ମନୋଜ କୁମାର ଜେନା

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ମନୋଜ କୁମାର ଜେନା (ଜନ୍ମ: ୩ ମାର୍ଚ୍ଚ ୧୯୫୭) ଜଣେ ଓଡ଼ିଆ ପ୍ରାବନ୍ଧିକ, କବି ଓ ଗାଳ୍ପିକ ।

ମନୋଜ କୁମାର ଜେନା
ଜନ୍ମ ଓ ଜନ୍ମସ୍ଥାନ (1957-03-03) ୩ ମାର୍ଚ୍ଚ ୧୯୫୭ (ବୟସ ୬୭)
ନିହଲପ୍ରସାଦ, ଢେଙ୍କାନାଳ
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଜୀବନସାଥୀଗୀତାଞ୍ଜଳି ଜେନା
ପିତାମାତାହୃଷିକେଶ ଜେନା (ପିତା), ହେମ୍ପ୍ରଭା ଜେନା (ମାତା)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ମନୋଜ କୁମାର ଜେନା ଢେଙ୍କାନାଳ ଜିଲ୍ଲାର ନିହଲପ୍ରସାଦରେ ୧୯୫୭ ମାର୍ଚ୍ଚ ୩ରେ ଜନ୍ମଗ୍ରହଣ କରିଥିଲେ । ସେ ଚୌଦ୍ୱାର ମ୍ୟୁନିସିପାଲିଟି ହାଇସ୍କୁଲରୁ ମାଟ୍ରିକ୍, ରେଭେନସା ମହାବିଦ୍ୟାଳୟରୁ ବିଜ୍ଞାନରେ ଇଣ୍ଟରମିଡ଼ିଏଟ୍, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ଶିକ୍ଷା ଶେଷ ପରେ ସେ କିଛି ଦିନ ପାଇଁ ଏଜି ଅଫିସରେ ଅଡ଼ିଟର, ଓଡ଼ିଶା ଅର୍ଥ କର୍ପୋରେସନରେ ଆସିଷ୍ଟାଣ୍ଟ ଫାଇନାନସିଆଲ ମ୍ୟାନେଜର ଓ ଶେଷରେ ଇଣ୍ଡିଆନ ଓୱରସିଜ୍ ବ୍ୟାଙ୍କର ଅଫିସର ଭାବେ କାର୍ଯ୍ୟ କରିଥିଲେ । ସେ ଝରଣା ପତ୍ରିକାର ସମ୍ପାଦନା, ଚିରସମର୍ଥା ପତ୍ରିକାର କାର୍ଯ୍ୟକାରୀ ସମ୍ପାଦନା କରିବା ସହିତ ଲାୟନ୍ସ କ୍ଲବ୍ ଅଫ୍ ଭୁବନେଶ୍ୱର ବ୍ୟାଙ୍କର୍ସର ଡାଇରେକ୍ଟର ଥିଲେ।[]

ରଚନାବଳୀ

ସମ୍ପାଦନା
  • ସଜ ସକାଳ (ଗଳ୍ପ)
  • ଅଚିହ୍ନା ଆକାଶ (ଗଳ୍ପ)
  • ଚିହ୍ନା ମୁହଁ (ଗଳ୍ପ)
  • ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ
  • ଆମ ଗାଁ (କାବ୍ୟ)
  • ବିଭୁ ମହିମା (ଅନୁବାଦ)

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • କଥାକଳିକା ତରଫରୁ ଫିସ୍ ଫ୍ଲୁଟ୍ ଫାଉଣ୍ଡେସନ ପୁରସ୍କାର
  • ଶିଳାଶ୍ରୀ ଗଳ୍ପ ସମ୍ମାନ
  • ଶ୍ୱେତସଂକେତ ଗଳ୍ପ ସମ୍ମାନ