ଭଜନ ସୋପୋରୀ
ଭଜନ ସୋପୋରୀ ( ୧୯୪୮-୨ ଜୁନ ୨୦୨୨)[୧][୨] ଜଣେ ଭାରତୀୟ ସନ୍ତୁର ବାଦକ ଥିଲେ ।[୩] ଜାମ୍ମୁ ଓ କାଶ୍ମୀର ରାଜ୍ୟ ସହିତ ଭାରତର ଅନ୍ୟରାଜ୍ୟମାନଙ୍କ ସାଂସ୍କୃତିକ ସଂହତିର ସେତୁବନ୍ଧ ଭାବରେ ସେ କାର୍ଯ୍ୟ କରୁଥିଲେ । ତାଙ୍କୁ ୧୯୯୨ ମସିହାରେ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଓ ୨୦୦୪ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ୨୦୧୬ ମସିହାର ସାଧାରଣତନ୍ତ୍ର ଦିବସରେ ତାଙ୍କୁ ଜାମ୍ମୁ ଓ କାଶ୍ମୀରରାଜ୍ୟ ତରଫରୁ ଜୀବନବ୍ୟାପୀ ଅବଦାନ ସମ୍ମାନ ପ୍ରଦାନ କରାଯାଇଥିଲା ।[୪]
ଭଜନ ସୋପୋରୀ | |
---|---|
Background information | |
ଜନ୍ମ ସମୟରେ ନାମ | ଭଜନ ଲାଲ ସୋପୋରୀ |
ଜନ୍ମ | ୧୯୪୮ ଶ୍ରୀନଗର, ଜମ୍ମୁ ଓ କାଶ୍ମୀର |
ମୃତ୍ୟୁ | ୨ ଜୁନ ୨୦୨୨ (ବୟସ ୭୩-୭୪) ଗୁରୁଗ୍ରାମ, ହରିଆନା |
ଶୈଳୀ | ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ସୁଫୀ ସଙ୍ଗୀତ |
ପେଷା | ସଙ୍ଗୀତଜ୍ଞ |
ବାଦ୍ୟଯନ୍ତ୍ର | ସନ୍ତୁର |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଭଜନ ସୋପୋରୀ, କାଶ୍ମୀରର ସୋପୋରୀ ପରିବାର ସହ ସଂପୃକ୍ତ । ତାଙ୍କ ପୂର୍ବପୁରୁଷମାନେ ସନ୍ତୁର ବାଦ୍ୟଯନ୍ତ୍ରର ବିଶେଷଜ୍ଞ ଥିଲେ । ସେ ଭାରତୀୟ ସାଂସ୍କୃତିକ ସଙ୍ଗୀତର ସୁଫିୟାନା ଘରାନାର ଅଂଶବିଶେଷ ।[୫] ତାଙ୍କ ପୂର୍ବପୁରୁଷମାନେ ୬ ପୁରୁଷଧରି ସନ୍ତୁର ବାଦନ ସହିତ ସଂପୃକ୍ତ ।[୬] ଭଜନ, ନିଜ ବାପା ଏସ ସି ସୋପୋରୀ ଓ ଜେଜେ ବାବା ଶମ୍ଭୁନାଥଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ୱାଶିଂଟନ ବିଶ୍ୱବିଦ୍ୟାଳୟରୁ ସେ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ ।
ତାଙ୍କ ପୁତ୍ର ଅଭୟ ରୁସ୍ତମ ସପୋରୀ ମଧ୍ୟ ଜଣେ ସନ୍ତୁର ବାଦକ ।
ସଙ୍ଗୀତଜ୍ଞ ଜୀବନ
ସମ୍ପାଦନା୧୦ ବର୍ଷ ବୟସରେ ଭଜନ ସୋପୋରୀ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ନିଜ ଜୀବନର ପ୍ରଥମ ମଞ୍ଚ ପ୍ରଦର୍ଶନ କରିଥିଲେ ।[୫] ନିଜେ ସଙ୍ଗୀତ ଶିକ୍ଷା କରିଥିବା ୱାଶିଂଟନ ବିଶ୍ୱବିଦ୍ୟାଳୟରେ, ସେ ପରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ । ତାଙ୍କ ସଙ୍ଗୀତକୁ ବିଶ୍ୱବ୍ୟାପୀ ସାମାପା ( ସୋପୋରୀ ଏକାଡ଼େମୀ ଫର ମ୍ୟୁଜିକ ଆଣ୍ଡା ପରଫରମିଙ୍ଗ ଆକ୍ଟ ) ନାମରେ ଏକ ସଙ୍ଗୀତ ଅନୁଷ୍ଠାନ ପ୍ରତିଷ୍ଠା କରି ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଦାନ କରନ୍ତି ।[୭] ଏହି ଅନୁଷ୍ଠାନ ଜେଲବାସୀମାନଙ୍କୁ ମଧ୍ୟ ସଙ୍ଗୀତ ଶିକ୍ଷାଦେଇ ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚେଷ୍ଟା କରିଥାଏ ।[୮] ୨୦୧୧ ମସିହାରେ ଏହି ଅନୁଷ୍ଠାନକୁ ଡୋଗରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୯] ୨୦୧୫ ମସିହାରୁ ଏହି ଅନୁଷ୍ଠାନଦ୍ୱାରା ସାମାପା ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି ।[୧୦]
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ Santoor maestro Pandit Bhajan Sopori passes away
- ↑ "Bhajan Sopori". Indian Arts. 24 June 2012. Archived from the original on 3 December 2013.
- ↑ "Sangeet Natak Akademi Awards – Hindustani Music – Instrumental". Sangeet Natak Akademi. Archived from the original on 19 May 2009. Retrieved 16 May 2009.
- ↑ ୪.୦ ୪.୧ "State awards for Jammu and Kashmir announced". Only Kashmir. 26 January 2016. Archived from the original on 31 January 2016. Retrieved 25 January 2016.
- ↑ ୫.୦ ୫.୧ "Bhajan Lal Sopori". Planet Radio City. 24 June 2012. Archived from the original on 2 February 2010.
- ↑ "Santoor Player Abhay Rustom Sopori plays tomorrow". Mumbai Mirror. 26 February 2011. Archived from the original on 29 January 2013.
- ↑ "J&K to be Cultural Capital of the country". Ground report. 5 February 2012. Archived from the original on 7 June 2013. Retrieved 15 July 2012.
- ↑ "SaMaPa to start music classes in Jails in J&K". Deccan Herald. 15 February 2012. Retrieved 4 July 2020.
- ↑ "Trinidad envoy jams with Kashmiri Sufi band". Thaindian. 15 September 2011. Archived from the original on 27 February 2014. Retrieved 15 July 2012.
- ↑ "Santoor Maestro Bhajan Sopori announces SaMaPa awards". Indian Express. 18 November 2015. Retrieved 14 April 2018.
- ↑ "Sangeet Natak Akademi Awards – Hindustani Music – Instrumental". Sangeet Natak Akademi. Archived from the original on 19 May 2009. Retrieved 16 May 2009.
- ↑ "Padma Awards". Ministry of Communications and Information Technology (India). Archived from the original on 21 May 2009. Retrieved 16 May 2009.
- ↑ "Pandit Bhajan Sopori awarded again". Indian Express. 13 February 2009. Retrieved 4 July 2020.
- ↑ "Bhajan Sopori gets M N Mathur Award". