ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ

ମହାକାଳେଶ୍ୱର , ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ଅବସ୍ତିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ । ମଧ୍ୟ ପ୍ରଦେଶର ଶିପ୍ରାନଦୀ ତୀରବର୍ତ୍ତି ଉଜ୍ଜୟିନୀ ବା ଧାରାନଗରୀରେ ରୁଦ୍ରସାଗର ହ୍ରଦତୀରରେ ଏହି ମନ୍ଦିର ଅବସ୍ତିତ। ଏଠାରେ ଶିବଲିଙ୍ଗ ସ୍ୱୟଂମ୍ଭୁ ରୂପେ ପରି ପ୍ରକାଶ ହୋଇଥିବା ବିଶ୍ୱାସ କରାଯାଏ ।[୧] ଏଠାରେ ମହାକାଳେଶ୍ୱର ଦକ୍ଷିଣମୂଖୀ ହୋଇଥିବାରୁ ,ତାଙ୍କୁ ଦକ୍ଷିଣମୂର୍ତ୍ତି ମଧ୍ୟ କୁହାଯାଏ । [୨]

ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ
Mahakal Temple Ujjain.JPG
Lua error in ମଡ୍ୟୁଲ:Location_map at line 501: Unable to find the specified location map definition: "Module:Location map/data/India Madhya Pradesh" does not exist.
ନାମ
ମୂଳ ନାମShri Mahakaleshwar Jyotirling
ଭୌଗୋଳିକ ଅବସ୍ଥିତି
ଦିଗବାରେଣି23°10′58″N 75°46′6″E / 23.18278°N 75.76833°E / 23.18278; 75.76833Coordinates: 23°10′58″N 75°46′6″E / 23.18278°N 75.76833°E / 23.18278; 75.76833
ଦେଶଭାରତ
ରାଜ୍ୟମଧ୍ୟ ପ୍ରଦେଶ
ଅବସ୍ଥିତିଉଜ୍ଜୟିନୀ
ପରମ୍ପରା
ମୁଖ୍ୟ ଆରାଧ୍ୟମହାକାଳେଶ୍ୱର (ଶିବ)

କିମ୍ବଦନ୍ତୀସମ୍ପାଦନ କରନ୍ତୁ

କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ ଅବନ୍ତିର ରାଜଧାନୀ ଅବନ୍ତିକା (ପରବର୍ତ୍ତି କାଳରେ ଉଜ୍ଜୈନ)ରେ ଏକଦା ଶାସନ କରୁଥିଲେ ରାଜା ଚନ୍ଦ୍ରସେନ । ସେଥିଲେ ଶିବଙ୍କର ପରମ ଭକ୍ତ । ଦିନେ ରାଜା ମନ୍ତ୍ରପାଠ ପୂର୍ବକ ପ୍ରାସାଦ ମଧ୍ୟସ୍ଥ ମନ୍ଦିରରେ ଶିବପୂଜାରେ ବ୍ୟସ୍ତ ଥାଆନ୍ତି । ରାସ୍ତାରେ ଯାଉଥିଲା ଶ୍ରୀକର ନାମକ ଚଷାପିଲା ଟିଏ । ମନ୍ତ୍ର ଧ୍ୱନି ଶୁଣି ସେ ମଧ୍ୟ ଦେବ ଆରାଧନା ପାଇଁ ଇଛା କଲା । ତେବେ ରାଜରକ୍ଷୀମାନେ ତାକୁ ଅର୍ଦ୍ଧଚନ୍ଦ୍ର ଦେଇ ସେହି ସ୍ଥାନରୁ ବାହର କରିଦେଲେ । ଶ୍ରୀକର କୈଣସି ପ୍ରଦିବାଦ ନକରି ସିଧା ଚାଲିଲା ନଗରୀ ଉପକଣ୍ଠରେ ପ୍ରବାହିତ କ୍ଷିପ୍ରା ନଦୀ କୂଳକୁ ଓ ସେଠାରେ ବସି ଆରମ୍ଭ କଲା ଲିଙ୍ଗ-ପୂଜନ । ଠିକ ସେହି ସମୟରେ ଚନ୍ଦ୍ରସେନଙ୍କର ଦୁଇ ପ୍ରମୁଖ ଶତ୍ରୁ ରାଜା ରିପୁଦମନ ଏବଂ ସିଂହାଦିତ୍ୟ ଦୂଷଣ ନାମକ ରାକ୍ଷସର ସହାୟତା ନେଇ ମିଳିତ ଭାବେ ଉଜ୍ଜୈନ ଆକ୍ରମଣ କଲେ । ସେମାନଙ୍କର ଅଚାନକ ଆକ୍ରମଣର ସମ୍ମୁଖୀନ ହୋଇନପାରି ଚନ୍ଦ୍ରସେନ ଜଙ୍ଗଲ ମଧ୍ୟକୁ ପଳାୟନ କଲେ । ଶତ୍ରୁମାନେ ଅଧିକ ସାହାସ ପାଇ ମୂଖ୍ୟତଃ ଶିବଭକ୍ତ ପ୍ରଜାଙ୍କ ଉପରେ ଯାବତୀୟ ଅତ୍ୟାଚାର ଚଳାଇଲେ । ରାଜାଙ୍କ ମୂଖ୍ୟ ପୂଜକ ବୃଦ୍ଧି ଶୁଣିଲେ ଯେ ରାଜଧାନୀ ବାହାରେ ଶ୍ରୀକର ନାମକ ବାଳକ ପ୍ରାର୍ଥନାରତ । ସେ ମଧ୍ୟ ଯାଇ ଶ୍ରୀକର ସହିତ ଯୋଗ ଦେଲେ । ସେମାନଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାକାଳ ରୂପରେ ଉଭା ହେଲେ ଶିବ । ଚନ୍ଦ୍ରସେନଙ୍କ ଶତ୍ରୁମାନେ ପରାଜିତ ହେଲେ ଏବଂ ନିହତ ହେଲା ଦୁଷଣ । ଚନ୍ଦ୍ରସେନ ଫେରି ପାଇଲେ ନିଜର ରାଜ୍ୟ । ନଗର ମଧ୍ୟରେ ମହାକାଳରୂପୀ ଶିବ ଅବସ୍ଥାନ କରନ୍ତୁ ବୋଲି ଶ୍ରୀକର ଭୋଳାନାଥଙ୍କ ଠାରୁ ବର ଚାହିଁଲା । ସେହି ଦିନ ଠାରୁ ଉଜ୍ଜୈନରେ ପୂଜା ପାଇଆସୁଛନ୍ତି ମହାକାଳେଶ୍ୱର ।[୩] [୪][୫]

ଇତିହାସସମ୍ପାଦନ କରନ୍ତୁ

ମନ୍ଦିରସମ୍ପାଦନ କରନ୍ତୁ

ପୂଜା ଓ ପର୍ବପର୍ବାଣୀସମ୍ପାଦନ କରନ୍ତୁ

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ବାହାର ତଥ୍ୟସମ୍ପାଦନ କରନ୍ତୁ