ମୁଖ୍ୟ ସୂଚୀ ଦେଖିବେ

ମହାଅଭିଯୋଗ ବା ମହାଭିଯୋଗ ହେଉଛି ଭାରତୀୟ ସମ୍ବିଧାନର ଏକ ଆଇନଗତ ଧାରା ଯଦ୍ୱାରା ଭାରତର ରାଷ୍ଟ୍ରପତି, ଉଚ୍ଚତମ ନ୍ୟାୟାଳୟ ତଥା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ବିଭିନ୍ନ ସାମ୍ବିଧାନିକ ନିୟମ ଉଲ୍ଲଙ୍ଘନ ଭଳି ଅଭିଯୋଗ ଆଧାରରେ ସେମାନଙ୍କର କାର୍ଯ୍ୟ ଅବଧି ପୂରଣ ପୂର୍ବରୁ ବହିଷ୍କାର କରାଯାଇପାରିବ । ଉଚ୍ଚତର ସାମ୍ବିଧାନିକ ପଦପଦବୀରେ ଥିବା ଉପରୋକ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନାନୁମୋଦିତ ଧାରାରେ ବହିଷ୍କାର କରିବାପାଇଁଁ ମହାଅଭିଯୋଗ ହେଉଛି ଏକମାତ୍ର ଉପାୟ । ପ୍ରକାରାନ୍ତରେ ଏହା ସାମ୍ବିଧାନିକ ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଭାରତୀୟ ସମ୍ବିଧାନର ଏକ ବିଶେଷ ସାମ୍ବିଧାନିକ ସୁରକ୍ଷା ଅଟେ ।

ପ୍ରକ୍ରୀୟାସମ୍ପାଦନ କରନ୍ତୁ

ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗସମ୍ପାଦନ କରନ୍ତୁ

ଭାରତୀୟ ସମ୍ବିଧାନର ଧାରା ୬୧ରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ବିଷୟରେ ଉଲ୍ଲେଖ ଅଛି । ଏହି ଧାରା ଅନୁଯାୟୀ ଭାରତୀୟ ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଏହି ପ୍ରସ୍ତାବ ଆଗତ କରାଯାଇପାରିବ । ତେବେ ଏହି ପ୍ରସ୍ତାବଟି ରାଜ୍ୟ ସଭା ଏବଂ ଲୋକ ସଭାରେ ଦୁଇ-ତୃତୀୟାଂଶ ସଭ୍ୟଙ୍କ ଉପସ୍ଥିତିରେ ବହୁମତରେ ପାରିତ ହେବା ଦରକାର ।[୧] ତେବେ, ଅଦ୍ୟାପି ଭାରତର କୌଣସି ରାଷ୍ଟ୍ରପତିଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ହୋଇନାହିଁଁ । ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ କାର୍ଯ୍ୟକାରିତା ପାଇଁଁ ବିସ୍ତୃତ ଧାରା ଏହିଭଳି:[୨]

  • ପ୍ରସ୍ତାବଟି ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଅର୍ଥାତ ରାଜ୍ୟ ସଭା କିମ୍ବା ଲୋକ ସଭାରେ ଆଗତ କରାଯାଇପାରିବ ।
  • ମହାଭିଯୋଗ ପ୍ରସ୍ତାବଟି ଯେଉଁଁ ଗୃହରେ ଆଗତ ହେବ ସେହି ଗୃହର ଏକ ଚତୁର୍ଥାଂଶ ସଭ୍ୟଙ୍କଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଦରକାର ।
  • ଏଥିପାଇଁଁ ରାଷ୍ଟ୍ରପତିଙ୍କୁ ୧୪ ଦିନ ପୂର୍ବରୁ ଏକ ଲିଖିତ ନୋଟିସ ପଠାଯିବା ଦରକାର ।
  • ପ୍ରସ୍ତାବଟି ଯେଉଁଁ ଗୃହରେ ଆଗତ ହୋଇଥିଲା ସେହି ଗୃହରେ ଆଲୋଚିତ ହେବାପରେ ଏହା ଦୁଇ-ତୃତୀଯାଂଶ ସଭ୍ୟଙ୍କର ସମର୍ଥନ ପାଇବା ଦରକାର ।
  • ପ୍ରସ୍ତାବଟି ପ୍ରଥମ ଗୃହରେ ପାରିତ ହେବାପରେ ଦ୍ୱିତୀୟ ଗୃହକୁ ଆଲୋଚନା ପାଇଁଁ ପଠାଯିବ ।
  • ଦ୍ୱିତୀୟ ଗୃହରେ ଏହି ପ୍ରସ୍ତାବ ଉପରେ ଅନୁସନ୍ଧାନ ଏବଂ ଆଲୋଚନା ହେବ । ଅନୁସନ୍ଧାନ ବେଳେ ଆବଶ୍ୟକ ହେଲେ ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ରହିପାରିବେ ।
  • ଦ୍ୱୀତିୟ ଗୃହରେ ମଧ୍ୟ ଏହା ଦୁଇ-ତୃତୀଯାଂଶ ସଭ୍ୟଙ୍କର ସମର୍ଥନ ପାଇବା ଦରକାର ।
  • ଉଭୟ ଗୃହରେ ପାରିତ ହେବାପରେ ମହାଭିଯୋଗ ପ୍ରସ୍ତାବଟି ଅନୁମୋଦନ ଏବଂ କାର୍ଯ୍ୟକାରୀ ହୁଏ । ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ ରାଷ୍ଟ୍ରପତିଙ୍କ ଏଳ ଲିଖିତ ଆଦେଶ (ଯାହାକି ବିଚାରପତିଙ୍କ ପାଇଁ ଲାଗୁ ହୋଇଥାଏ) ଦରକାର ହୁଏ ନାହିଁ।

