ଭାରତରେ ନେଟ ନ୍ୟୁଟ୍ରାଲିଟି

ନେଟ ନିରପେକ୍ଷତା କ'ଣ

ସମ୍ପାଦନା

ଇଣ୍ଟରନେଟଦାତା ସାଇଟ, ଆପ, ବିଷୟ, ପ୍ଲାଟଫର୍ମ, ଯୋଡ଼ାଯାଇଥିବା ସରଞ୍ଜାମ ଏବଂ ଯୋଗାଯୋଗର ମାଧ୍ୟମଗୁଡ଼ିକୁ ମୂଲ୍ୟ, ବ୍ରାଉଜ ଏବଂ ଆସେସ କରିବାର ଗତି ଇତ୍ୟାଦିରେ ବିନା ପାତରଅନ୍ତରରେ ସେବା ଯୋଗାଇଦେବାକୁ ନେଟ ନିଉଟ୍ରାଲିଟି କୁହାଯାଏ । [] ନେଟ ନିରପେକ୍ଷତା ଶବ୍ଦଟି ପ୍ରଥମେ କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଟିମ୍ ଉ' ବ୍ୟବହାର କରିଥିଲେ ।

କାହିଁକି ଦରକାର

ସମ୍ପାଦନା

ନୂଆ ଦୂର ସଂଚାର ନୀତି ୨୦୧୪ ଅନୁସାରେ ଭାରତର ସମସ୍ତ ୬.୫ ଲକ୍ଷ ଗ୍ରାମକୁ ଅପ୍ଟିକାଲ ଫାଇବରଦ୍ୱାରା ସଂଯୋଗ କରାଯିବ ଏବଂ ଉଚ୍ଚଗତିର ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଇଦିଆଯିବ । ବିଶ୍ୱବ୍ୟାଙ୍କର ସଦ୍ୟ ରିପୋର୍ଟ ଅନୁଯାୟୀ ପ୍ରତି ୧୦% ଇଣ୍ଟରନେଟ ସଂଯୋଗ ବୃଦ୍ଧି ଘଟିଲେ ଦେଶର ସମୂହ ଘରୋଇ ଉତ୍ପାଦ (GDP) ୧.୩% ବୃଦ୍ଧି ଘଟିଥାଏ । ତେଣୁ ସମସ୍ତେ ଯେମିତି ଆମ ଦେଶର ଶସ୍ତା, ଉଚ୍ଚଗୁଣବତ୍ତାଯୁକ୍ତ ନେଟ ଏବଂ ମୋବାଇଲ ସେବା ପାଇପାରିବେ ସେଥିପାଇଁ ନେଟ ନିରପେକ୍ଷତା ନିଶ୍ଚୟ ଆବଶ୍ୟକ ।[]

ଭାରତରେ ବିବାଦର ଉତ୍ପତି

ସମ୍ପାଦନା

ଭାରତରେ ଏୟାରଟେଲ, ଭୋଡ଼ାଫୋନ ପରି ସଂସ୍ଥାମାନେ ହ୍ୱାଟସଆପ, ଫେସବୁକସ୍କାଇପି ବ୍ୟବହାର କରି ଫୋନ କରୁଥିବା ଲୋକଙ୍କ ଉପରେ ଅଧିକ ଶୁଳ୍କ ଦାବୀ କରିବାପରେ ନେଟ ନ୍ୟୁଟ୍ରାଲିଟିକୁ ନେଇ ପ୍ରଶ୍ନ ଉଠିଥିଲା । ଡିସେମ୍ବର ୨୦୧୪ରେ ଗୋଟିଏ ବେସରକାରୀ ସଂସ୍ଥା ଏୟାରଟେଲ ନିଜର ଡାଟା ସେବା ଦରରେ ପରିବର୍ତ୍ତନ କରି କହିଥିଲା ଯେ, ଯେଉଁମାନେ ଏୟାରଟେଲ ଇଣ୍ଟରନେଟ ବ୍ୟବହାର କରି ସ୍କାଇପି ମାଧ୍ୟମରେ କଲ କରୁଛନ୍ତି ସେମାନଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ । ଏହାପରେ ଏହାକୁ ବିରୋଧ କରି କିଛି ଲୋକ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । [][][]

