ଭିକମପାଳି

ଭାରତର ଏକ ଗାଆଁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bhikampali
ଭିକମପାଲି
Country India
StateOdisha
DistrictJharsuguda
Official LanguageOdia
Native LanguageOdia and Kosli
First settled1957
Government
 • TypeGram Panchayat
 • BodyGram Panchayat of Bhikampali
Area
 • ସମୁଦାୟ3.28 km2 (1.27 sq mi)
Elevation
208 m (682 ft)
Population
 (2011)
 • Total୯୨୦ [୧]
Time zoneUTC+5:30 (IST)
PIN
768 226
Area code+91-6645
ଯାନବାହାନ ପଞ୍ଚୀକରଣOR-23
Nearest cityRaigarh
Avg. summer temperature45 °C (113 °F)

ଭିକମପାଲି ଭାରତୀୟ ରାଜ୍ୟ ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ଅବସ୍ଥିତ ଏକ ମାଧ୍ୟମ ଆକାରର ଗ୍ରାମ । [୨] ଏହି ଗ୍ରାମ ବଡଳେଲୋ ନଦୀ ତଟରେ ଓ ଛେଳିଆ ପହଡର ପଦ ଦେଶ  ରେ ଅବସ୍ଥିତ । ଏହା ଜିଲ୍ଲାମୁଖ୍ୟାଳୟ ଝାରସୁଗୁଡାଠାରୁ 60 କିଲୋମିଟର ଦୁରବର୍ତୀ ଓ ଏହା ବ୍ରଜରାଜନଗର ବିଧାନ ସଭା ମଣ୍ଡଳୀ ତଥା ବରଗଡ ଲୋକ ସଭା ମଣ୍ଡଳୀ ଅଧୀନରେ ରହିଛି । 2011 ମସିହା ଜନଗଣନା ଅନୁସାରେ [୩] ଏହାର ଜନସଂଖ୍ୟା 920 ଥିଲା । 

ବ୍ୟୁପତ୍ତି  ସମ୍ପାଦନା

ଭିକମପାଳି ଗ୍ରାମର ନାମ ସଂସ୍କୃତ ଶବ୍ଦ ' ଭିକ୍ଷ୍ୟାପଲ୍ଲୀ" ଅନୁସାରେ ହେଇଥିବାର ଜନାଜାଏ । ଏହା 2ଟି ଶବ୍ଦ ' ଭିକ୍ଷ୍ୟା ' ଓ 'ପାଲି"ର ସଂଯୁକ୍ତ ଶବ୍ଦ । ଏହି ଶବ୍ଦ କ୍ରମଶଃ କୋଷଳୀ ଭାଷାର ଅନିକରଣରେ ଭିକମପାଳି ହେଇଗଲା । 

ଇତିହାସ  ସମ୍ପାଦନା

1957 ମସିହାରେ ହୀରାକୁଦ ଜଳଭଣ୍ଡାର ନିର୍ମାଣ କାଳରେ ପ୍ରାଚୀନ ପଦମପୁର ଗ୍ରାମ ଜଳମଗ୍ନ ହେଲା । ଏହି ଗ୍ରାମର ଲୋକଙ୍କୁ ନିକଟସ୍ଥ ଅନେକ ଗ୍ରାମାଞ୍ଚଳରେ ଥଇଥାନ କରାଗଲା । ସେମାନଙ୍କ ମଧ୍ୟରୁ ଏକ ଗୋଷ୍ଠୀର ପରିବାର ବୁଡି ଯାଇଥିବା ଗ୍ରାମଠାରୁ 2 କିଲୋମିଟର ଦୁରବର୍ତୀ " ଭିକ୍ଷ୍ଯାପଲ୍ଲୀ' ଗ୍ରାମରେ ବସତି କରି ରହିଲେ । ତାହା ପରବର୍ତ୍ତୀ କାଳରେ ଭିକମପାଳି ନାମରେ ପରିଚିତ ହେଲା । 