ବିଚାରପତିଙ୍କ ବିରୁଦ୍ଧରେ ମହାଭିଯୋଗସମ୍ପାଦନ କରନ୍ତୁ

ଭାରତୀୟ ସମ୍ବିଧାନର ଧାରା ୧୨୪ ଏବଂ ଉପଧାରା ୪ରେ ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କ ବିରୁଦ୍ଧରେ ମହାଭିଯୋଗ ବିଷୟରେ ଉଲ୍ଲେଖ ଅଛି ।[୩] ଏହି ଧାରା ଅନୁଯାୟୀ ଭାରତୀୟ ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଏହି ପ୍ରସ୍ତାବ ଆଗତ କରାଯାଇପାରିବ । ତେବେ ଏହି ପ୍ରସ୍ତାବଟି ରାଜ୍ୟ ସଭା ଏବଂ ଲୋକ ସଭାରେ ଦୁଇ-ତୃତୀୟାଂଶ ସଭ୍ୟଙ୍କ ଉପସ୍ଥିତିରେ ବହୁମତରେ ପାରିତ ହେବା ଦରକାର ।[୪]

ମହାଭିଯୋଗ ସମ୍ପର୍କରେ ନିର୍ଦ୍ଦଷ୍ଟ ପ୍ରାବଧାନ ଭାରତୀୟ ସମ୍ବିଧାନରେ ଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ପାଇଁଁ ବିସ୍ତୃତ ଧାରା Judges (Inquiry) Act, 1968ରେ ବର୍ଣ୍ଣିତ[୫] :[୬]

