ମଗନଲାଲ ଗାନ୍ଧୀ

ମହାତ୍ମାଗାନ୍ଧୀଙ୍କ ପରିବାର ସଦସ୍ୟ

ମଗନଲାଲ କୁଶଳଚାନ୍ଦ ଗାନ୍ଧୀ (୧୮୮୩–୧୯୨୮), ମୋହଦାସ କରମଚାନ୍ଦ ଗାନ୍ଧୀଙ୍କର ଜଣେ ଅନୁଗାମୀ ଥିଲେ । ସେ ତାଙ୍କର ବଡ଼ପାପାଙ୍କ ନାତି ଥିଲେ, ଯିଏକି ୨୩ ଅପ୍ରେଲ ୧୯୨୮ରେ ପାଟଣାଠାରେ ଟାଏଫଏଡ‌ରେ ମୃତ୍ୟବରଣ କରିଥିଲେ ।[୧]

ମଗନଲାଲ ଗାନ୍ଧୀ
ମଗନଲାଲ ଗାନ୍ଧୀ
ଜନ୍ମ
ମଗନଲାଲ କୁଶଳଚାନ୍ଦ ଗାନ୍ଧୀ

୧୮୮୩
ମୃତ୍ୟୁ୨୩ ଅପ୍ରେଲ ୧୯୨୮
ଜାତୀୟତାଭାରତୀୟ
ପିତାମାତାକୁଶଳଚାନ୍ଦ ଗାନ୍ଧୀ
ସମ୍ପର୍କୀୟମହାତ୍ମା ଗାନ୍ଧୀ (ସମ୍ପର୍କୀୟ କକା)

ମଗନଲାଲ ଗାନ୍ଧୀ ମୋହନଦାସ ଗାନ୍ଧୀଙ୍କ ଅନେକ କାର୍ଯ୍ୟରେ ଜଡ଼ିତ ଥିଲେ । ମହାତ୍ମା ଗାନ୍ଧୀଙ୍କର ଅଂହିସା ଆନ୍ଦୋଳନର ନାମ ସତ୍ୟାଗ୍ରହ ରଖିବାକୁ ମଗନଲାଲ ହିଁ କହିଥିଲେ । ମହାତ୍ମା ଗାନ୍ଧୀଙ୍କ ଅନୁସାରେ, ମଗନଲାଲ ସାବରମତୀ ଆଶ୍ରମର ହୃଦୟ ଓ ଆତ୍ମା ଥିଲେ । ଗାନ୍ଧୀଜୀଙ୍କ ଅନୁରୋଧ କ୍ରମେ କୁଳଶଚାନ୍ଦ ତାଙ୍କର ଦୁଇ ପୁତ୍ର ମଗନଲାଲ ଓ ଛଗନଲାଲଙ୍କୁ ଦକ୍ଷିଣ ଆଫ୍ରିକା ପଠାଇଥିଲେ ।[୨] ୧୯୦୩ ମସିହାରେ ସେଠାରେ ସେ ମହାତ୍ମା ଗାନ୍ଧୀଙ୍କ ସହିତ କାର୍ଯ୍ୟ କରିଥିଲେ । ସେ ତାଙ୍କର କାକା ମହାତ୍ମା ଗାନ୍ଧୀଙ୍କ ପଥକୁ ଅନୁସରଣ କରି ଆତ୍ମ-ଦରିଦ୍ରତା ଗ୍ରହଣ କରିବା ସହ ଫୋନିକ୍ସ ସେଟେଲ୍‌ମେଣ୍ଟରେ ଯୋଗଦେଇଥିଲେ ।

ଆଧାର ସମ୍ପାଦନା

  1. "Associates of Gandhi : Maganlal Gandhi". www.mkgandhi.org. Retrieved 3 October 2020.
  2. "Prabhudas Gandhi". gandhiserve.org. Archived from the original on 14 August 2022. Retrieved 3 October 2020.