ମଉଳା କାଳୀକା ମନ୍ଦିର
ମଉଳା କାଳୀକା ମନ୍ଦିର (ନେପାଳୀ: मौलाकालिका मन्दिर, pronounced [ˈmʌu̯la kalika]) ଏକ ବିଖ୍ୟାତ କାଳୀ ମନ୍ଦିର ଯାହା ନେପାଳର ନୱଲପୁର ଜିଲ୍ଲାର (Nawalpur district) ଗଣ୍ଡକୀ ପ୍ରୋଭିନ୍ସରେ ଥିବା (Gandaki province) ଗଇନ୍ଦାକୋଟ (Gaindakot) ଟାଉନରେ ଅବସ୍ଥିତ । ମଉଳା କାଳୀକା ଏକ ବିଖ୍ୟାତ ଓ ଟୁରିଷ୍ଟ ଆକର୍ଷଣକାରୀ ସ୍ଥାନ ଯାହା ନେପାଳର ଗଇନ୍ଦାକୋଟ ମୁନିସିପାଲଟିରେ ଅବସ୍ଥିତ । ଏହା ନାରାୟଣୀ ବା ଗଣ୍ଡକୀ ନଦୀର ତୀରରେ ଥିବା ମଉଳା ଦାଦା ବା ମଉଳା ପାହାଡ଼ ଉପରେ ଅବସ୍ଥିତ । ଏହି ମନ୍ଦିର ସମୁଦ୍ର ପତନଠାରୁ ୫୬୧ ମିଟର (561 metres (1,841 ft)) ଉପରେ ଅବସ୍ଥିତ ।
ମଉଳା କାଳୀକା ମନ୍ଦିର | |
---|---|
मौलाकालिका मन्दिर | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Nawalparasi |
ଦେବାଦେବୀ | Kalika |
Location | |
ସ୍ଥାନ | Gaindakot |
Country | Nepal |
ଭୌଗଳିକ ଅବସ୍ଥିତି | 27°43′39″N 84°24′32″E / 27.7275°N 84.4088°E |
Elevation | 561 m (1,841 ft) |
Website | |
www.maulakalika.org.np |
ଇତିହାସ
ସମ୍ପାଦନାଐତିହାସିକ ତଥ୍ୟ ଅନୁସାରେ କୁହାଯାଏ, ୧୬ଶ ଶତାବ୍ଦୀରେ ପଲପା ଜିଲ୍ଲାର (Palpa) ରାଜା କାଳିକାଙ୍କ ନାମରେ ମଉଳା ନାମକ ଏକ ପ୍ରତିକାତ୍ମକ ବଳି ସ୍ଥାନ ସୃଷ୍ଟି କଲେ ଯାହାକୁ ମଉଳା ପାହାଡ଼ ନାମ ଦିଆଗଲା । ହିନ୍ଦୁ ମତରେ କାଳୀ ବା କାଳୀକା ବା ଦୂର୍ଗା ଦେବୀ ନୂତନ ସୃଷ୍ଟି ଓ ଶକ୍ତିର ପ୍ରତୀକ । ସ୍ଥାନୀୟ ଲୋକମାନେ ମନ୍ଦିରକୁ ଅନେକ ଥର ନବୀକରଣ କରିଛନ୍ତି । ଅଧିକ ପର୍ଯ୍ୟଟକମାନଙ୍କ ପାଇଁ ଏହାର ପରିସର ବୃଦ୍ଧି କରାଯାଇଛି । ଅଧୁନା ମନ୍ଦିର କର୍ମକର୍ତ୍ତାମାନେ ଏଠାରେ ବଳି ପ୍ରଥାକୁ ନିଷିଦ୍ଧ କରିଛନ୍ତି ।
-
ମଉଳା କାଳୀକା ମନ୍ଦିର
ଲୋକପ୍ରିୟତା
