ଭାଗିରଥୀ ଦାସ

ଓଡ଼ିଶୀ ନୃତ୍ୟ ରୂପକାର

ଭାଗିରଥୀ ଦାସ ଜଣେ ଓଡ଼ିଶୀ ନୃତ୍ୟ ରୂପକାର ।[୧][୨] ୬୦ ବର୍ଷ ଧରି ସେ ଓଡ଼ିଶୀ ନର୍ତ୍ତକ/ନର୍ତ୍ତକୀମାନଙ୍କ ପାଇଁ ପୋଷାକ ତିଆରି କରିଆସୁଛନ୍ତି । କଟକ ସହରର ଚାନ୍ଦିନୀଚୌକ ଛକଠାରେ ତାଙ୍କର ଓଡ଼ିଶୀ ଟେଲର ନାମରେ ଏକ ଦରଜୀ ଦୋକାନ ରହିଛି । ୨୦୧୦ ମସିହାରେ ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଲାଭ କରିଥିଲେ ।

ଭାଗିରଥୀ ଦାସ
ବୈବାହିକ-ସାଥୀଲଳିତା
ପୁରସ୍କାରଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ୨୦୧୦

ଭାଗିରଥୀ ପ୍ରଥମେ ସମ୍ବଲପୁରୀ ଶାଢ଼ୀକୁ କାଟି ସେଥିରେ ଓଡ଼ିଶୀ ପୋଷାକ ତିଆରି କରୁଥିଲେ । ଗୁରୁ କେଳୁଚରଣ ମହାପାତ୍ର ପରାମର୍ଶରେ ସେ ଧୋତି ଷ୍ଟାଇଲରେ ପୋଷାକ ତିଆରି କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଗାର୍ଡ଼େନ ସିଲ୍କ, ପିଓର ସିଲ୍କର ସିଲ୍କ ଆଦି କପଡ଼ାରେ ସମ୍ବଲପୁରୀ କୁମ୍ଭ ଧଡ଼ିଦେଇ ଓଡ଼ିଶୀ ପୋଷାକ ତିଆରି କରୁଛନ୍ତି ।

ବ୍ୟକ୍ତିଗତ ଜୀବନୀ ସମ୍ପାଦନା

ଭାଗିରଥୀ ଦାସ ପ୍ରାରମ୍ଭରେ ଜଣେ ସାଧାରଣ ଦରଜୀ ଭାବରେ ବିଭିନ୍ନ ପୋଷାକପତ୍ର ତିଆରି କରୁଥିଲେ । ପରେ କଟକର ଖପୁରିଆଠାରେ ଥିବା ପଷମ ବସ୍ତ୍ର କାରଖାନାକୁ ଯାଇ ସେଠାରେ ପଷମ ବସ୍ତ୍ର ତିଆରି କାମ କରିଥିଲେ । ୬୦ ବର୍ଷ ତଳେ ଓଡ଼ିଶୀ ନର୍ତ୍ତକୀ ଓ ନୃତ୍ୟଗୁରୁ କୁମକୁମ ମହାନ୍ତି ତାଙ୍କୁ ଓଡ଼ିଶୀ ନୃତ୍ୟପାଇଁ ପୋଷାକ ତିଆରି କରିବାକୁ ପ୍ରବର୍ତ୍ତାଇ ଥିଲେ । ସେବେଠାରୁ ସେ ଓଡ଼ିଶୀ ପୋଷାକ ତିଆରି ଆରମ୍ଭ କରିଥିଲେ ଓ ତାହା ତାଙ୍କର ପରିଚୟ ହୋଇଯାଇଥିଲା । ତାଙ୍କର ପୋଷାକ ପୃଥିବୀର ଅନେକ ଦେଶକୁ ରପ୍ତାନୀ ହୋଇଥାଏ । ଏହି କାମରେ ତାଙ୍କ ପତ୍ନୀ ଲଳିତା ଓ ସମସ୍ତ ପରିବାର ସାହାଯ୍ୟ କରନ୍ତି ।[୩]

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. Rethinking Dance History: A Reader. Routledge. 18-Oct-2013. Retrieved 2 November 2021. {{cite book}}: Check date values in: |date= (help)
  2. "Orissa Chief Minister releases the latest issue of The Sunday Indian-Oriya". www.thesundayindian.com/. Archived from the original on 2 November 2021. Retrieved 2 November 2021.
  3. "ଓଡ଼ିଶୀ ପୋଷାକର ରୂପକାର". No. ଧରିତ୍ରୀ ଛୁଟିଦିନ ୩୧ ଅକ୍ଟୋବର - ୬ ନଭେମ୍ବର ୨୦୨୧. ଧରିତ୍ରୀ. p. ୬. Archived from the original on 2 November 2021. Retrieved 2 November 2021.
  4. "Costume designer draped in honour". www.telegraphindia.com. The Telegraph. Archived from the original on 2 November 2021. Retrieved 2 November 2021.