ଭାନୁମତୀ ସାହୁ

ଓଡ଼ିଆ ଗାଳ୍ପିକା ଓ ଔପନ୍ୟାସିକା

ଭାନୁମତୀ ସାହୁ (ଜନ୍ମ: ୨୫ ଅକ୍ଟୋବର ୧୯୬୧) ଜଣେ ଓଡ଼ିଆ କବୀ, ଗାଳ୍ପିକା ଓ ଔପନ୍ୟାସିକା । ସେ ବାଘର ପଞ୍ଝା ଉପନ୍ୟାସ ପାଇଁ ୨୦୧୬ରେ କଳିଙ୍ଗ ପୁସ୍ତକ ମେଳା ପୁରସ୍କାର ପାଇଥିଲେ ।

ଭାନୁମତୀ ସାହୁ
ଜନ୍ମ (1961-10-25) ୨୫ ଅକ୍ଟୋବର ୧୯୬୧ (ବୟସ ୬୩)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ଉଲ୍ଲେଖନୀୟ କୃତିବାଘର ପଞ୍ଝା
ବୈବାହିକ-ସାଥୀଅରୁଣ ଚନ୍ଦ୍ର ସାହୁ
ପିତାମାତାଶରତ ପ୍ରଭା ସାହୁ (ମାତା), ଭାଗବତ ସାହୁ (ପିତା)
ପୁରସ୍କାରକଳିଙ୍ଗ ପୁସ୍ତକ ମେଳା ପୁରସ୍କାର, ୨୦୧୬

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଭାନୁମତୀ ୧୯୬୧ ମସିହାରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଦୈନିକ ଧ୍ୱନି ପ୍ରତିଧ୍ୱନି ରେ ତାଙ୍କର ଏଡ଼ସ ଉପରେ ଆଧାରିତ ପ୍ରଥମ ଉପନ୍ୟାସ ମାୟା ପ୍ରକାଶ ପାଇଥିଲା । ତାଙ୍କର ଗୋଟିଏ ଶିଶୁ କିଶୋର ବିଜ୍ଞାନ ଗଳ୍ପ ପୁସ୍ତକ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ବିଭିନ୍ନ ବିଦ୍ୟାଳୟକୁ ପଠାଯାଇଥିଲା । ସେ ପ୍ରଫେସର ଅରୁଣ ଚନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ ।[]

