ବା

Aortic transection
Segments of the aorta, with the thoracic aorta in green.
ବିଭାଗVascular surgery, cardiac surgery
ଲକ୍ଷଣAbdominal pain, chest pain, back pain, shortness of breath, trouble swallowing[][]
ଆକ୍ରାନ୍ତ ସମୟSudden[]
କାରଣAortic aneurysm, major trauma[]
ଚିକିତ୍ସାSurgery[]
PrognosisPoor[]
ମୃତ୍ୟୁ ସାନ୍ଦ୍ରତା80 to 90% of cases[][]

ମହାଧମନୀ ବିଦାରଣ ବା ଫାଟିବା, (ଇଂରାଜୀ ଭାଷାରେ Aortic rupture) ହେଉଛି ଏକ ସାଂଘାତିକ ଦୁଃଖଦ ଅବସ୍ଥା ଯେଉଁଥିରେ ଶରୀରର ସବୁଠାରୁ ବଡ ଧମନୀ, ଯାହାକୁ ମହାଧମନୀ କୁହାଯାଏ, ତାହାର ପୁରା କାନ୍ଥ ଫାଟିଯାଏ ।[] ଲକ୍ଷଣଗୁଡିକ ହଠାତ୍ ଆରମ୍ଭ ହୋଇ ଭୟଙ୍କର ଉଦର ଯନ୍ତ୍ରଣା, ଛାତି ଯନ୍ତ୍ରଣା କିମ୍ବା ପିଠି ଯନ୍ତ୍ରଣା ହୋଇପାରେ । [] [] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ହାଲୁକା ମୁଣ୍ଡ, ଅଣନିଶ୍ୱାସ କିମ୍ବା ଖାଦ୍ୟ ଗିଳିବାରେ ଅସୁବିଧା ହୋଇପାରେ ।[] []

କାରଣଗୁଡିକ ମଧ୍ୟରେ ଆଘାତ ଯାହା ଅଦାଢ଼ୁଆ ବା ଅନୁବେଶକାରୀ ହୋଇପାରେ କିମ୍ବା ଆଓର୍ଟିକ ଆନିଉରିଜ୍ମର ଜଟିଳତା ( ପେଟ କିମ୍ବା ଥୋରାସିକ୍ ) ହୋଇପାରେ ।[] ମେଡିକାଲ ଇମେଜିଙ୍ଗ, ସାଧାରଣତଃ ସିଟି ସ୍କାନଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[] ଏହା ମହାଧମନୀ ବ୍ୟବଚ୍ଛେଦନଠାରୁ ଭିନ୍ନ, ଯାହା କେବଳ ଆଓର୍ଟା ଭିତର କାନ୍ଥରେ ହେଉଥିବା ଛିଦ୍ରକୁ ବୁଝାଏ ।[]

ଆନିଉରିଜ୍ମ ଭାଙ୍ଗିବା ପୂର୍ବରୁ ମରାମତି କରି ଏହାର ପ୍ରତିଷେଧ କରାଯାଏ ।[] ଫାଟିବା ମାତ୍ରେ ବଞ୍ଚିବାର ସୁଯୋଗ ଦେବା ପାଇଁ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[] ଅଧିକାଂଶ (୮୫%) ରୋଗୀ ତୁରନ୍ତ ମରିଯାଆନ୍ତି, ଯେଉଁମାନେ ଡାକ୍ତରଖାନାରେ ପ‌ହଞ୍ଚିବା ପର୍ଯ୍ୟନ୍ତ ବଞ୍ଚନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୩୦% ଚିକିତ୍ସା ସତ୍ତ୍ୱେ ମୃତ୍ୟୁ ବରଣ କରନ୍ତି ।[] []

ଆଓର୍ଟା ଫାଟିବା ଅପେକ୍ଷାକୃତ ସାଧାରଣ ଭାବେ ଦେଖାଯାଏ ।[] ମୋଟର ଯାନ ଧକ୍କା ହେତୁ ଏହା ୨୦% ପର୍ଯ୍ୟନ୍ତ ମୃତ୍ୟୁରେ ସହାୟକ ହୋଇଥାଏ ।[] ଏହି ଅବସ୍ଥାର ପ୍ରାରମ୍ଭିକ ବର୍ଣ୍ଣନା ଆଣ୍ଡ୍ରିଆସ୍ ଭେସାଲିଅସଙ୍କଦ୍ୱାରା ୧୫୫୭ ମସିହାରୁ ଆରମ୍ଭ ହୋଇଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Lotfollahzadeh, S; Seligson, MT; Marx, WH (January 2023). "Aortic Rupture". Statpearls. PMID 29083613.
  2. ୨.୦ ୨.୧ ୨.୨ ୨.୩ "Abdominal aortic aneurysm". www.nhsinform.scot (in ଇଂରାଜୀ). Archived from the original on 6 June 2023. Retrieved 12 June 2023.
  3. ୩.୦ ୩.୧ ୩.୨ ୩.୩ O'Conor, CE (July 2004). "Diagnosing traumatic rupture of the thoracic aorta in the emergency department". Emergency medicine journal : EMJ. 21 (4): 414–9. PMID 15208221.
  4. "Aortic Dissection: Causes, Symptoms & Treatments". Cleveland Clinic (in ଇଂରାଜୀ). Archived from the original on 23 May 2023. Retrieved 12 June 2023.
  5. Jeanmonod, D; Yelamanchili, VS; Jeanmonod, R (January 2023). "Abdominal Aortic Aneurysm Rupture". PMID 29083705. {{cite journal}}: Cite journal requires |journal= (help)
  6. "Ruptured Aortic Aneurysm Information Page. Causes". patient.info (in ଇଂରାଜୀ). 28 June 2020. Archived from the original on 8 March 2013. Retrieved 12 June 2023.
  7. "Aortic aneurysm, dissection and rupture". British Heart Foundation (in ଇଂରାଜୀ). Archived from the original on 8 June 2023. Retrieved 12 June 2023.