ଭବାନୀ
ଭବାନୀ ହିନ୍ଦୁ ଦେବୀ ପାର୍ବତୀଙ୍କ ଅତିରଞ୍ଜିତ ଓ ଭୟଙ୍କର ରୂପ । ଭବାନୀର ସଂସ୍କୃତ ଅର୍ଥ " ଜୀବନ ଦାତ୍ରୀ " ବା ପ୍ରକୃତିର ସୃଜନ ଶକ୍ତି । ଭବାନୀଙ୍କୁ ଭଗବାନ ଶିବଙ୍କ ପ୍ରେମରେ ଥିବା ଦେବୀ ଭାବରେ ବର୍ଣ୍ଣନା କରାଯାଇଥାଏ । ଏହି ପ୍ରେମ ରୂପକୁ ଖୁବ ପ୍ରଖର ପ୍ରେମ କୁହାଯାଇପାରେ ।
ଭବାନୀ | |
---|---|
A shrine to Bhavani | |
Goddess of Power | |
Devanagari | भवानी |
Affiliation | Shakti, Parvati |
Weapon | Bow and Arrow |
ସ୍ୱାମୀ/ସ୍ତ୍ରୀ | Shiva |
Mount | Tiger |
ଛତ୍ରପତି ଶିବାଜୀଙ୍କ ଆରାଧ୍ୟା ଦେବୀ ଭବାନୀ ଥିଲେ । ସେ ତାଙ୍କର ଅସ୍ତ୍ରକୁ ଦେବୀ ଭବାନୀ ନାକ ନାମରେ ସମର୍ପିତ କରିଥିଲେ । ମହାରାଷ୍ଟ୍ର ରାଜ୍ୟର ତୁଳଜାପୁରଠାରେ 12 ଶ ମସିହାରେ ସ୍ଥାପିତ ହେଇଥିବା ଏକ ମନ୍ଦିରା ଦେବୀ ଭବାନୀଙ୍କ ପାଇଁ ନିର୍ମିତ ହେଇଥିଲା । ଏଠାରେ 1 ମିଟର ଉଛ ଦେବୀ ଭବାନୀଙ୍କ ପ୍ରତିକୃତି ରହିଛି ଯାହାଙ୍କ 8ଟି ଅସ୍ତ୍ରଧାରିତ ହସ୍ତ ରହିଛି । ସେ ପୁରା କାଳରେ ଯେଉଁ ସ୍ଥାନରେ ମହିଷାସୁର ବଧ କରିଥିଲେ ତାହା ଏବେ ମହିଶୂର ନାମରେ ପରିଚିତ ।
ଭବାନୀଙ୍କ ମନ୍ଦିର ସମ୍ପାଦନ କରନ୍ତୁ
ମହାରାଷ୍ଟ୍ର ରାଜ୍ୟର ତୁଳଜାପୁରଠାରେ ଥିବା ଭବାନୀ ମନ୍ଦିର ଭାରତର ୫୧ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ।ଏହା ୧୨ଶ ଶତାବ୍ଦୀରେ ନିର୍ମିତ ହେଇଥିବା ବେଳେ ୧୫୩୭ରୁ ୧୫୪୦ ମସିହା ମଧ୍ୟରେ ଆଉ ଏକ ତୁଲାଜା ଭବାନୀ ମନ୍ଦିର ଚିତ୍ତୋର ଗଡଠାରେ ନିର୍ମିତ ହେଇଥିଲା ।
ଇତିହାସସମ୍ପାଦନ କରନ୍ତୁ
ମହାରାଷ୍ଟ୍ର ରାଜ୍ୟର ୪ଟି ଶକ୍ତି ପିଠ ତୁଳଜାପୁରର ମା ଭବାନୀ ପିଠ , କୋଲାପୁରର ମହାଲକ୍ଷ୍ମୀ ପୀଠ ମାହୁରର ମହାମାୟା ରେଣୁକା ପୀଠ ଓ ଶକ୍ତି ଶ୍ରୁଙ୍ଗ ପିଠ ଜଗଦମ୍ବାଠାରେ ମାଙ୍କୁ ଆଦ୍ଯ ଶକ୍ତି ଅନୁସାରେ ପୂଜା କରାଯାଇଥାଏ । ତାମିଲନାଡୁର ପେରିୟାପାଳୟାମର ସି ଭବାନୀ ଆମ୍ମାନ ଓ ଆମ୍ବେଯୋଗାଇ , ଆଉନ୍ଧଠାରେ ମଧ୍ୟ ଶକ୍ତି ପିଠଗୁଡ଼ିକ ରହିଛି ।
