ମହମ ବେଗମ
ମହମ ବେଗମ କିମ୍ବା ମହୀମ ବେଗମ[୧] (୧୬ ଏପ୍ରିଲ ୧୫୩୪ରେ ମୃତ୍ୟୁବରଣ କରିଥିଲେ) ୨୦ ଏପ୍ରିଲ ୧୫୨୬ ମସିହାରୁ ୨୬ ଡିସେମ୍ବର ୧୫୩୦ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟର ସମ୍ରାଟ ଏବଂ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା ବାବୁରଙ୍କ ତୃତୀୟ ପତ୍ନୀ ତଥା ମୁଖ୍ୟ ମହାରାଣୀ ଥିଲେ । ସେ ବାବୁରଙ୍କ ଜ୍ୟେଷ୍ଠପୁତ୍ର ତଥା ଶେଷରେ ଉତ୍ତରାଧିକାରୀ ହୋଇଥିବା ହୁମାୟୁନଙ୍କ ମାତା ଥିଲେ । ସେ ପାଦଶାହା ବେଗମର ପ୍ରଥମ ରାଜକୀୟ ଆଖ୍ୟା ପାଇଥିଲେ ।
ମହମ ବେଗମ | |
---|---|
ମୋଗଲ ସାମ୍ରାଜ୍ୟର ମହାରାଣୀ
| |
ଶାସନକାଳ | ୫ |
ପୂର୍ବାଧିକାରୀ | ସ୍ଥିତି ସ୍ଥାପିତ |
ଉତ୍ତରାଧିକାରୀ | ବେଗା ବେଗମ |
ଜୀବନସାଥୀ | ବାବୁର |
ସନ୍ତାନସନ୍ତତିଗଣ | |
| |
ବଂଶ | ତିମୁରିଦ ରାଜବଂଶ "(ବିବାହ ପରେ)" |
ଜନ୍ମ | ୧୫ ଶତାବ୍ଦୀର ଶେଷଭାଗ ତିମୁରିଦ ସାମ୍ରାଜ୍ୟ |
ମୃତ୍ୟ | ୧୬ ଏପ୍ରିଲ ୧୫୩୪ ଦିଲ୍ଲୀ, ମୋଗଲ ସାମ୍ରାଜ୍ୟ |
ସମାଧି | ଆଗ୍ରା, ମୋଗଲ ସାମ୍ରାଜ୍ୟ |
ଧର୍ମ | ଇସଲାମ ଧର୍ମ |
ପରିବାର ଏବଂ ବଂଶ
ସମ୍ପାଦନାସମସାମୟିକ ରେକର୍ଡ ଗୁଡିକରୁ ମହମ ବେଗମଙ୍କ ପିତାମାତା ସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ବାବୁରଙ୍କ ଆତ୍ମଜୀବନୀ; ବାବୁର୍ନମାରେ, ଦୁହିଁଙ୍କ ବିବାହ ବିଷୟରେ ଅଳ୍ପ କିଛି ଉଲ୍ଲେଖ ରହିଛି କିନ୍ତୁ ମହମଙ୍କ ପରିବାର ବିଷୟରେ କିଛିନାହିଁ ।[୨] ତଥାପି, ଏକ ପ୍ରମାଣ ଅଛି ଯେ ଖ୍ୱାଜା ମହମ୍ମଦ ଅଲି ନାମକ ଜଣେ ବ୍ୟକ୍ତି ମହମଙ୍କ ଭାଇ ଥିଲେ । ଖୋଷ୍ଟ ସହରକୁ କେନ୍ଦ୍ର କରି ବାବୁର୍ନମାରେ ତାଙ୍କ ନାମ ଅନେକ ଥର ଦେଖାଯାଏ, ଯଥା ଖୋଷ୍ଟ ସରକାରରେ ସେବା କରିବା, ଖୋଷ୍ଟରୁ ଅର୍ଡର ପାଇଁ ଆସିବା ଇତ୍ୟାଦି । ସେହି ସହରରେ ମହମଙ୍କ ସନ୍ତାନ ଜନ୍ମ ହୋଇଥିଲେ ଏବଂ ଏହା ରେକର୍ଡ ହୋଇଥିଲା ଯେ ପରେ ହୁମାୟୁନ ଖୋଷ୍ଟରେ ତାଙ୍କ ମାତାପିତାଙ୍କୁ ଦେଖା କରିଥିଲେ । ବାବୁର, ଅବଦୁଲ ମଲିକ ଖୋଷ୍ଟିଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯିଏ ମହମଙ୍କ ସମ୍ପର୍କୀୟ ହୋଇପାରନ୍ତି, ଯଦିଓ ଏହା ନିଶ୍ଚିତ ନୁହେଁ ।[୩] ତିମୁରିଦ ସମ୍ପର୍କକୁ ଆଗକୁ ନେବାକୁ ସୂଚକ ମଧ୍ୟ ଦିଆଯାଇଛି । ମହମ ବେଗମଙ୍କ ପୋଷ୍ୟ କନ୍ୟା ଗୁଲବଦନ କହିଛନ୍ତି ଯେ କାବୁଲର ନୂତନ ବର୍ଷର ଉଦ୍ୟାନର ମାଲିକମାନଙ୍କ ସହ ସମ୍ରାଟ ସମ୍ପୃକ୍ତ ଥିଲେ, ଯାହା ପ୍ରଥମେ ବାବରଙ୍କ ମାମୁଁ ଉଲୁଘ ବେଗ ଦ୍ୱିତୀୟଙ୍କଦ୍ୱାରା ନିର୍ମିତ ହୋଇଥିଲା ।[୪] ଏଥିସହ, କେତେକ ବିଚାରରୁ ଜଣାପଡିଛି ଯେ ଗୁଲବଦନଙ୍କ ମା ଦିଲଦାର ଆଗଚା ବେଗମ ମଧ୍ୟ ମହମଙ୍କ ସମ୍ପର୍କୀୟ ଥିଲେ ।[୫]
