ମହମ୍ମଦ ଇକବାଲ
ସାର ମହମ୍ମଦ ଇକବାଲ (ଏକବାଲ) (ଉର୍ଦ୍ଦୁ: محمد اقبال) (ନଭେମ୍ବର 9, 1877 - 21 ଏପ୍ରିଲ, 1938) ଅବିଭାଜିତ ଭାରତର ଜଣେ ପ୍ରସିଦ୍ଧ କବି, ନେତା ଓ ଦାର୍ଶନିକ ଥିଲେ। [୧] ପାକିସ୍ତାନ ଆନ୍ଦୋଳନକୁ ପ୍ରେରଣା ଦେବାର ସମସ୍ତ ଶ୍ରେୟ ତାଙ୍କୁ ଯାଇଥାଏ। ଉର୍ଦ୍ଦୁ ଓ ପାରସୀ ଭାଷାରେ ସେ ଅନେକ କବିତା (ଶାୟରୀ) ରଚନା କରିଛନ୍ତି, ଯାହାକୁ ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ଶାୟରୀର ମାନ୍ୟତା ମିଳିଛି।[୧][୨] ଉର୍ଦ୍ଦୁ ସାହିତ୍ୟରେ ତାଙ୍କୁ ସବୁଠାରୁ ପ୍ରଭାବ ଶାଳୀ ବ୍ୟକ୍ତି ବୋଲି ପରିଗଣିତ କରାଯାଏ। [୨]
ଜନ୍ମ | ଶିଆଲକୋଟ, ପଞ୍ଜାବ(ଇଂରେଜ ଶାସନାଧୀନ ଭାରତ) | ନଭେମ୍ବର ୯, ୧୮୭୭
---|---|
ଦେହାନ୍ତ | ୨୧ ଅପ୍ରେଲ ୧୯୩୮ ଲାହୋର, ପଞ୍ଜାବ, ଇଂରେଜ ଶାସନାଧୀନ ଭାରତ | (ବୟସ ୬୦)
ଦଶନ୍ଧି | ବିଂଶ ଶତକର ଦାର୍ଶନିକ |
ଅଞ୍ଚଳ | ଅବିଭାଜିତ ଭାରତ, ଏବେ ପାକିସ୍ତାନ |
ମୂଳ ଲକ୍ଷ | ଉର୍ଦ୍ଦୁ କବିତା, ପାର୍ସି କବିତା |
ଜଣାଶୁଣା ଚିନ୍ତାଧାରା | ଦ୍ୱି-ଦେଶ ସିଦ୍ଧାନ୍ତ, ସ୍ୱତନ୍ତ୍ର ପାକିସ୍ତାନର ଧାରଣା |
କାହାଦେଇ ପ୍ରଭାବିତ
| |
କାହାକୁ ପ୍ରଭାବିତ କରିଛନ୍ତି
| |
Website | allamaiqbal |
ଇକବାଲଙ୍କୁ ପାକିସ୍ତାନ, ଭାରତ ଓ ଅନ୍ୟାନ୍ୟ ବିଦେଶୀ ବିଦ୍ୱାନମାନଙ୍କ ଭିତରେ ଆଗଧାଡ଼ିର ଶାସ୍ତ୍ରୀୟ କବିର ମାନ୍ୟତା ମିଳିଛି। [୩][୪] ସେ ଏକାଧାରରେ ଜଣେ ଉଚ୍ଚକୋଟୀର କବି ଓ ଆଧୁନିକ ଯୁଗୀୟ ମୁସଲମାନ ଦାର୍ଶନର ଜଣେ ମହାନ ଚିନ୍ତା ନାୟକ ଅଟନ୍ତି। [୪] ତାଙ୍କର ପ୍ରଥମ କବିତା ପୁସ୍ତକ ଅସରାର-ଏ-ଖୁଦି (ଆତ୍ମ ରହସ୍ୟ) ୧୯୧୫ ମସିହାରେ ପାରସ୍ୟ ଭାଷାରେ ମୁକ୍ତିଲାଭ କରିଥିଲା। ତାଙ୍କ ରଚିତ ଅନ୍ୟାନ୍ୟ ବହି ଗୁଡ଼ିକ ହେଲା ରୁମୁଜ-ଇ-ବେଖୁଦି, ପାୟାମ-ଇ-ମସ୍ରିକ ଓ ଜବୁର-ଇ-ଆଜମ୍। ତାଙ୍କର ଅତି ଲୋକପ୍ରିୟ ଉର୍ଦ୍ଦୁ ରଚନାବଳୀ ଭିତରେ ବଙ୍ଗ-ଇ-ଦାରା, ବାଲ-ଇ-ଜିବ୍ରିଲ, ଜର୍ବ-ଇ-କଲିମ ଓ ଆର୍ମୁଘନ-ଇ-ହିଜାଜର କିଛି ଅଂଶ ଅନ୍ୟତମ। [୫] ଉର୍ଦ୍ଦୁ ଓ ପାର୍ସୀ କବିତା ଛଡ଼ା ତାଙ୍କର କେତେକ ଉର୍ଦ୍ଦୁ ଓ ଇଂରାଜୀ ପତ୍ର ଓ ଭାଷଣ ବର୍ଷ ବର୍ଷର ସାଂସ୍କୃତିକ, ସାମାଜିକ, ଧାର୍ମୀକ ଓ ରାଜନୈତିକ ବିଭେଦକୁ ସମାଧାନ କରିବାରେ ବହୁତ ପ୍ରଭାବଶାଳୀ ସିଦ୍ଧ ହୋଇଛି।[୪] ଇସଲାମ ଧର୍ମର ମୂଳତତ୍ତ୍ୱ ଉପରେ ସେ ଯେଉଁ ବକ୍ତୃତାମାନ ଦେଇଥିଲେ ସେ ସବୁକୁ ଏକ ପୃଥୁଳକାୟ ପୁସ୍ତକାକାରରେ ସଂକଳିତ କରାଯାଇଅଛି।
ଦକ୍ଷିଣ ଏସିଆର ହିନ୍ଦୀ ଓ ଉର୍ଦ୍ଦୁ ଭାଷାଭାଷୀ ଲୋକମାନଙ୍କ ଭିତରେ ଇକବାଲ ଶୈର-ଇ-ମୁସରିକ (ଉର୍ଦ୍ଦୁ: شاعر مشرق) ଅର୍ଥାତ୍ପ୍ରାଚ୍ୟ କବି ନାମରେ ପରିଚିତ। ତାଙ୍କୁ ମୁଫକିର-ଇ-ପାକିସ୍ତାନ ("ପାକିସ୍ତାନର ନିରୀକ୍ଷକ") ଓ ହାକୀକ-ଉଲ୍-ଉମ୍ମତ ("ଉମ୍ମାର ସନ୍ୟାସୀ") ବୋଲି ମଧ୍ୟ କୁହାଯାଏ। ଇରାନ ଓ ଆପଗାନିସ୍ଥାନରେ ସେ ଇକବାଲ-ଇ-ଲୋହୋରି (اقبال لاهوری) (ଲାହୋରର ଇକବାଲ) ଭାବରେ ଜଣାଶୁଣା ଓ ସେ ହେଉଛନ୍ତି ପାର୍ସୀ ଭାଷାର ସବୁଠୁ ପ୍ରଶଂସିତ କବି।[୬] ପାକିସ୍ତାନ ସରକାର ତାଙ୍କୁ ପାକିସ୍ତାନର ଜାତୀୟ କବି ଭାବେ ଘୋଷଣା କରିଛନ୍ତି। ତାଙ୍କର ଜନ୍ମଦିନ ପାକିସ୍ତାନର ଏକ ଜାତୀୟ ଛୁଟି ଦିନ। [୭]
ଶିକ୍ଷା
ସମ୍ପାଦନାବାଲ୍ୟକାଳରେ ସେ ସୟଦ ମୀର ହସନଙ୍କଠାରୁ ପାରସ୍ୟ ଓ ଆରବୀ ଭାଷା ଶିକ୍ଷା କରିଥିଲେ। ସାହିତ୍ୟ ଓ କବିତା ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା। ସେ ଛାତ୍ରାବସ୍ଥାରେ ଅନେକ କବିତା ରଚନା କରି ବହୁ ପ୍ରଶଂସିତ ହୋଇଥିଲେ। ନୱାବ ମିର୍ଜା ଖାଁ – ‘ଦାରା’ ବୋଲି ଜଣେ ପ୍ରସିଦ୍ଧ କବି ଦିଲ୍ଲୀରେ ବାସ କରୁଥିଲେ। ହାଇଦ୍ରାବାଦର ନବାବ ତାଙ୍କୁ ନିଜର ଶିକ୍ଷକ ପଦରେ ବରଣ କରି ତାଙ୍କୁ ହାଇଦ୍ରାବାଦ ନେଇ ଯାଇଥିଲେ। ଭାରତର ବିଭିନ୍ନ ଅଞ୍ଚଳରୁ କବିବାନେ ସେମାନଙ୍କ କବିତା ସଂଶୋଧନ ପାଇଁ ତାଙ୍କ ପାଖକୁ ପଠାଉଥିଲେ। ଇକବଲ ମଧ୍ୟ ନିଜ କବିତା ତାଙ୍କପାଖକୁ ପଠାଇବାରୁ ସେ ଇକବଲଙ୍କ କବିତାକୁ ନିଜ କବିତାଠାରୁ ବି ଉଚ୍ଚକୋଟୀର ବୋଲି କହି ବହୁତ ପ୍ରଶଂସା କରିଥିଲେ।
କବିତା ରଚନା
ସମ୍ପାଦନାଶିଆଲକୋଟ କଲେଜରେ ଏଫ.ଏ. ସାରି ସେ ବି.ଏ. ପଢ଼ିବାକୁ ଲାହୋର ଚାଲିଗଲେ। ସେଠାରେ ଦର୍ଶନଶାସ୍ତ୍ରର ଅଧ୍ୟାପକ ଆରନଲଡ ସାହେବଙ୍କଠାରୁ ଦର୍ଶନ ଶାସ୍ତ୍ର ଅଧ୍ୟୟନ କରିଥିଲେ। ସେମାନଙ୍କ ଭିତରେ ସମ୍ପର୍କ ଏମିତି ପ୍ରଗାଢ଼ ହୋଇଯାଇଥିଲା ଯେ, ଆରନଲଡ ସାହେବ ବିଲାତ ଫେରିଲା ବେଳକୁ ସେ ତାଙ୍କ ସହିତ ବିଲାତ ଚାଲିଗଲେ। ସେଠାରେ ସେ କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କଲେ। ବିଲାତରେ ସେ କବିତା ରଚନା ପ୍ରତି ବୀତସ୍ପୃହ ହୋଇ ପଡ଼ିବାର ଦେଖି ଆରନଲଡ ସାହେବଙ୍କ ଅନୁପ୍ରେରଣାରେ ପୁନଃ କବିତା ରଚନାକୁ ମନ ବଳାଇଲେ। ‘ଆତ୍ମ ରହସ୍ୟ’, ‘ଆତ୍ମ-ବିଲୋପ ରହସ୍ୟ’, ‘ପ୍ରାଚ୍ୟ ବାର୍ତା’ ଇତ୍ୟାଦି ଗ୍ରନ୍ଥ ସେ ରଚନା କରିଥିଲେ। ତାଙ୍କ ରଚିତ ପାର୍ସି ଭାଷାର ଗ୍ରନ୍ଥ ଆତ୍ମରହସ୍ୟକୁ ନିକୋଲସନ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ। ସେ ପ୍ରଥମେ ଉର୍ଦ୍ଦୁ ଭାଷାରେ ରଚନା କରୁଥିଲେ। କିନ୍ତୁ ‘ସନ୍ୟାସ ରହସ୍ୟ’ ନାମକ ଗ୍ରନ୍ଥ ପ୍ରଣୟନ କାଳରେ ତାଙ୍କୁ ଆରବୀ ଓ ପାର୍ସୀ ଭାଷାର ଅନେକ ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡ଼ିଥିଲା। ଏ ସବୁ ଗ୍ରନ୍ଥ ଅଧ୍ୟୟନ କରି ତାଙ୍କୁ ଲାଗିଲା ନିଜର ଭାବର ପୂର୍ଣ ପରିପ୍ରକାଶ ପାଇଁ ତାଙ୍କୁ ଉର୍ଦ୍ଦୁ ଭାଷା ଛାଡ଼ି ପାର୍ସୀ ବ୍ୟବହାର କରିବାକୁ ପଡ଼ିବ। ଫଳରେ ସେ ପାର୍ସୀ ଭାଷାରେ ତାଙ୍କର ଅଧିକାଂଶ ରଚନା ଆରମ୍ଭ କରିବାକୁ ଲାଗିଲେ। ଜର୍ମାନ ଅବସ୍ଥାନ କାଳରେ ସେ କବି ଗେଟେଙ୍କର କବିତା ‘ପାଶ୍ଚାତ୍ୟ ଅଭିନଂଦନ’ର ପ୍ରତ୍ୟୁତ୍ତରରେ ‘ପ୍ରାଚ୍ୟବାର୍ତା’ କାବ୍ୟ ରଚନା କରି ସେଥିରେ ସେ ଦର୍ଶନ ଶାସ୍ତ୍ରର ଅନେକ ଜଟିଳ ଓ ସୂକ୍ଷ୍ମ ତଥ୍ୟକୁ ସରଳ ଓ ପ୍ରାଞ୍ଜଳ ଭାବରେ ବୟାନ କରି ପାରିଥିଲେ। ସେଥିପାଇଁ ଲୋକେ ତାଙ୍କୁ ‘ପ୍ରକୃତି ଗ୍ରନ୍ଥ’ର ଟୀକାକାର ଆଖ୍ୟା ଦେଇଥିଲେ।
ଚିନ୍ତାଧାରା
ସମ୍ପାଦନାସେ ପାଶ୍ଚାତ୍ୟ ଶିକ୍ଷା ଗ୍ରହଣ କରିଥିଲେ ସୁଦ୍ଧା ଏହି ଶିକ୍ଷା ପ୍ରଣାଳୀକୁ ପସନ୍ଦ କରୁ ନଥିଲେ। ମୁସଲମାନମାନଙ୍କର ଦୂରବସ୍ଥା ଦେଖି ସେ ମର୍ମାହତ ହେଉଥିଲେ ଓ ଜାତୀୟ ଜାଗରଣ ପାଇଁ କବିତାଦି ରଚନା କରୁଥିଲେ। ଲଣ୍ଡନରେ ଦର୍ଶନ ଶାସ୍ତ୍ର ପଢୁଥିବା ସମୟରେ ସେ ସର୍ବଭାରତୀୟ ମୁସଲିମ ଲିଗର ଲଣ୍ଡନ ଶାଖାର ଜଣେ ସଭ୍ୟ ହୋଇଥିଲେ।[୪][୫]
ସମ୍ମାନ
ସମ୍ପାଦନାଅନନ୍ତର ଇକବାଲ ଜର୍ମାନ ଯାଇ ସେଠାରେ ନାନାଦି ଶାସ୍ତ୍ର ଅଧ୍ୟୟନ କରିଥିଲେ। ତତ୍ରତ୍ୟ ପଣ୍ଡିତମାନେ ତାଙ୍କ ରଚିତ ‘ପାରସ୍ୟ ଦେଶର ଦର୍ଶନ ଶାସ୍ତ୍ରର ଇତିହାସ’ ଗ୍ରନ୍ଥ ପାଠକରି ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ଡ଼ାକ୍ତର ଉପାଧିରେ ଭୂଷିତ କରିଥିଲେ।
୧୯୨୨ରେ ଇଂଲାଣ୍ଡର ରାଜା ପଞ୍ଚମ ଜର୍ଜ [୬] ତାଙ୍କୁ "ସାର୍" ଉପାଧି ପ୍ରଦାନ କରିଥିଲେ।[୮] ଭାରତ ସରକାର ମଧ୍ୟ ତାଙ୍କ ପ୍ରଭୂତ ଜ୍ଞାନର ପରିଚୟ ପାଇଁ ତାଙ୍କୁ ‘ସାର୍’ ଉପାଧିରେ ବିଭୁଷିତ କରିଥିଲେ। ତାଙ୍କର ବିଦବତ୍ତା ଓ କବିତ୍ୱକୁ ଲକ୍ଷ୍ୟକଲେ ଜଣାଯାଏ, ପିତୃଦତ୍ତନାମ ଇକବାଲ (ବା ଏକବାଲ ଅର୍ଥାତ୍ ସୌଭାଗ୍ୟ)କୁ ସେ ସାର୍ଥକ କରିଛନ୍ତି ।
ଶେଷ ଜୀବନ
ସମ୍ପାଦନା୧୯୩୮ରେ ଯେତେବେଳେ ଦେହାନ୍ତ ହେବା ପରେ କବି ରବୀନ୍ଦ୍ରନାଥ ଠାକୁର କହିଥିଲେ, "କାଳରୂପକ ଦସ୍ୟୁ କବିମାଳାରୁ ଯେଉଁ ମୁକ୍ତାଟି ଅପହରଣ କଲା, ତା’ର ପୁନର୍ଲାଭ ଅସମ୍ଭବ।"
ସାରା ସଂସାରରେ ଶ୍ରେଷ୍ଠ
ସମ୍ପାଦନାମହମ୍ମଦ ଇକବଲଙ୍କ ପ୍ରସିଦ୍ଧ ରଚନା ‘‘ସାରେ ଜହାଁ ସେ ଅଚ୍ଛା’’ ଗୀତକୁ ଅନୌପଚାରିକ ଭାବେ ଭାରତର ଜାତୀୟ ସଂଗୀତର ମାନ୍ୟତା ମିଳିଛି। ଏହାକୁ ଇକବାଲ ୧୯୦୫ରେ ରଚନା କରିଥିଲେ ଓ ସର୍ବପ୍ରଥମେ ସରକାରୀ କଲେଜ ଲାହୋରରେ ପଢ଼ି ଶୁଣାଇଥିଲେ। ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନ ଜାଗରଣ ସୃଷ୍ଟି କରିବାରେ ଅଦ୍ୱିତୀୟ ଭୂମିକା ଗ୍ରହଣ କରିଥିଲା।
ମୂଳଉର୍ଦ୍ଦୁ ରଚନା | ଓଡ଼ିଆ ଲିପିରେ ଉର୍ଦ୍ଦୁ | ଭାବାର୍ଥ |
---|---|---|
|
|
|
ଆଧାର
ସମ୍ପାଦନା- ↑ ୧.୦ ୧.୧ "Allama Muhammad Iqbal Philosopher, Poet, and Political leader". Aml.Org.pk. Archived from the original on 2012-03-05. Retrieved 2012-03-02.
- ↑ ୨.୦ ୨.୧ Anil Bhatti. "Iqbal and Goethe" (PDF). Yearbook of the Goethe Society of India. Archived from the original on 2008-10-30. Retrieved 2011-01-07.
{{cite web}}
: CS1 maint: bot: original URL status unknown (link) - ↑ "Leading News Resource of Pakistan". Daily Times. 2003-05-28. Archived from the original on 2012-07-28. Retrieved 2011-01-07.
- ↑ ୪.୦ ୪.୧ ୪.୨ ୪.୩ http://www.allamaiqbal.com/accessdate=2011-01-07}}
- ↑ ୫.୦ ୫.୧ "Allama Iqbal – Biography" (PHP). 26 May 2006. Retrieved 2011-01-07.
{{cite web}}
:|first=
missing|last=
(help) - ↑ ୬.୦ ୬.୧ Schimmel, Annemarie (1962). Gabriel's wing: a study into the religious ideas of Sir Muhammad Iqbal. Brill Archive. p.35/45
- ↑ "National Holiday November 9". Brecorder.com. 2010-11-06. Archived from the original on 2012-08-05. Retrieved 2012-01-24.
- ↑ "Iqbal's pro Kashmir approach". GroundReport.com. 2009-08-19. Retrieved 2012-01-24.[permanent dead link]