୍ରଫେସର ଦର୍ଶନ ରଙ୍ଗନାଥନ ମେମୋରିଆଲ ପୁରସ୍କାର ୨୦୦୧ ମସିହାରେ ଦେବା ଆରମ୍ଭ ହୋଇଥିଲା । ଏହା ଯେ କୌଣସି ମହିଳାଙ୍କଦ୍ୱାରା ବିଜ୍ଞାନ ଓ ଟେକନୋଲୋଜିରେ ଉଚ୍ଚ ଧରଣର କୃତି ନିମନ୍ତେ ଦିଆ ଯାଉଅଛି[୫]

କର୍ମ ସମ୍ପାଦନା

ରଙ୍ଗନାଥନଙ୍କର ବାୟୋକେମିକାଲ ପ୍ରସେସକୁ ଲାବୋରେଟରୀରେ ପୁନଃ ପ୍ରସ୍ତୁତ କରିବାରେ ପ୍ରବଳ ଆଗ୍ରହ ଥିଲା । ସେ ଏକ ପ୍ରୋଟୋକଲ (Protocol) ତିଆରି କରିଥିଲେ ଯାହାଦ୍ୱାରା ଇମିଡାଜୋଲ୍ (imidazole) ଓ ହିସ୍ଟାମିନ୍ (Histamine) ସ୍ୱୟଂ ପ୍ରସ୍ତୁତ ହୋଇପାରିଲା । ୟୁରିଆ ଚକ୍ରର ଏକ କାର୍ମିକ ରୁପ ପ୍ରସ୍ତୁତ କରିଥିଲେ । ପ୍ରୋଟିନ ଡିଜାଇନ କରିବାରେ ସେ ସିଦ୍ଧ ହସ୍ତା ହୋଇଗଲେ । ସେଲ୍ଫ ଆସେମ୍ବିଙ୍ଗ ପେପ୍ଟାଇଡ ବ୍ୟବହାର କରିସେ ନାନୋ ସ୍ଟ୍ରକଚର ଡିଜାଇନ କରିଥିଲେ ।

ଆଧାର ସମ୍ପାଦନା

  1. "Recipients of TWAS Awards/Prizes". Third World Academy of Sciences Portal. Archived from the original on 2012-10-18. Retrieved 2012-10-20.
  2. "StreeShakti - The Parallel Force". Retrieved 2012-10-20.
  3. S Ranganathan. "She Was a Star". Lilavat's daughters. pp. 27–30. {{cite book}}: |access-date= requires |url= (help); External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  4. ୪.୦ ୪.୧ Balasubramanian, D. (25 July 2001). "Darshan Ranganathan – A tribute" (PDF). Current Science. 81 (2): 217–219. Archived from the original (PDF) on 21 August 2019. Retrieved 22 October 2013.
  5. "Academy Awards - Subjectwise Medals / Lectures / Awards". Indian National Science Academy. Retrieved 2012-10-20.

ବାହ୍ୟ ଲିଙ୍କ ସମ୍ପାଦନା