ମନୋହର ସିଂହ ନାଏକ
ଓଡ଼ିଆ ରାଜନୀତିଜ୍ଞ
ମନୋହର ସିଂହ ନାଏକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଝାରସୁଗୁଡ଼ା-ରାମ୍ପେଲ୍ଲା ଓ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମନୋହର ସିଂହ ନାଏକ | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପର ଅଧିକାରୀ | ବିନୋଦ ବିହାରୀ ବରିହା |
ନିର୍ବାଚନ ମଣ୍ଡଳୀ | ଝାରସୁଗୁଡ଼ା |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | ଝାରସୁଗୁଡ଼ା-ରାମ୍ପେଲ୍ଲା |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ହରପ୍ରିୟା ସିଂହ ନାଏକ |
ବାପା/ବୋଉ | ଭାଗିରଥି ସିଂହ ନାଏକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାମନୋହର ସିଂହ ନାଏକଙ୍କ ବାପାଙ୍କ ନାମ ଭାଗିରଥି ସିଂହ ନାଏକ ଓ ପତ୍ନୀଙ୍କ ନାମ ହରପ୍ରିୟା ସିଂହ ନାଏକ ।[୧]
ରାଜନୈତିକ ଜୀବନ
ସମ୍ପାଦନାମନୋହର ସିଂହ ନାଏକ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Manohar Singh Naik". odishaassembly.nic.in. Odisha Assembly. Retrieved 12 August 2021.