ସମ୍ପାଦନାଗଇନ୍ଦାକୋଟର ଲୋକମାନେ ଶତାବ୍ଦୀ ଶତାବ୍ଦୀ ଧରି ମଉଳା କାଳିକାଙ୍କର ପୂଜା କରିଆସୁଛନ୍ତି । ଅଧୁନା ଏହା ବହୁଳ ଭାବରେ ଲୋକପ୍ରିୟ ହୋଇଯାଇଛି । ଏବେକାର ମନ୍ଦିର ୧୯୯୦ ମସିହାରେ ତିଆରି ହୋଇଥିଲା । ପ୍ରତିବର୍ଷ ନେପାଳ ଓ ପାର୍ଶ୍ୱବର୍ତ୍ତୀ ଦେଶମାନଙ୍କରୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି ସ୍ଥାନ ପରିଦର୍ଶନ କରୁଛନ୍ତି । ଦଶଇନ ବା ଦଶହରା ପର୍ବରେ ସେପ୍ଟେମ୍ବର-ଅକ୍ଟୋବର ଓ ମାର୍ଚ୍ଚ-ଅପ୍ରେଲରେ ଏହି ପର୍ଯ୍ୟଟକ ସଂଖ୍ୟା ଶୀର୍ଷ ସ୍ଥାନ ଅଧିକାର କରିଥାଏ ଓ ସେହି ପର୍ବତମାନଙ୍କରେ ଦେବୀ କାଳିକାଙ୍କର (ନବ ଦୂର୍ଗା ବା ଦୁର୍ଗାଙ୍କର ନଅ ଅବତାର) ପୂଜା କରାଯାଏ । ଏହି ମନ୍ଦିରକୁ ଦର୍ଶନ ନିମନ୍ତେ ଅତୀତରେ ପୂର୍ବତନ ରାଷ୍ଟ୍ରପତି ଡ ରାମ ବରଣ ଯାଦବ (Dr. Ram Baran Yadav, ନେପାଳର ମନ୍ତ୍ରୀ ରାମ ଶରଣ ମାହାତୋ, ଯୋଗଗୁରୁ ବାବା ରାଣଦେବ ଓ ନେପାଳର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ବିଦ୍ୟା ଦେବୀ ଭଣ୍ଡାରି (Bidhya Devi Bhandari) ଆସିଥିଲେ ।
ପଦଯାତ୍ରା
ସମ୍ପାଦନାଗନ୍ଦାଇକୋଟ ଓ ନିକଟବର୍ତ୍ତୀ ନାରାୟଣଗଡ଼, ଭରତପୁର ଓ ଚିତୱାନ ଟାଉନମାନଙ୍କରୁ ପର୍ଯ୍ୟଟକମାନେ ନିୟମିତ ଭାବରେ ଖାଲି ସମୟରେ ଏଠାକୁ ଖୋଲା ପବନ, ସୁନ୍ଦର ଦୃଶ୍ୟ ଅବଲୋକନ ଓ ପାହାଡ଼ ଉପରକୁ ଯିବା ଆସିବାର ଆନନ୍ଦ ଉପଲବ୍ଧି କରିବା ନିମନ୍ତେ ଆସନ୍ତି ।
ପାହାଡ଼ର ଦକ୍ଷିଣ ପାଖରେ ପର୍ଯ୍ୟଟକମାନେ ନାରାୟଣୀ ନଦୀ, ଗଇନ୍ଦାକୋଟ ଟାଉନ ଓ ଚିତୱାନ ଉପତ୍ୟକା ଦେଖିପାରିବେ । ଉତ୍ତର ପାଖରେ ମନସଲୁ ପର୍ବତ ଦେଖିପାରିବେ । ଭୋରରୁ ଗଲେ ସେଠାରେ ସୂର୍ଯ୍ୟୋଦୟ ଦୃଶ୍ୟ ଉପଭୋଗ କରିପାରିବେ । ଚିତୱାନା ଜାତୀୟ ପାର୍କ ଓ ଲୁମ୍ବିନୀ ଦର୍ଶନାକାଂକ୍ଷୀ ଲୋକ ତାଙ୍କ ଭ୍ରମଣରେ ମଉଳା କାଳୀକା ନାମ ଯୋଗ କରିଦିଅନ୍ତି । ମଉଳା ପାହାଡ଼ ଉପରକୁ ଚାଲି ଚାଲି ଯାଇ ଫେରିବା ପାଇଁ ଚାରି ଘଣ୍ଟା ଲାଗେ । ସେହିଭଳି ପାଦରେ ଚାଲି ଚାଲି ନାରାୟଣଗଡ଼ (Narayangarh) ଗଲେ ଅଧା ଦିନ ଲାଗେ । ଯିବା ବାଟରେ ଦେଉରାଳି ପାଖରେ ମିନରାଲ ଜଳ ଓ ଜଳଖିଆ ମିଳେ ଓ ପାଖରେ ହେଲିପ୍ୟାଡ ମଧ୍ୟ ଥାଏ ।
ସଂଯୋଜକତା
ସମ୍ପାଦନାନେପାଳ ଟେଲିକମ Nepal Telecom ସେଠାରେ ଏକ ତାରବିହୀନ ଟ୍ରାନ୍ସରିସିଭର ଗମ୍ବୁଜ ବସେଇଛନ୍ତି । ସେଠାରେ ଜିଏସଏମ, ସିଡିଏମଏ ଫୋନେ କଲ ଓ ୩ ଜି କନେକସନ ମିଳିଯାଏ ।
ଜଳ ଜଳଯୋଗାଣ ଓ ବିଦ୍ୟୁତ