  • ପ୍ରସ୍ତାବଟି ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଅର୍ଥାତ ଲୋକ ସଭା କିମ୍ବା ରାଜ୍ୟ ସଭାରେ ଆଗତ କରାଯାଇପାରିବ ।
  • ମହାଭିଯୋଗ ପ୍ରସ୍ତାବଟି ୧୦୦ ଜଣ ଲୋକ ସଭା ସଭ୍ୟ କିମ୍ବା ୫୦ ଜଣ ରାଜ୍ୟ ସଭା ସଭ୍ୟଙ୍କଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଦରକାର ।
  • ବାଚସ୍ପତି (ଲୋକ ସଭା ସ୍ଥଳେ) କିମ୍ବା ଅଧ୍ୟକ୍ଷ (ରାଜ୍ୟସଭା ସ୍ଥଳେ) ଏହି ପ୍ରସ୍ତାବକୁ ଗ୍ରହଣ କିମ୍ବା ନାକଚ କରିପାରିବେ ।
  • ପ୍ରସ୍ତାବଟି ଗୃହିତ ହେବାସ୍ଥଳେ, ବାଚସ୍ପତି (ଲୋକ ସଭା) କିମ୍ବା ଅଧ୍ୟକ୍ଷ (ରାଜ୍ୟସଭା) ଏକ ତିନିଜଣିଆ କମିଟି ଗଠନ କରିବ । ଏହି କମିଟିରେ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ କିମ୍ବା ଜଣେ ବିଚାରପତି, ଉଚ୍ଚ ନ୍ୟାୟାଳୟର ଜଣେ ମୁଖ୍ୟ ବିଚାରପତି ଏବଂ ଆଉଜଣେ ପ୍ରଖ୍ୟାତ ଆଇନବେତ୍ତା ରହିବେ ।
  • କମିଟି ଯଦି ବିଚାରପତିଙ୍କ ବିରୁଦ୍ଧରେ ତାଙ୍କ ମତ ଦିଅନ୍ତି ତେବେ, ପ୍ରସ୍ତାବଟି ଯେଉଁଁ ଗୃହରେ ଆଗତ ହୋଇଥିଲା ସେହି ଗୃହରେ ଆଲୋଚିତ ହେବ ।
  • ପ୍ରସ୍ତାବଟି ପ୍ରଥମ ଗୃହରେ ପାରିତ ହେବାପରେ ଦ୍ୱିତୀୟ ଗୃହକୁ ଆଲୋଚନା ପାଇଁଁ ପଠାଯିବ ।
  • ଉଭୟ ଗୃହରେ ପାରିତ ହେବାପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ନିମିତ୍ତ ପଠାଯିବ ।
  • ରାଷ୍ଟ୍ରପତି ଅନୁମୋଦନ ପୂର୍ବକ, ବିଚାରପତିଙ୍କ ବହିଷ୍କାର ନିମିତ୍ତ ଏକ ଆଦେଶ ଜାରି କରିବେ ।
ତେବେ କୋୖଣସି ଉଚ୍ଚ ନ୍ୟାୟାଳୟର ବିଚ।ରପତିଙ୍କ ସ୍ଥଳେ ଭାରତୀୟ ସମ୍ବିଧାନର ଧାରା ୨୧୮ରେ ମହାଭିଯୋଗ ସମ୍ବନ୍ଧୀୟ ଏହିଭଳି ଏକ ପ୍ରାବଧାନ ରହିଛି ।

ଇତିହାସସମ୍ପାଦନ କରନ୍ତୁ

  • କଲିକତା ଉଚ୍ଚ ନ୍ୟାୟାଳୟର ବିଚାରପତି ସୌମିତ୍ର ସେନଙ୍କ ବିରୁଦ୍ଧରେ ୨୦୧୧ ମସିହାରେ ମହାଅଭିଯୋଗ ପ୍ରସ୍ତାବ ପାରିତ ହୋଇଥିଲା । [୭]
  • ସିକିମ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ପି ଡି ଦିନାକରନଙ୍କ ବିରୁଦ୍ଧରେ ମଧ୍ୟ ୨୦୧୧ରେ ମହାଅଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା ।[୮]
  • ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭି. ରାମସ୍ୱାମୀଙ୍କ ବିରୁଦ୍ଧରେ ମଧ୍ୟ ୧୯୮୯ ମସିହାରେ ମହାଅଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା ।
  • ଗୁଜରାଟ ଉଚ୍ଚ ନ୍ୟାୟାଳୟର ବିଚାରପତି ଜେ ବି ପାର୍ଦିବାଲାଙ୍କ ବିରୁଦ୍ଧରେ ମଧ୍ୟ ୨୦୧୫ ମସିହାରେ ମହାଅଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା ।
  • ଏପ୍ରିଲ୍ ୨୦ ୨୦୧୮ରେ ଭାରତର ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୁଦ୍ଧରେ ୭ଟି ବିରୋଧୀଦଳର ନେତା ମହାଅଭିଯୋଗ ପ୍ରସ୍ତାବ ଆଗତ କରିଛନ୍ତି ।[୯] ଏହା ହେଉଛି ଭାରତ ଇତିହାସରେ ଜଣେ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ପ୍ରଥମ ମହାଅଭିଯୋଗ । ଅବଶ୍ୟ, ରାଜ୍ୟସଭା ଅଧ୍ୟକ୍ଷ୍ୟ ଏହି ମହାଭିଯୋଗ ନୋଟିସକୁ ଖାରଜ କରିଦେଇଥିଲେ ।[୧୦]
ଦୀପକ ମିଶ୍ରଙ୍କ ବିରୁଦ୍ଧରେ ଆଗତ ମହାଭିଯୋଗରେ ନିମ୍ନ ପାଞ୍ଚୋଟି ଅଭିଯୋଗ ଦର୍ଶାଯାଇଥିଲା:[୧୧]