ଭୌଗୋଳିକ ସ୍ଥିତି  ସମ୍ପାଦନା

ଭିକମପାଳି ଗ୍ରାମ ଛେଳିଆ ପାହାଡ ର4ଅ ପଦ ଦେଶରେ 3.28 ବର୍ଗ କିଲୋମିଟର ଅଞ୍ଚଳ ନେଇ ଅବସ୍ଥିତ । ଏହି ଗ୍ରାମ ସନ୍ନିକଟରେ 2ଟି ଉପ  ନଦୀ ସାନକେଲୋ ଓ ବଡକେଲୋ ପ୍ରବାହିତ ହେଇ ମହାନଦୀରେ ପତିତ ହୁଏ । ଗ୍ରାମର ଉତ୍ତର ଦିଗରେ ହିମଗିରି ପାର୍ବତ୍ଯ ରେଞ୍ଜ ରହିଛି ଓ ହୀରାକୁଦ ଜଳଭଣ୍ଡାରର ପାଶ୍ଚାତ୍ୟଞ୍ଚଳ ଏଠାରୁ 2 କିଲୋମିଟର ଦୂରରେ ଅବସ୍ଥିତ । ଗ୍ରାମଟି ଛୋଟନାଗପୁର ମାଳଭୂମି ଅଞ୍ଚଳର ନିକତାବରୀ ଇଲାକା । ଛେଳିଆ ପାହାଡ କୁଆର୍ତ୍ଜ ପଥର( Quartz)ରେ ଭର୍ତ୍ତି ହେଇଥାଏ । ଗ୍ରାମଟି ଛତିଶଗଡ଼ ରାଜ୍ୟର ସୀମାରେ ରହିଛି ।



ଜଳବାୟୁ  ସମ୍ପାଦନା

ଗ୍ରାମର ଅବସ୍ଥିତି 21.47° north longitude and 83.34° east latitudeଓ ଏହା ସମୁଦ୍ରପତ୍ତନଠାରୁ 649-682 ଫୁଟ ଉପରେ ରହିଛି । ଏଠାରେ ଗ୍ରୀଷ୍ମ କାଳୀନ ତାପ ମାତ୍ରା 48 ଡିଗ୍ରୀ ଯାଏ ହେଇଥାଏ ଓ ବାର୍ଷିକ ବୃଷ୍ଟିପାତ ହାରାହାରି 1527 ମିଲିମିଟର । 

Climate data for Bhikampali
Month Jan Feb Mar Apr May Jun Jul Aug Sep Oct Nov Dec Year
Record high °C (°F) 32
(90)
35
(95)
41
(106)
43
(109)
47
(117)
46
(115)
37
(99)
35
(95)
35
(95)
36
(97)
32
(90)
31
(88)
47
(117)
Average high °C (°F) 28
(82)
30
(86)
34
(93)
40
(104)
42
(108)
38
(100)
31
(88)
31
(88)
31
(88)
31
(88)
30
(86)
28
(82)
32.8
(91.1)
Average low °C (°F) 12
(54)
15
(59)
18
(64)
24
(75)
27
(81)
28
(82)
24
(75)
25
(77)
24
(75)
21
(70)
16
(61)
12
(54)
20.5
(68.9)
Record low °C (°F) 8
(46)
8
(46)
16
(61)
18
(64)
22
(72)
22
(72)
22
(72)
22
(72)
22
(72)
15
(59)
12
(54)
7
(45)
7
(45)
Average precipitation mm (inches) 18.6
(0.732)
21
(0.83)
13.5
(0.531)
21.3
(0.839)
42.2
(1.661)
221.0
(8.701)
377.4
(14.858)
409.6
(16.126)
241.9
(9.524)
58.7
(2.311)
13.8
(0.543)
6.0
(0.236)
୧,୪୪୫
(୫୬.୮୯୨)
Average rainy days (≥ 0.01) 1.4 1.5 1.5 2.0 3.3 9.7 16.1 16.8 11.2 3.6 0.8 0.5 68.4
Average relative humidity (%) 61 55 45 40 40 61 86 86 85 77 67 64 63.9
Source: Weatherbase[୪]

ଯାତାୟତ  ସମ୍ପାଦନା

ଜାତୀୟ ରାଜପଥ 130 ( ପୂର୍ବତନ NH200) ଏହି ଗ୍ରାମ ଦେଇ ଯାଇଛି । ଏହି ରାସ୍ତାଦ୍ୱାରା ଏହି ଗ୍ରାମ ଝାରସୁଗୁଡା , ରାୟଗଡ଼ ସହ ସଂଯୁକ୍ତ । ଏହି ଗ୍ରାମରୁ ନିକଷଟସ୍ଥ ଗ୍ରାମ ଗୁଡିକୁ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାଦ୍ୱାରା ପକ୍କା ସଡକ ସଂଯୋଗ ରହିଛି ଓ ହୀରାକୁଦ ଜଳଭଣ୍ଡାରଦ୍ୱାରା ଫେରି ଡଙ୍ଗା ପରିବହନ ଯୋଗେ ବରଗଡ ଓ ସମ୍ବଲପୁର କୁଜାତଯାତ ମଧ୍ୟ କରି ହୁଏ । ଏଠାରୁ ନିକଟସ୍ଥ ରେଳ ପରିବହନ ସୁବିଧା 22 କିଲୋମିଟର ଦୂର ରାୟଗଡଠାରେ ମିଳେ । ଓଡ଼ିଶାର ବେଲପାହାଡ ରେଳ ଷ୍ଟେସନ ଏଠାରୁ 40 କିଲୋମକିତର ଦୁରବର୍ତୀ । ନିକଟବରତି ବିମାନ ବନ୍ଦର ରାୟପୁର , ଝାରସୁଗୁଡା  ଓ ଭୁବନେଶ୍ୱରଠାରେ ଅବସ୍ଥିତ .

ଅର୍ଥନୈତିକ ସ୍ଥିତି  ସମ୍ପାଦନା

ଏଠାକାର ଅଧିବଶିମାନେ ମୁଖ୍ଯତଃ ଚାଷ ଉପରେ ନିର୍ଭରଶୀଳ ଥିଲେ । ମାତ୍ର ଗତ ଦୁଇ ଦଶନ୍ଦିରୁ କ୍ରୋସାକୀ [୫] ଓ OCL  [୬] ଛେଳିଆ ପାହାଡରେ ଖ୍ୟାନନ କାର୍ଯ୍ୟ ଆରମ୍ଭ କଲେ ଓ ଏହି ଅଞ୍ଚଳର ବହୁ ଲୋକ ଏଥିରେ ନିଜର ଜୀବିକା ନିର୍ବାହ ନିମନ୍ତେ କାର୍ଯ୍ୟ ପାଇଥିଲେ । ଏଠାରେ ସେହି ସମୟରୁ ଅର୍ଥନୈତିକ ଉନ୍ନତି ଆରମ୍ଭ ହେବା ସହ ବେଙ୍କ ସେବା ମଧ୍ୟ ଉପଲବ୍ଧ ହେଲା । .[୭]ଗ୍ରାମୀଣ କୃଷି  ର ଉନ୍ନତି ପାଇଁ ମଧ୍ୟ ଏଠାରେ ଉନ୍ନୟନ ବେଙ୍କ ରହିଛି । 

ଜନସଂଖ୍ୟା  ସମ୍ପାଦନା

 2011 ଜନଗଣନା ଅନୁସାରେ ଭିକମପାଳି ଗ୍ରାମର ଜନସଂଖ୍ୟା 920 ଥିଲା । ତନ୍  ମଧ୍ୟରୁ ପୁରୁଷ 448 ଥିବା ବେଳେ ମହିଳା 472 ଥିଲା । 6 ବର୍ଷରୁ କମ ସଂଖ୍ୟା 112 ହେଇଥିବା ବେଳେ ପୁରୁଷ ମହିଳା ଅନୁପାତ 1000:1054 ରହିଥିଲା । ସାକ୍ଷ୍ୟରତା ହାର 72.90 ଯାହା ଜାତୀୟ ହାର ( 59.5%)ଠାରୁ ଯଥେଷ୍ଠ ଅଧିକ ।[୮] 

