ମନୋଜ କୁମାର ପଣ୍ଡା

ଓଡ଼ିଆ ଲେଖକ

ମନୋଜ କୁମାର ପଣ୍ଡା (୪ ଅକ୍ଟୋବର ୧୯୫୪ – ୯ ଜୁଲାଇ ୨୦୨୦) ଜଣେ ଓଡ଼ିଆ ଲେଖକ ଓ ଇଂରାଜୀ ଶିକ୍ଷକ ଥିଲେ ।[୧] ତାଙ୍କର କେତେକ ଉଲ୍ଲେଖନୀୟ ରଚନା ମଧ୍ୟରେ ହାଡ଼ ବଗିଚା, ମାୟା ବଗିଚା, ବଣ୍ଡ ବଗିଚା, ଶବ୍ଦ ଶସ୍ୟ, ଗାଲିକଙ୍କ ସହ ହୋଇଥିବା ବାର୍ତ୍ତାଳାପ ଆଦି ଗଳ୍ପ ସଂକଳନ, ଶୂନ୍ୟସ୍ଥାନ ପୂରଣ କରିବାର ଖେଳ (ପ୍ରବନ୍ଧ) ଆଦି ଓଡ଼ିଆ ପୁସ୍ତକ ଏବଂ ଦ ବୋନ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ (ଅନୂଦିତ ଇଂରାଜୀ ଗଳ୍ପ ସଂକଳନ) ଆଦି ଅନ୍ୟତମ ।[୨] ମାୟା ବଗିଚା ପୁସ୍ତକ ନିମନ୍ତେ ସେ ୨୦୧୫ ମସିହାରେ ଶାରଳା ପୁରସ୍କାର ପାଇଥିଲେ ।[୩] ୨୦୧୦ରେ ଦି ବୋନ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ ପାଇଁ ଆୟରଲ୍ୟାଣ୍ଡସ୍ଥିତ ଫ୍ରେଙ୍କ ଓ' କନର ଆନ୍ତର୍ଜାତୀୟ ଗଳ୍ପ ପୁରସ୍କାର ପାଇଁ ଏସିଆର ଦଶ ଜଣ ଗାଳ୍ପିକଙ୍କ ମଧ୍ୟରେ ସ୍ଥାନୀତ ହୋଇଥିଲା ।[୪]

ମନୋଜ କୁମାର ପଣ୍ଡା
ଜନ୍ମ ଓ ଜନ୍ମସ୍ଥାନ(1954-10-04)୪ ଅକ୍ଟୋବର ୧୯୫୪
ବଲାଙ୍ଗୀର, ଓଡ଼ିଶା
ମୃତ୍ୟୁ୯ ଜୁଲାଇ ୨୦୨୦(2020-07-09) (ବୟସ ୬୫)
ବୃତ୍ତିଶିକ୍ଷକ
ଭାଷାଓଡ଼ିଆ
ଶିକ୍ଷାନୁଷ୍ଠାନସମ୍ବଲପୁର ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଓଡ଼ିଆ: ହାଡ଼ ବଗିଚା, ମାୟା ବଗିଚା
ଇଂରାଜୀ: ଦ ବୋନ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ
ପୁରସ୍କାରଶାରଳା ପୁରସ୍କାର (୨୦୧୫)
ଜୀବନସାଥୀମଞ୍ଜୁଳା ମିଶ୍ର

୨୦୨୦ ଜୁଲାଇ ୯ ତାରିଖରେ ଛାତିରେ ଯନ୍ତ୍ରଣାଜନିତ ଅସୁସ୍ଥତାରେ ବଲାଙ୍ଗିରର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]

ପ୍ରାରମ୍ଭିକ ଜୀବନ ସମ୍ପାଦନା

ମନୋଜ କୁମାର ପଣ୍ଡା ୧୯୫୪ ଅକ୍ଟୋବର ୪ ତାରିଖ ଦିନ ପିତା ନୀଳମଣି ପଣ୍ଡା ଓ ମାତା ରାଧାରାଣୀ ପଣ୍ଡାଙ୍କ ଔରସରୁ ଜନ୍ମ ନେଇଥିଲେ । ତାଙ୍କ ଭାଇଭଉଣୀଙ୍କ ଭିତରୁ ସେ ଜ୍ୟେଷ୍ଠ ଥିଲେ । ସ୍ନାତକ ପରେ ସେ ବ୍ୟାଚେଲର ଅଫ ଏଜୁକେସନ (ବିଇଡି) ସମାପ୍ତ କରି ଶିକ୍ଷକତା ଆରମ୍ଭ କରିଥିଲେ ।[୨]

ରଚନାବଳୀ ସମ୍ପାଦନା

ଓଡ଼ିଆ ସମ୍ପାଦନା

  • ହାଡ଼ ବଗିଚା (ଗଳ୍ପ ସଂକଳନ)
  • ବର୍ଣ୍ଣ ବଗିଚା (ଗଳ୍ପ ସଂକଳନ)
  • ମାୟା ବଗିଚା (ଗଳ୍ପ ସଂକଳନ)
  • ବଣ୍ଡ ବଗିଚା (ଗଳ୍ପ ସଂକଳନ)
  • ଶବ୍ଦ ଶସ୍ୟ (ଗଳ୍ପ ସଂକଳନ)
  • ଗାଲିବଙ୍କ ସହ ହୋଇଥିବା ବାର୍ତ୍ତାଳାପ (ଗଳ୍ପ ସଂକଳନ)
  • ଶୂନ୍ୟସ୍ଥାନ ପୂରଣ କରିବାର ଖେଳ (ପ୍ରବନ୍ଧ)
  • ଦ ବୋନ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ (ଇଂରାଜୀ, ଓଡ଼ିଆରୁ ଅନୂଦିତ ଗଳ୍ପ ସଂକଳନ)

ପୁରସ୍କାର ଓ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. Jena Monalisa (28 June 2013). DASURAM'S SCRIPT: The Best of New Odia Writing. HarperCollins Publishers India. pp. 105–. ISBN 978-93-5029-678-3.
  2. ୨.୦ ୨.୧ ୨.୨ "କଥାକାର ମନୋଜ ପଣ୍ଡା ଆଉ ନାହାନ୍ତି". ସମ୍ବାଦ. ସମ୍ବାଦ. Archived from the original on 10 July 2020. Retrieved 10 July 2020.{{cite news}}: CS1 maint: bot: original URL status unknown (link)
  3. "Manoj Kumar Panda to receive Sarala Puraskar". Odisha Sun Times. Retrieved 20 August 2015.
  4. Panda, Namita. "Award hope for Panda". The Telegraph. Retrieved 20 August 2015.
  5. ରଥ, ଡ. ସନ୍ତୋଷ କୁମାର (2013). ଶବ୍ଦ ସଂକେତ ଓ ଶୁନ୍ୟସ୍ଥାନ. ପକ୍ଷୀଘର ପ୍ରକାଶନୀ. ISBN 9788192084121.