ଭି. ମୋହିନୀ ଗିରି
ଡ. ଭି. ମୋହିନୀ ଗିରି (ଜନ୍ମ: ୧୯୩୮) ଜଣେ ଭାରତୀୟ ସମାଜସେବୀ ଓ କର୍ମକର୍ତ୍ତା, ଯିଏକି ନୂଆ ଦିଲ୍ଲୀରେ ଥିବା ଏକ ସେବା ସଂସ୍ଥା, ଗିଲ୍ଡ ଅଫ୍ ସର୍ଭିସେସ୍ର ମୁଖ୍ୟ କର୍ମୀ ତଥା ଚେୟାରମାନ । ୧୯୭୯ ମସିହାରେ ସ୍ଥାପିତ ହୋଇଥିବା ଏହି ସେବା ସଂସ୍ଥାଟି, ମହିଳା ଏବଂ ପିଲାମାନଙ୍କର ଶିକ୍ଷା ଅଧିକାର, ଚାକିରୀ, ଆର୍ଥିକ ନିରାପତ୍ତା ଦିଗରେ କାର୍ଯ୍ୟ କରୁଛି ।[୨][୩] ଯୁଦ୍ଧରେ ଭାରତୀୟ ସେନାର ଶହୀଦ ଜବାନମାନଙ୍କର ବିଧବା ପତ୍ନୀଙ୍କୁ ନେଇ ମୋହିନୀ ୧୯୭୨ ମସିହାରେ ନୂଆ ଦିଲ୍ଲୀରେ ଏକ ସଂଘ ପ୍ରଥମେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୧୯୯୫ ମସିହାରୁ ୧୯୯୮ ମସିହା ଯାଏଁ ରାଷ୍ଟ୍ରୀୟ ମହିଳା ଆୟୋଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୪]
ଭି. ମୋହିନୀ ଗିରି | |
---|---|
ଜନ୍ମ | 1938 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । [୧] |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ସମାଜ ସେବୀ, କର୍ମକର୍ତ୍ତା ଗିଲ୍ଡ ଅପ୍ ସର୍ଭିସେସ୍ର ପ୍ରତିଷ୍ଠାତା (୧୯୭୯) |
୨୦୦୭ ମସିହାରେ ଭାରତ ସରକାରଙ୍କଦ୍ୱାରା ମୋହିନୀଙ୍କୁ ଭାରତ ବର୍ଷର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ।[୫]
ପ୍ରାରମ୍ଭିକ ଜୀବନ ଓ ପରିବାର
ସମ୍ପାଦନାମୋହିନୀ ୧୯୩୮ ମସିହାରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୋଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ହେଉଛନ୍ତି ଡ. ଭି. ଏସ୍. ରାମ । ସେ ଲକ୍ଷ୍ନୋ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିଲେ ।[୬] ମୋହିନୀ ତାଙ୍କର ସ୍ନାତକ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରାଚୀନ ଭାରତୀୟ ଇତିହାସ ଉପରେ ଗବେଷଣା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଜି. ବି. ପାନ୍ତ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ କରିଥିଲେ ।[୭]
ମୋହିନୀ ଗିରିଙ୍କର ଶ୍ୱଶୁର ବରାହଗିରି ଭେଙ୍କଟଗିରି ହେଉଛନ୍ତି, ଭାରତର ପୂର୍ବତନ ରାଷ୍ଟ୍ରପତି ।[୧]
ପେଶା
ସମ୍ପାଦନାମୋହିନୀ ଶିକ୍ଷା ବିଭାଗରେ ପ୍ରଥମେ ଯୋଗ ଦେଇଥିଲେ ଏବଂ ସେଇଠୁ ତାଙ୍କର ପେଶା ଆରମ୍ଭ କରିଥିଲେ । ସେ ପ୍ରଥମେ ଲକ୍ଷ୍ନୋ ବିଶ୍ୱ ବିଦ୍ୟାଳୟରେ ମହିଳା ବିଭାଗରେ ଯୋଗ ଦେଇ ଶିକ୍ଷାଦାନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ଯବାନମାନଙ୍କର ବିଧାବା ପତ୍ନୀମାନଙ୍କୁ ନେଇ ପ୍ରଥମେ ୧୯୭୨ ମସିହାରେ ମୋହିନୀ ଏକ ସଂଘ ଆରମ୍ଭ କରିଥିଲେ ।[୮] ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସେ ଏହି ମହିଳାମାନଙ୍କର ଉଦ୍ୟମରେ ନିର୍ମିତ ଦକ୍ଷିଣ ଏସୀୟ ସଂଘର ପ୍ରତିଷ୍ଠାତା ଏବଂ ଟ୍ରଷ୍ଟର ସଦସ୍ୟା ହୋଇଥିଲେ ।[୭]
ଭାରତରେ ଅନାହାର ମୃତ୍ୟୁ ସଂଖ୍ୟା ଅଧିକ ଥିଲା, ତେଣୁ ନ୍ୟୁୟର୍କରେ ପର୍ଯ୍ୟବେଷିତ ଏକ ଆନ୍ତର୍ଜାତୀୟ ସେବା ସଂସ୍ଥା ଭାରତରେ ଏକ ପ୍ରକଳ୍ପ ଆରମ୍ଭ କରିଥିଲା, ଯାହାର ନାମ ହେଉଛି ଦ ହଙ୍ଗର୍ ପ୍ରୋଜେକ୍ଟ । ଏହି ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ଥିଲା ଭାରତ ବର୍ଷରୁ ଅନାହାରୁକୁ ଦୂର କରିବା । ଭାରତରେ ଏହି ସଂସ୍ଥାର ବୋର୍ଡ଼ ମେମ୍ବର ଭାବରେ ମୋହିନୀ ଗିରି କାର୍ଯ୍ୟ କରିଥିଲେ ଏବଂ ପରେ ସେ ଏହାର ଚେୟାରମ୍ୟାନ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୯]