Education ସମ୍ପାଦନା

ଏଠାରେ ଏକ ପୁରାତନ ତଥା ସୁନାମ ପ୍ରାପ୍ତ ମଡେଲ ସ୍କୁଲ ଥିବା ସହ ଭିକମ ପାଲି ହାଇ ସ୍କୁଲ ରହିଛି ।[୯] ନିକଟସ୍ଥ ବିଜାପାଳିଠାରେ ମହିମା କଲେଜ ରହିଛି । 

ଧର୍ମ  ସମ୍ପାଦନା

ହିନ୍ଦୁତ୍ୱ ଏଠାରେ ମୁଖ୍ୟ ଧର୍ମ ହେଇଥିବା ବେଳେ ଅଧିକାଂଶ ଅଧିବାସୀ ଆଦିବଶି ସଂପ୍ରଦାଯର ହେଇଥାନ୍ତି । ଗ୍ରାମରେ ମାଁ ସମଳୟ , ମାଁ ପଦ୍ମଷିଣୀ , ଭଗବାନ ଶିବ ଓ ଭଗବାନ ହନୁମାନଙ୍କ ମନ୍ଦିର ରହିଛି। [୧୦]

ପର୍ଯ୍ୟଟନ  ସମ୍ପାଦନା

ପଦ୍ମାସିନୀ ଦେବୀଙ୍କ ମନ୍ଦିର ଓ ହୀରାକୁଦ ଜଳଭଣ୍ଡାରର ପ୍ରକୃତିକ ଦୃଶ୍ୟ ପାଇଁ ଏହା ଏକ ପର୍ଯ୍ୟଟକ ଆକର୍ଷଣ କେନ୍ଦ୍ର ହୋଇଛି । ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଜଳମଗ୍ନ ହେଇଥିବା ମନ୍ଦିର ସମୂହ ଅଦ୍ୟାବଧି ରହିଛି ଓ ଗ୍ରୀଷ୍ମ କାଳରେ ଜଳ ପତ୍ତନ ସ୍ତର କମିଲେ ତାହା ସବୁ ଦୃଷ୍ଟିଗୋଚର ହୁଏ । .[୧୧] ଗ୍ରାମରୁ 15 କିଲୋମିଟର ଦୂରରେ କୋଇଲି ଘୁଘର ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟକ କେନ୍ଦ୍ର । [୧୨]

ଗ୍ୟାଲେରି  ସମ୍ପାଦନା

ଆଧାର  ସମ୍ପାଦନା

  1. http://www.censusindia.gov.in/pca/SearchDetails.aspx?Id=398939
  2. Bhikampali Google earth map
  3. 2011 census
  4. "Climate Data(Weatherbase) (Data for nearest city Jharsuguda is taken for approximation)". Retrieved 1 July 2016.
  5. "ଆର୍କାଇଭ୍ କପି". Archived from the original on 2016-09-19. Retrieved 2016-12-02. {{cite web}}: Cite has empty unknown parameter: |1= (help)
  6. http://www.orissaminerals.gov.in/Mines/OperatingMines_Next.aspx?
  7. "ଆର୍କାଇଭ୍ କପି". Archived from the original on 2016-11-25. Retrieved 2016-12-02. {{cite web}}: Cite has empty unknown parameter: |1= (help)
  8. http://www.censusindia.gov.in/pca/SearchDetails.aspx?
  9. http://www.icbse.com/schools/panchayat-high-school-bhikampali/21020502501
  10. http://www.censusindia.gov.in/pca/SearchDetails.aspx?
  11. "ଆର୍କାଇଭ୍ କପି". Archived from the original on 2016-08-09. Retrieved 2016-12-02. {{cite web}}: Cite has empty unknown parameter: |1= (help)
  12. "ଆର୍କାଇଭ୍ କପି". Archived from the original on 2016-08-09. Retrieved 2016-12-02. {{cite web}}: Cite has empty unknown parameter: |1= (help)

External links ସମ୍ପାଦନା