୧) ଲକ୍ଷ୍ନୌ ସ୍ଥିତ ଭେଷଜ ମହାବିଦ୍ୟାଳୟ ମାମଲାରେ ମୁଖ୍ୟ ବିଚାରପତିଙ୍କ ସଂପୃକ୍ତି "Act of misbehavior" ଥିଲା ୨) ଏକ ରିଟ୍ ମାମଲାରେ ଯେଉଁଁଥିରେ କି ଦୀପକ ମିଶ୍ରଙ୍କ ବିରୁଦ୍ଧରେ ସଂପୃକ୍ତି ଅଭିଯୋଗ ଥିଲା ତାହାକୁ ସେହି ବେଞ୍ଚରେ ଫୈସଲା କରାଗଲା ଯେଉଁଁଥିରେ ସେ ମଧ୍ୟ ଥିଲେ । ୩) ଜଷ୍ଟିସ ଚେଲେମେଶ୍ୱରଙ୍କୁ ଲେଖାଯାଇଥିବା ଏକ ପତ୍ରରେ ଏକ ମାମଲାକୁ ଜାଣିଶୁଣି ଆଗତୁରା ଘୁଞ୍ଚାଇଦେଇଥିଲେ । ୪) ସେ ଓକିଲାତି କରୁଥିବା ସମୟରେ ଏକ ମିଥ୍ୟା ସତ୍ୟପାଠ ଦାଖଲ ପୂର୍ବକ କିଛି ଜମି ହାସଲ କରିଥିଲେ । ୫) ମୁଖ୍ୟ ବିଚାରପତି ହିସାବରେ ତାଙ୍କର ପଦବୀର ଅବବ୍ୟବହାର ପୂର୍ବକ କେତେକ ବହୁଚର୍ଚ୍ଚିତ ମାମଲାର ବିଚାର-ଆବଣ୍ଟନ କିଛି ଅପେକ୍ଷାକୃତ କମ୍ ଅଭିଜ୍ଞତା ଥିବା ବିଚାରପଚିଙ୍କୁ ଦେଇଥିଲେ ।

ତେବେ ଏହି ମହାଭିଯୋଗକୁ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଖାରଜ ପୂର୍ବକ ଏକ ଆଦେଶ ଜାରି କରିଥିଲେ ସେଥିରେ ଯେଉଁଁଥିରେ ସେ ଉଲ୍ଲେଖ କରିଥିଲେ କି ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପରିଙ୍କୁ ବହିଷ୍କାର କରିବାନିମିତ୍ତ ଆଗତ ଅଭିଯୋଗ ଗୁଡିକ ସାମାନ୍ୟତମ ପ୍ରାମାଣିକ ତଥ୍ୟଦ୍ୱାରା ପରିପୃଷ୍ଟ ନୁହେଁଁ ତଥା ଅଭିଯୋଗ ଗୁଡିକ ମହାଭିଯୋଗର ନିମିତ୍ତ ଆବଶ୍ୟକ ମାନଦଣ୍ଡ ମୁତାବକ ନୁହଁ ।

ଆଧାରସମ୍ପାଦନ କରନ୍ତୁ

  1. "Indian Constitution 1949". Retrieved 22 April 2018.
  2. "Impeachment of President of India". Retrieved 27 April 2018.
  3. "The Process Of Impeachment Of Judges". Retrieved 22 April 2018.
  4. "Article 124 of Constitution of India". Retrieved 22 April 2018.
  5. "THE JUDGES (INQUIRY) ACT, 1968" (PDF). Retrieved 27 April 2018.
  6. "https://www.bestcurrentaffairs.com/impeachment-justice-nagarjuna-reddy/". Retrieved 22 April 2018. External link in |title= (help)
  7. "Law Resource India". Retrieved 22 April 2018.
  8. "List of judges who faced impeachment proceedings". Retrieved 22 April 2018.
  9. "Impeachment of CJI: Vice-President Venkaiah Naidu likely to take time to act on motion". Retrieved 22 April 2018.
  10. "Vice-President Venkaiah Naidu rejects CJI Dipak Misra impeachment notice". Retrieved 25 April 2018.
  11. "5 charges against CJI Dipak Misra in the Congress' notice of impeachment". Retrieved 27 April 2018.

ବାହାର ଲିଙ୍କସମ୍ପାଦନ କରନ୍ତୁ