ପ୍ରଭାବ

ସମ୍ପାଦନା

କିଛି ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥା ବେଳେ ବେଳେ କିଛି ୱେବସାଇଟ ମାଗଣାରେ ଦେଖାଇବା ପାଇଁ ବ୍ୟବସ୍ଥା କରନ୍ତି, ଯେମିତି ରିଲାଏନ୍ସ ଜିଏସଏମରେ ଶୁକ୍ରବାର ଦିନ ଫେସବୁକ ମାଗଣା ଥାଏ । ଏହାଦ୍ୱାରା ସୁସ୍ଥ ପ୍ରତିଯୋଗିତା ହୋଇପାରିବ ନାହିଁ । ଯଦି ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥାମାନେ ବିଭିନ୍ନ ବଡ଼ ବଡ଼ ୱେବସାଇଟ ସହ ସହଯୋଗୀତା କରି ସେମାନଙ୍କ ୱେବସାଇଟର ଡାଉନଲୋଡ଼ ଗତିକୁ ବଢ଼ାଇଦେବେ, ତାହେଲେ ନୂଆ ନୁଆ ଖୋଲୁଥିବା ୱେବସାଇଟମାନେ ଏହାଦ୍ୱାରା ନିଶ୍ଚିତ ଭାବରେ କ୍ଷତିଗ୍ରସ୍ତ ହେବେ । କିଛି ସଂସ୍ଥା ଏହିପରି ବଡ଼ ବଡ଼ ୱେବସାଇଟମାନଙ୍କଠାରୁ ଶୁଳ୍କନେଇ ସେମାନଙ୍କ ସେବାକୁ ମାଗଣା କରିବାର ବିଚାର ବି କରୁଛନ୍ତି, ଏହାଦ୍ୱାରା ମଧ୍ୟ ସାନ ସାନ ୱେବସାଇଟମାନଙ୍କ ଲୋକପ୍ରିୟତା ଉପରେ ପ୍ରଭାବ ପଡ଼େ । ଯଦି ଇଣ୍ଟରନେଟ ସେବା ନିରପେକ୍ଷ ନରୁହେ ଆପଣଙ୍କ ଇଣ୍ଟରନେଟ ସେବା ପ୍ରଦାନକାରୀ ଆପଣ ବ୍ୟବହାର କରୁଥିବା ସେବା ଏବଂ ଆପ ପାଇଁ ଆପଣଙ୍କ ନେଟ ପ୍ୟାକ ଅତିରିକ୍ତ ଦର ବିଲ୍ କରିବେ ଏବଂ ଆପଣଙ୍କ ଡାଟା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବେ ।

ସମାଲୋଚନା

ସମ୍ପାଦନା

ଦରକାରୀ ଇଣ୍ଟରନେଟ ସେବାରେ ଫେସବୁକ କି ହ୍ୱାଟସଆପ ବ୍ୟବହାର କରିବାରେ କମ୍ପାନୀ ମୁଣ୍ଡଖେଳାଇବା ଉଚିତ ନୁହେଁ । ଭାରତୀୟ ଗଣତନ୍ତ୍ରରେ ସ୍ୱାଧୀନ ମତବ୍ୟକ୍ତ କରିବାର ଯେମିତି ଅଧିକାର ଅଛି, ସେହିପରି ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଦେଶରେ ଆଇଟି କ୍ଷେତ୍ରରେ କ୍ରାନ୍ତି ଆଣିବାକଥା କହୁଥିବା ବେଳେ ଏହିପରି ବ୍ୟବସ୍ଥାଦ୍ୱାରା ନିଶ୍ଚୟ ଭାବରେ ସାଧାରଣ ଖାଉଟି କ୍ଷତିଗ୍ରସ୍ତ ହେବେ ।[] (ଇଣ୍ଟରନେଟ ସେବା ପ୍ରଦାନକାରୀ(ISP)ମାନେ ଉପଭୋକ୍ତାଙ୍କୁ ଇଣ୍ଟରନେଟ ସେବା ପ୍ରଦାନ କରନ୍ତି ଯାହା ଡାଟା ବ୍ୟବହାର ଉପରେ ଅର୍ଥାତ ବ୍ୟାଣ୍ଡବିଡ଼ଥ ଉପଯୋଗ ଉପରେ (ଏମବି/ପ୍ରତି ସେକେଣ୍ଡ) ଏବଂ ମାସିକ ଅସୀମିତ ପ୍ଲାନ ଅନୁସାରେ ବିଲ୍ କରିବାକଥା; କିନ୍ତୁ ପ୍ରଚଳିତ ପ୍ରଥା ଅନୁସାରେ ଇଣ୍ଟରନେଟ ସେବାପ୍ରଦାନକାରୀଗୁଡ଼ିକ ବେବସାଇଟ ବ୍ୟବହାର ଅନୁସାରେ ବିଲ୍ କରୁଛନ୍ତି ଯାହାକି ଉପୋଭୋକ୍ତା ସ୍ୱାର୍ଥର ପରିପନ୍ଥୀ । ବିଶ୍ୱର ଦୁଇ ତୃତୀୟାଂଶଲୋକଙ୍କଠାରେ ଏବେସୁଦ୍ଧା ଇଣ୍ଟରନେଟ ଉପଲବ୍ଧ ହୋଇପାରିନାହିଁ । [] ବର୍ତ୍ତମାନ ବି ଭାରତର ଏକ ବଡ଼ ଭାଗ ଲୋକ ଇଣ୍ଟରନେଟ କ'ଣ ଜାଣିନାହାନ୍ତି । ଦେଶରେ ସର୍ବାଧିକ ୨ ଏମବିପିଏସ ଗତିରେ ହିଁ ଇଣ୍ଟରନେଟ ସେବା ଉପଲବଧ ରହିଛି । ଏହିପରି ସମୟରେ ଇଣ୍ଟରନେଟ ସେବା ଯୋଗାଇଦେବାର ଭିତ୍ତିଭୂମି ସୃଷ୍ଟି ନ କରି, ବିଭିନ୍ନ ସେବାପାଇଁ ଅଧିକ ଅର୍ଥ ଦାବୀ କରିବା ସମ୍ପୂର୍ଣ୍ଣ ଭାବେ ଅନୈତିକ ବୋଲି ଜନସାଧାରଣ ମନେକରନ୍ତି ।[]

