ଭାରତୀ (ତାମିଲ ଅଭିନେତ୍ରୀ)

ତାମିଲ ଅଭିନେତ୍ରୀ

ଭାରତୀ ତାମିଲ କଥାଚିତ୍ର ଜଗତରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । ସେ ୨୦୦୭ ମସିହାରେ ଉଭୟ ତାଲିମ ଓ ମଲାୟଲମ ଭାଷାରେ ମୁକ୍ତିଲାଭ କରିଥିବା ଅମ୍ମୁବାଗିୟା ନାନ କଥାଚିତ୍ରରେ ତାଙ୍କ ଅଭିନୀତ ଭୂମିକା ପାଇଁ ସମୀକ୍ଷକ ଓ ଦର୍ଶକଙ୍କ ଠାରୁ ପ୍ରସଂଶା ପାଇଥିଲେ []

ଭାରତୀ
ଜନ୍ମ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୩-୨୦୧୫

ଅଭିନୟ ଜୀବନ

ସମ୍ପାଦନା

ଭାରତୀ ୨୦୦୩ ମସିହାରେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୭ ମସିହାରେ, ନିର୍ଦ୍ଦେଶ ପଦ୍ମମଗନଙ୍କ ନିର୍ଦ୍ଦେଶିତ କଥାଚିତ୍ର ଅମ୍ମୁବାଗିୟା ନାନରେ ଜଣେ ବେଶ୍ୟା ଭୂମିକାରେ ଅଭିନୟ କରିଥିଲେ, ଯିଏକି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚେଷ୍ଟା କରୁଥିଲେ । ଏହି କଥାଚିତ୍ରରେ ତାଙ୍କ ଚରିତ୍ରକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[][] କିନ୍ତୁ ଏହା ବ୍ୟତୀତ, ସେ ସେତେଟା ଆଗ ଧାଡ଼ିର ତାମି କଥାଚିତ୍ରରେ କାମ କରିବାର ସୁଯୋଗ ପାଇନଥିଲେ ଏବଂ ମାଲାୟଲମ କଥାଚିତ୍ର ଜଗତରେ କାମ କରିଥିଲେ । ସେ ମାମୂଟିଙ୍କ ନାୟିକା ଭାବରେ ଏକ ଚଳଚ୍ଚିତ୍ରରେ ସୁଯୋଗ ପାଇଥିଲେ, ମାତ୍ର ପରେ ରାଇ ଲକ୍ଷ୍ମୀ ତାଙ୍କ ବଦଳରେ ଏଥିରେ କାମ କରିଥିଲେ ।[] ୨୦୦୮ରେ ତାଙ୍କ ଅଭିନୀତ ପ୍ରଥମ ମାଲାୟଲମ କଥାଚିତ୍ର ଆୟୁଧମ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ସୁରେଶ ଗୋପୀଙ୍କ ନାୟିକା ଭାବରେ କାମ କରିଥିଲେ ଏବଂ ବିଜୁ ପାଲ୍ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ସେ ନେଞ୍ଜାତାଇ କିଲ୍ଲାଡେରେ ବିକ୍ରାନ୍ତ ସହିତ କାମ କରିଥିଲେ ।[][]

ସେ ତାଙ୍କ ମ୍ୟାନେଜର ମୁରୁଗନଙ୍କୁ ବିବାହ କରିବା ପରେ, ଅଭିନୟ ଜଗତରୁ ଦୂରେଇ ଯାଇଥିଲେ,[] କିନ୍ତୁ ୨୦୧୨ ମସିହାରେ ସେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ ।[]

ଅଭିନୀତ କଥାଚିତ୍ର

ସମ୍ପାଦନା
  • ଅନ୍ୟ ଭାଷା ବିଷୟରେ ଲେଖା ହୋଇନଥିଲେ, ସମସ୍ତ କଥାଚିତ୍ରଗୁଡ଼ିକ ତାମିଲ ଭାଷାରେ ।
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୩ ଅରସୁ ମୀରାଙ୍କ ସାଙ୍ଗ
ୱେଲ୍ ଡନ୍ ତମରାଇଙ୍କ ସାଙ୍ଗ
ଏନାକ୍କୁ ୨୦ ଉନାକ୍କୁ ୧୮ କଲେଜ ଛାତ୍ରୀ ତେଲୁଗୁ ଓ ତାମିଲ
୨୦୦୪ କ୍ୟାମ୍ପସ୍ ଛାତ୍ରୀ
୨୦୦୫ ଭେଟ୍ରିବେଲ୍ ଶକ୍ତିବେଲ୍ ସେଲ୍‌ଭି
୨୦୦୬ ୟୁଗ ଭାବନା
୨୦୦୭ ଲାୟା
ଅମ୍ମୁବାଗିୟା ନାନ୍ ଅମ୍ମୁ
୨୦୦୮ ନେଞ୍ଜାତାଇ କିଲ୍ଲାଡେ ଆନନ୍ଦୀ
ଆୟୁଧମ୍ ରଜିୟା ମାଲାୟଲମ କଥାଚିତ୍ର
୨୦୦୯ ସତ୍ରୁମୁନ୍ କିଦାଇତା ଥଗବାଲ ତେନ୍‌ମୋଜି
ଆଦତ ଆତ୍ତାମେଲ୍ଲାମ ଦିବ୍ୟା
ଅଭିନୀତ ଧାରାବାହିକ
  • ରୁଦ୍ରମ୍ (ଜୟା ଟିଭି)
  • ଅଧେୟ କଙ୍ଗାଲ (ଜୟା ଟିଭି)
  • କଲ୍ୟାଣୀ (ସୂର୍ଯ୍ୟ ଟିଭି)
  • ସୋନ୍ଧା ବନ୍ଧମ୍ (ସନ୍ ଟିଭି)
  1. "Ammuvagiya Naan Bharathi still busy". The Times of India.
  2. "Tamil movies : Lead heroines reject the role of a prostitute Ammuvagiya Naan Movie Gallery parthipan parthiban pachakuthirai namitha puthiya pathai seetha parthipan bharathi tamil actor actress tamil movies".
  3. "AMMUVAAGHIYA NAAN MOVIE REVIEW R Parthiban Bharathi Mahadevan Thennavan Abhishek Rajashree director Padmamagan production P S Sekar Music Sabesh Murali hot stills picture image gallery".
  4. "Bharathi goes to Kerala!". www.sify.com. Archived from the original on 24 September 2015. Retrieved 9 August 2022.
  5. "Bharathi in Mollywood - Malayalam News". 5 May 2008.
  6. "Kanal Kannan turns hero". Sify. Archived from the original on 5 March 2016. Retrieved 9 July 2015.
  7. "Bharathi pairs with Kanal Kannan - Tamil News". 23 January 2008.
  8. "Wedding bells for Bharathi - Tamil News". 23 June 2008.
  9. "Tamil Cinema News | Tamil Movie Reviews | Tamil Movie Trailers - IndiaGlitz Tamil". Archived from the original on 18 August 2010.

ବାହାର ଲିଙ୍କ୍

ସମ୍ପାଦନା
  • ଇଣ୍ଟରନେଟ ମୁଭି ଡାଟାବେସରେ ଭାରତୀ