ସମ୍ପାଦନାପାହାଡ଼ ଶିଖରକୁ ଏକ ସ୍ୱୟଂକ୍ରିୟ ହାଇଡ୍ରଲିକ ଚାପ ଯୋଗୁ ଅନବରତ ଜଳଯୋଗାଣ ହୁଏ । ପାହାଡ଼ର ଉତ୍ତର ପାଖ ଢାଲୁ ଜାଗାରେ ୫୦୦ ମିଟର ସେହି ଯନ୍ତ୍ର ତଳେ ସ୍ଥାପିତ ହୋଇଛି ।
ଗମନାଗମନ
ସମ୍ପାଦନାଉପରକୁ ଯିବା ପାଇଁ ଅନେକ ବିକଳ୍ପ ଅଛି । ଛୋଟ ଗାଡି ଥିଲେ ପାର୍କିଂ ସ୍ଥାନରେ ରଖିବେ । ସାର୍ବଜନିକ ପରିବହନ ଗାଡ଼ିରେ ବିଭିନ୍ନ ସ୍ଥାନରୁ ଆସିପାରିବେ ।
ପାଦଚଲା ରାସ୍ତା
ସମ୍ପାଦନାପାଦରେ ଉଠିବା ଓ ଓହ୍ଲେଇବା ଏକ ଲୋକପ୍ରିୟ କାମ । ସ୍ଥାନୀୟ ଶ୍ରମିକମାନେ ଏହାର ରକ୍ଷଣାବେକ୍ଷଣ କରନ୍ତି । ପାହାଡ଼ ଶିଖରକୁ ଯିବା ପାଇଁ ବିଷାରଦକୁ ୩୦ ମିନିଟ ଓ ନୂଆ ଆଗନ୍ତୁକକୁ ୨ ଘଣ୍ଟା ଲାଗେ । ବାଟରେ ସୁନ୍ଦର ଦୃଶ୍ୟ ଦେଖିବା ଓ ପ୍ରାକୃତିକ ଜଳ ପାନ କରିବା ସହିତ ବିଶ୍ରାମ କରିବା ବ୍ୟବସ୍ଥା ଉପଲବ୍ଧ ଅଛି ।
କେବ୍ଲ କାର
ସମ୍ପାଦନାଏହି ସୁବିଧା ବର୍ତ୍ତମାନ ଉପଲବ୍ଧ ନୁହେଁ କିନ୍ତୁ ନେପାଳର ବିତ୍ତମନ୍ତ୍ରୀ ଏହା ଉପଲବ୍ଧ କରିବା ନିମନ୍ତେ ଚେଷ୍ଟିତ ହେବାକୁ ସ୍ଥାନୀୟ ଲୋକଙ୍କୁ ଉପଦେଶ ଦେଇଛନ୍ତି (according to Chitwan Post report) । ଅନେକ ଲୋକ ପାଦରେ ଚାଲିଲେ ବ୍ୟାୟାମ ଲାଭ କରିବା ସହିତ ଆଶୀର୍ବାଦ ପାଇବା ଆଶା ରଖନ୍ତି ।
ବାୟୁ ପଥr
ସମ୍ପାଦନାଭରତପୁରରେ ଥିବା ଏୟାରପୋର୍ଟକୁ କାଠମାଣ୍ଡୁ ଓ ପୋଖରାଠାରୁ ପ୍ରତ୍ୟହ ଫ୍ଲାଇଟ ଥାଏ । କାଠମାଣ୍ଡୁରୁ ଏକ ଘଣ୍ଟାରୁ କମ ସମୟରେ ଭରତପୁରକୁ ଆସିହୁଏ । ମନ୍ଦିର ପାଖରେ ଥିବା ଦେଉରାଳିରେ ଏକ ହେଲିପୂ ପ୍ୟାଡ ଅଛି ଯାହାମନ୍ଦିରଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ।
ବାୟୁ ପଥr
ସମ୍ପାଦନାଭରତପୁରରେ ଥିବା ଏୟାରପୋର୍ଟକୁ କାଠମାଣ୍ଡୁ ଓ ପୋଖରାଠାରୁ ପ୍ରତ୍ୟହ ଫ୍ଲାଇଟ ଥାଏ । କାଠମାଣ୍ଡୁରୁ ଏକ ଘଣ୍ଟାରୁ କମ ସମୟରେ ଭରତପୁରକୁ ଆସିହୁଏ । ମନ୍ଦିର ପାଖରେ ଥିବା ଦେଉରାଳିରେ ଏକ ହେଲିପୂ ପ୍ୟାଡ ଅଛି ଯାହାମନ୍ଦିରଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ।
ସ୍ଥାନୀୟ ପରିବହନ
ସମ୍ପାଦନାଗଇନ୍ଦାକୋଟରୁ ୧୫ ମିନିଟ ଚାଲିଲେ ନାରାୟଣଗଡ଼ ପଡ଼ିବ ଓ ସେଠାରୁ ରିକସା ମିଲିଯାଏ ।
ଫୋଟୋ ଗ୍ୟାଲେରି
ସମ୍ପାଦନାମଉଳା କାଳୀକା ମନ୍ଦିର ପାଦ ଚଳା ରାସ୍ତାରେ କଳା ଓ ପ୍ରସ୍ତର ଖୋଦେଇ ଦେଖିବାକୁ ମିଳେ ।