ଭାଗବତ ବେହେରା

ଓଡ଼ିଆ ରାଜନୀତିଜ୍ଞ

ଭାଗବତ ବେହେରା (୧ ଜୁନ ୧୯୪୦ - ୩ ଜୁନ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟି, ଜନତା, ଜନତା ପାର୍ଟି, ଜନତା ଦଳ, ବିଜୁ ଜନତା ଦଳ ଭଳି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ଭାଗବତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭, ୧୯୮୫, ୧୯୯୦ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ, ୯ମ, ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଭାଗବତ ବେହେରା
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀଅଚ୍ୟୁତାନନ୍ଦ ମହାନ୍ତି
ପର ଅଧିକାରୀବଂଶୀଧର ସାହୁ
ନିର୍ବାଚନ ମଣ୍ଡଳୀନୟାଗଡ଼
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୫
ପୂର୍ବ ଅଧିକାରୀବଂଶୀଧର ସାହୁ
ପର ଅଧିକାରୀସୀତାକାନ୍ତ ମିଶ୍ର
ନିର୍ବାଚନ ମଣ୍ଡଳୀନୟାଗଡ଼
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୩ ଜୁନ ୨୦୦୨
ପୂର୍ବ ଅଧିକାରୀସୀତାକାନ୍ତ ମିଶ୍ର
ପର ଅଧିକାରୀମନ୍ଦାକିନୀ ବେହେରା
ନିର୍ବାଚନ ମଣ୍ଡଳୀନୟାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-06-01)ଜୁନ ୧, ୧୯୪୦
ମୃତ୍ୟୁ୬ ମାର୍ଚ୍ଚ ୨୦୦୨(2002-03-06) (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସୋସିଆଲିଷ୍ଟ ପାର୍ଟି, ଜନତା, ଜନତା ପାର୍ଟି, ଜନତା ଦଳ
ଜୀବନ ସାଥୀମନ୍ଦାକିନୀ ବେହେରା
ବାପା/ବୋଉନାରାୟଣ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଭାଗବତ ବେହେରା ୧୯୪୦ ମସିହାର ଜୁନ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନାରାୟଣ ବେହେରା ଏବଂ ପତ୍ନୀଙ୍କ ନାମ ମନ୍ଦାକିନୀ ବେହେରା ।[୧] ତାଙ୍କର ଶିକ୍ଷାଗତ ଯୋଗତ୍ୟା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଭାଗବତ ଓଡ଼ିଶା ରାଜନୀତିରେ ସୋସିଆଲିଷ୍ଟ ପାର୍ଟି, ଜନତା, ଜନତା ପାର୍ଟି, ଜନତା ଦଳ, ବିଜୁ ଜନତା ଦଳ ଭଳି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିବା ସହ ୧୯୯୦ରୁ ୧୯୯୫ ଯାଏଁ ଏବଂ ୨୦୦୦ ମସିହାରୁ ୨୦୦୦ ମସିହାଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଭାଗବତ ବେହେରା ୨୦୦୨ ମସିହାର ଜୁନ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ଥୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Shri Bhagabat Behera". odishaassembly.nic.in. Odisha Assembly. Retrieved 10 May 2020.