ସରକାରୀ ପଦକ୍ଷେପ

ସମ୍ପାଦନା

୨୦୧୫ ଅପ୍ରେଲ ସୁଦ୍ଧା ନେଟ ନିଉଟ୍ରାଲିଟି ପାଇଁ କୌଣସି ଆଇନ ନାହିଁ । ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ)ଦ୍ୱାରା ୨୦୧୫ ଅପ୍ରେଲ ୨୪ ତାରିଖରେ ସୁପ୍ରିମ କୋର୍ଟରେ ଏହି ବାବଦରେ ଏକ ଦସ୍ତାବେଜ ଉପସ୍ଥାପନ କରୁଛନ୍ତି ଏବଂ ସେଥିପାଇଁ ସେ ସର୍ବସାଧାରଣଙ୍କ ମତ ଲୋଡ଼ିଥିଲେ । ଅନ୍ୟୁନ ସାଢ଼େ ଛଅ ଲକ୍ଷ ଇମେଲ ବର୍ତ୍ତମାନ ସୁଦ୍ଧା ଟ୍ରାଇ ପାଖରେ ପହଞ୍ଚିସାରିଲାଣି ।.[][] ଆମେରିକାରେ ୨୦୦୨ ମସିହାରୁ ଏହି ବିଷୟ ଉପରେ ଚର୍ଚ୍ଚା ଜାରି ରହିବା ପରେ ସେହି ଦେଶର ସରକାର ନିଷ୍ପତ୍ତି ନେଇଥିଲେ ଯେ କୌଣସି ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥା କୌଣସି ବେବସାଇଟକୁ ଅଧିକ, କମ କିମ୍ବା ଶୂନ୍ୟ ଗତିଶୀଳ କରିପାରିବ ନାହିଁ । ଏହା ଫଳରେ ସମସ୍ତଙ୍କୁ ସମାନ ଭାବରେ ଦେଖିବା ସୁଯୋଗ ମିଳିବ ।

ଅଧିକ ଜାଣନ୍ତୁ

ସମ୍ପାଦନା
  • "What is net neutrality and why it is important". The Times of India. 20 January 2014.
  • "Consultation Paper On Regulatory Framework for Over - the - top (OTT) services" (PDF). Telecom Regulatory Authority of India. 27 March 2015.

ବାହ୍ୟ ଲିଙ୍କ

ସମ୍ପାଦନା

{ଆଧାର}

  1. The Editorial Board (10 April 2015). "Editorial - Global Threats to Net Neutrality". New York Times. Retrieved 10 April 2015.
  2. "ନେଟ୍ ନିରପେକ୍ଷତା ଓ ଭାରତ". ଇଂ ପ୍ରଦୀପ କୁମାର ସାହୁ. {{cite web}}: |access-date= requires |url= (help); |first= missing |last= (help); Missing or empty |url= (help)
  3. Singh, Saurabh (8 April 2015). "Politicos slam TRAI's stance on net neutrality". India Today. Archived from the original on 12 April 2015. Retrieved 12 April 2015.
  4. Gandhi, Rajat (8 April 2015). "Net neutrality: Why Internet is in danger of being shackled". The Economic Times. Archived from the original on 10 January 2016. Retrieved 12 April 2015.
  5. ୫.୦ ୫.୧ "Indians rally for Internet freedom, send over 1 lakh emails to TRAI for net neutrality". IBNLive. 13 April 2015. Archived from the original on 15 April 2015. Retrieved 13 April 2015.
  6. ନେଟ ନ୍ୟୁଟ୍ରାଲିଟି - ଆହ୍ୱାନ
  7. http://www.internet.org
  8. http://www.aahwaan.com/index.php?read_blog=42
  9. "Over 3 lakh emails sent to Trai in support of Net Neutrality, so far". FirstPort. 14 April 2015. Retrieved 14 April 2015.