ମା ଭବାନୀ ମଦିର ଯମୁନାଞ୍ଚଳ ନାମକ ପାହାଡ଼ରେ ଅବସ୍ଥିତ । ଏହା ଶୋଲାପୁରଠାରେ ବ୍ୟାପ୍ତ ଥିବା ସହୟାଦ୍ରି ପର୍ବତ ମାଳର ଗଡ଼ାଣିରେ ଅବସ୍ଥିତ । ମନ୍ଦିରର ସମ୍ମୁଖରେ ଅନେକ ସୋପାନ ଆରୋହଣ କରି ମନ୍ଦିରକୁ ପ୍ରବେଶ କରାଯାଇଥାଏ । ଏଠାରେ ମାଙ୍କ ପ୍ରତିମୂର୍ତି ୩ ଫୁଟ ଉଚ୍ଚତାବିଶିଷ୍ଟ ଗ୍ରାନାଇଟରେ ନିର୍ମିତ , ଅସ୍ତ ଭୁଜ ବିଶିଷ୍ଟ , ଏକ ହସ୍ତରେ ଦାନବର ଶିର ଓ ଅନନ୍ୟ ହସ୍ତ ମାନଙ୍କରେ ଅସ୍ତ୍ର ରହିଛି ।
କିମ୍ବଦନ୍ତୀସମ୍ପାଦନ କରନ୍ତୁ
କିମ୍ବଦନ୍ତୀ ଅନୁସାରେ ମାତୁଙ୍ଗା ଦାନବ ଦେବତା ଓ ମଣିଷ ମାନକ ଉପରେ ବହୁ ଅତ୍ୟାଚାର କରିବାରୁ ଦେବତାମାନେ ବ୍ରହ୍ମାଙ୍କୁ ଭେଟି ସାହାଯ୍ୟ ଭିକ୍ଷ୍ୟା କରିଥିଲେ । ତାଙ୍କ ଉପଦେଶରେ ସେମାନେ ଦେବୀ ମା ଶକ୍ତିଙ୍କ ଶରଣ ନେଲେ । ମା ଶକ୍ତି ଦେବୀ ବିଦ୍ୱନ୍ଶକାରିଣୀ ବେଶ ଗ୍ରହଣ କରି ଅନନ୍ୟ ସପ୍ତ ମାତାଙ୍କ ସହ ମାତୁଙ୍ଗାକୁ ଆକ୍ରମଣ କରି ତାହାର ମସ୍ତକ ଛିନ୍ନ କରିଥିଲେ । ମହିଷାସୁର ନାମକ ଅନନ୍ୟ ଏକ ଦାନବ ଯିଏ ଆରଣ୍ୟ ଶଣ୍ଢ ରୂପ ଧାରଣ କରିଥିଲା , ତାହାକୁ ମଧ୍ୟ ବଧ କରିଥିଲେ । ତେଣୁ ତାଙ୍କୁ "ମହିଷାସୁର ମର୍ଦ୍ଦିନୀ" ମଧ୍ୟ କୁହାଯାଇଥାଏ । ତାହା ପରେ ଯମୁନାଞ୍ଚଳ ପର୍ବତକୁ ଯାଇ ଅବସ୍ଥାନ କରିଥିଲେ ।
ପୂଜାବିଧିସମ୍ପାଦନ କରନ୍ତୁ
ମହାରାଷ୍ଟ୍ରର ସମସ୍ତ ଅଞ୍ଚଳରେ ମା ଭବାନୀଙ୍କୁ ସ୍ୱତନ୍ତ୍ର ଶ୍ରର୍ଦ୍ଧାର ସହ ଆରାଧନାକରାଯାଇଥାଏ । ତାଙ୍କୁ " ଉଗ୍ର ରୂପ"ର ପ୍ରତୀକ ଭାବରେ ନିଆଯାଇ କରୁଣାର ମଧ୍ୟ ପ୍ରତୀକ ଭାବରେ ନିଆଯାଇଥାଏ । ମହାରାଷ୍ଟ୍ରର ବିଭିନ୍ନ ଜାତି , ଉପଜାତି ଓ ପରିବାର ଗଣ ଦେବୀ ଭବାନୀଙ୍କୁ ତାଙ୍କର ପରିବାରର ଆରାଧ୍ୟା ଦେବୀ ଭାବରେ ଗ୍ରହଣ କରିଥାନ୍ତି । ଏଠାରେ ଦୈନିକ ୪ଟି ରୀତି ପାଳନ କରାଯିବା ସହ ଚୈତ୍ର ମାସରେ ଗୁଡି ପଦବା , ଶ୍ରୀଲା ଷଷଷ୍ଠୀ , ଲଳିତା ପଞ୍ଚମୀ , ମକର ସଙ୍କରନ୍ତି , ରଥସପ୍ତମୀ ଆଦି ପାଳନ କରାଯାଇଥାଏ । ନବରାତ୍ର ସମୟରେ ମଧ୍ୟ ଏଠାରେ ବହୁ ଆଡମ୍ବରରେ ପାଳିତ ହୁଏ ।
ଆଧାରସମ୍ପାଦନ କରନ୍ତୁ
ଅଧିକ ପଠନ ସମ୍ପାଦନ କରନ୍ତୁ
- Hindu Goddesses: Vision of the Divine Feminine in the Hindu Religious Traditions (ISBN 81-208-0379-5) by David Kinsley