ଭ୍ୟାକ୍ସିନିଆ ଇମ୍ୟୁନ ଗ୍ଲୋବ୍ୟୁଲିନ
ଭ୍ୟାକ୍ସିନିଆ ଇମ୍ୟୁନ ଗ୍ଲୋବ୍ୟୁଲିନ ( VIG ) ହେଉଛି ଏକ ଔଷଧ ଯାହା ବସନ୍ତ ଟୀକା ଏବଂ ମଙ୍କିପକ୍ସ ଜନିତ ଗୁରୁତର ଜଟିଳତାକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] ଜଟିଳତା ଥିଲେ ଏକଜିମା ଭାକସିନାଟମ ଟିକା, ପ୍ରଗତିଶୀଳ ଟିକା, ଗୁରୁତର ଜେନେରାଲାଇଜଡ ଟିକା ଏବଂ ଚର୍ମର କିଛି ଅବସ୍ଥା ଥିବା ଲୋକଙ୍କ ନିମନ୍ତେ ଟିକା ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
Clinical data | |
---|---|
Trade names | CNJ-016 |
AHFS/Drugs.com | monograph |
Pregnancy category |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଏବଂ ଅଇ ଲାଗେ ।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ବୃକ୍କ ସମସ୍ୟା, ରକ୍ତ ଜମାଟ ବାନ୍ଧିବା ଏବଂ ଟ୍ରାନ୍ସଫ୍ୟୁଜନ୍ ସମ୍ବନ୍ଧୀୟ ତୀବ୍ର ଫୁସଫୁସ ଆଘାତ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଏକ ପ୍ରତିରକ୍ଷା ଗ୍ଲୋବ୍ୟୁଲିନ୍, ବିଶେଷ ଭାବରେ ଏକ ଗାମା ଗ୍ଲୋବ୍ୟୁଲିନ ଯାହା ପ୍ରତିରୋପିତ ଲୋକଙ୍କ ରକ୍ତରୁ ନିର୍ମିତ ।[୧] [୩]
୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭ୍ୟାକ୍ସିନିଆ ଇମ୍ୟୁନ ଗ୍ଲୋବ୍ୟୁଲିନ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ଯଦିଓ ଷ୍ଟ୍ରାଟେଜିକ୍ ନ୍ୟାସନାଲ ଷ୍ଟକପାଇଲରୁ ଅର୍ଜନ କରାଯାଇପାରେ ।[୧] କାନାଡ଼ାରେ ଏହା କାନାଡ଼ାର ଜନସ୍ୱାସ୍ଥ୍ୟ ଏଜେନ୍ସିରୁ ଉପଲବ୍ଧ ହୁଏ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Vaccinia Immune Globulin IV Monograph for Professionals". Drugs.com (in ଇଂରାଜୀ). Retrieved 16 September 2021.
- ↑ Research, Center for Biologics Evaluation and (12 April 2019). "Vaccinia Immune Globulin Intravenous (Human)". FDA (in ଇଂରାଜୀ). Archived from the original on 6 March 2021. Retrieved 16 September 2021.
- ↑ ୩.୦ ୩.୧ "CNJ-016, Vaccinia Immune Globulin Intravenous (Human), sterile solution". Archived from the original on 5 March 2021. Retrieved 16 September 2021.
- ↑ Canada, Public Health Agency of (18 July 2007). "Canadian Immunization Guide: Part 5 - Passive Immunization". www.canada.ca. Archived from the original on 16 June 2021. Retrieved 16 September 2021.