ବିବାହ
ସମ୍ପାଦନା୧୫୦୬ ମସିହାରେ ବାବୁର ମହମ ବେଗମଙ୍କୁ ହେରାଟରେ ବିବାହ କରିଥିଲେ, ଯେତେବେଳେ ସୁଲତାନ ହୁସେନ ମିର୍ଜାଙ୍କ ମୃତ୍ୟୁରେ ସେ ହେରାଟର ରାଜଧାନୀ ଖୋସ୍ରାନରେ ଶୋକ ପାଳିଥିଲେ । ସେ ବାବୁରଙ୍କ ରାଜନୈତିକ କାର୍ଯ୍ୟରେ ତଥା ରାଜପରିବାରରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଅତ୍ୟଧିକ ବୁଦ୍ଧି, ଗୁଣ ଏବଂ ସୁନ୍ଦର ଚେହେରା ଥିଲା । ସେ ରାଜ ପରିବାରର ମୁଖ୍ୟ ମହିଳା ଥିଲେ । ଦମ୍ପତିଙ୍କ ପ୍ରଥମ ସନ୍ତାନ ହୁମାୟୁନ ଜନ୍ମ ହେବା ପରେ ଆଉ ଚାରି ସନ୍ତାନ ଜନ୍ମ ହୋଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ସମସ୍ତେ ଶିଶୁ ଅବସ୍ଥାରେ ମରିଗଲେ । ସେମାନେ ହେଲେ ବାରବୁଲ, ମିହର ଜାହାନ, ଆଇସାନ ଦୌଲତ ଏବଂ ଫାରୁକ । ବାବୁରଙ୍କ ମୁଖ୍ୟ ପତ୍ନୀ ଭାବରେ, ସେ ତାଙ୍କ ହରେମର ଅନ୍ୟ ଅନ୍ତେବାସୀମାନଙ୍କ ଉପରେ ଭଲଭାବେ ପରିଭାଷିତ ହୋଇଥିଲେ । ସେ ନିଜେ ଯଥାକ୍ରମେ ୧୫୧୯ ଏବଂ ୧୫୨୫ ମସିହାରେ ଦିଲଦାର ବେଗମଙ୍କ ଦୁଇ ସନ୍ତାନ ହିନ୍ଦଳ ମିର୍ଜା ଏବଂ ଗୁଲବାଦନ ବେଗମଙ୍କ ଅଭିଭାବକତା ଗ୍ରହଣ କରିଥିଲେ ଏବଂ ଏହା ବାବୁରଙ୍କଦ୍ୱାରା ପ୍ରମାଣିତ ହୋଇଥିଲା ।
ମୃତ୍ୟୁ
ସମ୍ପାଦନାମହମ ବେଗମ ଅନ୍ତବୁଜୁଳା ରୋଗରେ ଆକ୍ରାନ୍ତ ହୋଇ ୧୬ ଏପ୍ରିଲ ୧୫୩୪ ମସିହାରେ ମୃତ୍ୟୁବରଣ କରିଥିଲେ । ମହମଙ୍କ ମୃତ୍ୟୁ ପରେ ବାବୁରଙ୍କ ଭଉଣୀ ଖାନଜଡା ବେଗମ ସାମ୍ରାଜ୍ୟର ପ୍ରଥମ ମହିଉଳା ହୋଇଥିଲେ ।
ତାଙ୍କୁ କେଉଁଠାରେ ସମାଧି ଦିଆଗଲା ଏବଂ କେଉଁ ସ୍ଥାନଟି ତାଙ୍କ ପୁତ୍ର ହୁମାୟୁନଙ୍କଦ୍ୱାରା କବର ହେବା ପାଇଁ ମନୋନୀତ ହୋଇଥିଲା ତାହା ଏଜାବତ ଜଣା ନାହିଁ । ତାଙ୍କୁ ବାବୁରଙ୍କ କବର ପାଖରେ କବର ଦିଆଯାଇଥିବା ଜଣାପଡିଛି । ଏହା ନିଶ୍ଚିତ ଯେ, ତାଙ୍କ ଶରୀର କେବେ ମଧ୍ୟ କାବୁଲକୁ ସ୍ଥାନାନ୍ତର କରାଯାଇ ନାହିଁ ।
ଆଧାର
ସମ୍ପାଦନା- ↑ Mukhia 2004, p. 124.
- ↑ Babur (1922). The Babur-nama In English (Memoirs of Babur). Vol. II. Translated by Annette Beveridge. London: Luzac & Co. p. 714.
- ↑ Gulbadan Begum (1902). The History of Humayun (Humayun-nama). Translated by Annette Beveridge. London: Royal Asiatic Society. p. 257.
- ↑ Gulbadan Begum (1902, p. 257)
- ↑ Beveridge, Annette (1898). Life and writings of Gulba dan Begam (Lady Rosebody). Calcutta Review. Vol. 109. Calcutta: University of Calcutta. p. 347.