ରଚନାବଳୀ

ସମ୍ପାଦନା

କବିତା

  • ଉଦବେଳିତ ତରଙ୍ଗ ୨୦୦୮
  • ବିଷକନ୍ୟା ୨୦୧୬

ଉପନ୍ୟାସ

ସମ୍ପାଦନା
  • ମାୟା ୨୦୦୨
  • ମରୁଭୂମିର ଶୋଷ ୨୦୦୬
  • ଧୂମାୟିତ ଧରିତ୍ରୀ ୨୦୧୪
  • ବାଘର ପଞ୍ଝା ୨୦୧୫
  • ନିର୍ବାସନ ୨୦୧୬
  • ବିଷଣ୍ଣ ବୈଶାଖ ୨୦୧୬
  • ଅସଂପୂର୍ଣ୍ଣା ୨୦୧୭
  • ପଦ୍ମାଳୟା ପ୍ୟଲେସ୍ ୨୦୧୭
  • ମୀରା ମାଇଁ ୨୦୧୮
  • ନୀଳ ଜହ୍ନ ୨୦୧୯
  • ଚକ୍ରବ୍ୟୁହ ୨୦୨୧
  • ରକ୍ତ ତର୍ପଣ ୨୦୨୨
  • ତଥାପି ଶୂନ୍ୟତା ୨୦୨୨
  • ଅମୁହାଁ ସୁଡ଼ଙ୍ଗ ୨୦୨୨
  • ଆରୋହଣ ୨୦୧୧
  • ପଞ୍ଚପର୍ଣ୍ଣା ୨୦୧୭
  • ମୁଁ ବି କର୍ଣ୍ଣ ୨୦୨୩
  • ରାଣୀ ମହଲ ୨୦୨୩
  • ସମୟର ଚୋରାବାଲିରେ ୨୦୨୩
  • ସରୋଗେଟ୍ ମଦର ୨୦୨୪
  • ସଦାନନ୍ଦର ପୃଥିବୀ ୨୦୨୪
  • ଅବ୍ୟକ୍ତ ସ୍ୱର ୨୦୦୨
  • ଯେ ମନ ଉଡ଼େ ଯେତେ ଦୂର ୨୦୦୬
  • ଜୟନ୍ତ, ତୋ ମା' ଜିତିଯାଇଛି ୨୦୦୭
  • ଅଜଣା ଠିକଣା ୨୦୦୮
  • ତର୍ପଣ ୨୦୧୧
  • ଧୂମକେତୁର ଶୋଷ ୨୦୧୪
  • ଅଜ୍ଞାତବାସ ୨୦୧୪
  • ଛଞ୍ଚାଣର ଆଖି ୨୦୧୪
  • ଲଜ୍ଜା ୨୦୧୫
  • ରୁଦ୍ଧଦ୍ୱାରର ଶବ୍ଦ ୨୦୧୬
  • ଶୂନ୍ୟ ଭାବନା ୨୦୧୭
  • ସନ୍ନ୍ୟାସିନୀ ୨୦୧୮
  • ଜୀବନ ବଗିଚାରେ ୨୦୧୯
  • ସୁମିତ୍ରାର କାନ୍ଦ ୨୦୨୦
  • ଅଦୃଶ୍ୟ ଆଖି ୨୦୨୦
  • ମୁଠାଏ ପ୍ରତିଶ୍ରୁତି ୨୦୨୧
  • ଛାୟା ବଳୟ ୨୦୨୨
  • ଅୟମାରମ୍ଭ ୨୦୨୩
  • ଭଲ ପାଇବାର ରଙ୍ଗ ୨୦୨୪

ବିଜ୍ଞାନ

ସମ୍ପାଦନା
  • ଫଳ ଖାଇବା ସୁସ୍ଥ ରହିବା (ସହ ଲେଖିକା) ୨୦୨୩
  • ଜହ୍ନମାମୁଁ ଓ ମଙ୍ଗଳ ମାଉସୀ ୨୦୨୩

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଭୁବନେଶ୍ୱରର ଓଡ଼ିଶା ମହିଳା ସାମ୍ବାଦିକା ସଂଘ ଦ୍ୱାରା ଜାତୀୟସ୍ତରୀୟ ସମ୍ମାନ ୨୦୦୨
  • ଶ୍ୱେତ ସଂକେତ ଗଳ୍ପ ସମ୍ମାନ ୨୦୧୮
  • ସୁଧନ୍ୟା ଉପନ୍ୟାସ ସମ୍ମାନ ୨୦୧୮
  • ଓଡ଼ିଶା ଲେଖିକା ସଂସଦ ପକ୍ଷରୁ 'ସୁଧାଂଶୁବାଳା ପଣ୍ଡା ଉପନ୍ୟାସ ସମ୍ମାନ[]
  • କଳିଙ୍ଗ ପୁସ୍ତକମେଳା ପୁରସ୍କାର, ୨୦୧୬ ବାଘର ପଞ୍ଝା ପାଇଁ
  • ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪ ''ସଦାନନ୍ଦର ପୃଥିବୀ'' ପାଇଁ[]
  1. ମହାନ୍ତି, ଅଶୋକ (୨୦୦୭). ଓଡ଼ିଆ ଲେଖକ ପରିଚିତି. ଭୁବନେଶ୍ୱର: ପଶ୍ଚିମା ପବ୍ଲିକେଶନ୍ସ. pp. ୧୯୫.
  2. https://dharitriepaper.in/edition/17143/chhutidina/page/9#
  3. https://samajaepaper.in/imageview_2_1612202422055903_4_73_16-12-2024_10_i_1_sf.html