ପୁରସ୍କାର ଓ ସମ୍ମାନ
ସମ୍ପାଦନାମୋହିନୀ ଗିରିଙ୍କର ସମାଜସେବା ଓ ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ତାକୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପଦ୍ମ ଭୂଷଣ ହେଉଛନ୍ତି ଭାରତ ବର୍ଷର ତୃତୀୟ ସର୍ବୋଚ୍ଚ ସମ୍ମାନ । ସେତେବଳର ଭାରତୀୟ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମ ମୋହିନୀଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "V. Mohini Giri Profile". Guild for Service. Archived from the original on 2014-03-12. Retrieved 2014-02-11.
- ↑ Pisharoty, Sangeeta Barooah (27 August 2013). "Silver years defined". The Hindu. Retrieved 2014-02-11.
- ↑ "Interview with Dr. Mohini Giri". aarpinternational.org. 1 September 2010. Archived from the original on 2013-10-03. Retrieved 2014-02-12.
- ↑ "Chairpersons of the Commission". NCW Official website. Retrieved 2014-02-11.
- ↑ "Padma Awards Directory (1954–2009)" (PDF). Ministry of Home Affairs. Archived from the original (PDF) on 10 May 2013. Retrieved 23 March 2013.
- ↑ "Illustrious alumni recall glorious days at Lucknow University". The Times of India. 26 November 2013. Archived from the original on 2014-02-12. Retrieved 2014-02-12.
- ↑ ୭.୦ ୭.୧ "Dr. V. Mohini Giri profile". The Hunger Project. Archived from the original on 2014-02-18. Retrieved 2014-02-11.
- ↑ "History". War Widows Association, New Delhi, India. Retrieved 2014-02-11.
- ↑ "Global Board of Directors and Officers". The Hunger Project. Archived from the original on 22 February 2014. Retrieved 11 February 2014.
ବାହାର ଆଧାର
ସମ୍ପାଦନା- V. Mohini Giri; Srinivasan Gokilvani (1997). Reaching the Unreachable Women's Participation in Panchayat Raj Administration: A Feministic Study on the Role Performance and Experiences of Elected Women in Sivaganga District. Department of Women's Studies, Alagappa University.
- V. Mohini Giri (1999). Kanya: Exploitation of Little Angels. Gyan Publishing House. ISBN 978-81-212-0623-5.
- V. Mohini Giri (2002). Living Death: Trauma of Widowhood in India. Gyan Publishing House. ISBN 978-81-212-0794-2.
- V. Mohini Giri (2006). Deprived Devis: Women's Unequal Status in Society. Gyan Books. ISBN 978-81-212-0856-7.