ଭେଡୋଲିଜୁମାବ

ଏହା ମଧ୍ୟମରୁ ଗୁରୁତର ଅଲସରେଟିଭ କୋଲାଇଟିସ କିମ୍ବା କ୍ରନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ କୌଣ

ଭେଡୋଲିଜୁମାବ, ଏକ ବିକ୍ରୟ ନାମ ଏଣ୍ଟିଭିଓ, ଏକ ଔଷଧ ଯାହା ମଧ୍ୟମରୁ ଗୁରୁତର ଅଲସରେଟିଭ କୋଲାଇଟିସ କିମ୍ବା କ୍ରନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ କୌଣସି ଚିକିତ୍ସାରେ ଉପଶମ ହୁଏ ନାହିଁ ।[] ଏହା ଇଞ୍ଜେକସନ ଆକାରରେ ଶିରା ମଧ୍ୟରେ ଧୀରେ ଧୀରେ ଦିଆଯାଏ ।[]ଏହି ଔଷଧର ପ୍ରତିରୋଧ ଶକ୍ତି ବିକଶିତ ହୋଇପାରେ ।[]

ଭେଡୋଲିଜୁମାବ
Monoclonal antibody
TypeWhole antibody
SourceHumanized
TargetIntegrin α4β7
Clinical data
Pronunciationve doe liz' ue mab
Trade namesEntyvio
AHFS/Drugs.commonograph
MedlinePlusa614034
data
Pregnancy
category
  • AU: B2
  • US: B (No risk in non-human studies)
Routes of
administration
Intravenous
Legal status
Legal status
Chemical and physical data
FormulaC6528H10072N1732O2042S42
Molar mass୧,୪୬,୮୩୬.୯୯ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଯନ୍ତ୍ରଣା, ଅଇ, ଜ୍ୱର ଏବଂ ସାଇନୁସାଇଟିସ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ସଂକ୍ରମଣ ଏବଂ ପ୍ରଗତିଶୀଳ ମଲ୍ଟିଫୋକାଲ ଲିଉକୋଏନସେଫାଲୋପାଥି ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟେଗ୍ରିନ α4 β7 (ଏଲପିଏଏମ-୧, ଲିମ୍ଫୋସାଇଟ୍ ପେୟର ପ୍ୟାଚ୍ ଆଡ‌ହେସନ ଅଣୁ 1) ସହିତ ବନ୍ଧନଯୁକ୍ତ ହେବା ଫଳରେ ପ୍ରଦାହ କମିଯାଏ ।[] []

୨୦୧୪ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭେଡୋଲିଜୁମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ଏକ ମାତ୍ରା ପିଛା ପ୍ରାୟ ୨,୦୫୦ ପାଉଣ୍ଡ ଅଟେ ।[] ଯୁକ୍ତରାଷ୍ଟ୍ରରେ ୨୦୨୦ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୬,୭୦୦ ଡଲାର କିମ୍ବା ବର୍ଷକୁ ପ୍ରାୟ ୪୦,୪୦୦ ଡଲାର ଅଟେ ।[] ୨୦୧୬ ସୁଦ୍ଧା କାନାଡାରେ ଏହାର ମୂଲ୍ୟ ବର୍ଷକୁ ପ୍ରାୟ ୨୧,୫୦୦ ସିଏଡି ଅଟେ ।[]

  1. "Entyvio EPAR". European Medicines Agency (EMA). Archived from the original on 13 October 2020. Retrieved 12 October 2020.
  2. "Entyvio- vedolizumab injection, powder, lyophilized, for solution". DailyMed. 3 April 2020. Archived from the original on 21 October 2020. Retrieved 12 October 2020.
  3. ୩.୦ ୩.୧ ୩.୨ ୩.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 50. ISBN 978-0-85711-369-6.{{cite book}}: CS1 maint: date format (link)
  4. ୪.୦ ୪.୧ ୪.୨ ୪.୩ ୪.୪ "Vedolizumab Monograph for Professionals". Drugs.com (in ଇଂରାଜୀ). Archived from the original on 5 July 2018. Retrieved 13 September 2021.
  5. "Vedolizumab". Archived from the original on 13 October 2020. Retrieved 13 September 2021.
  6. "How much does Entyvio cost per month?". Drugs.com (in ଇଂରାଜୀ). Retrieved 13 September 2021.
  7. "Entyvio (vedolizumab)" (PDF). December 2016. Archived (PDF) from the original on 18 October 2018. Retrieved 13 September 2021.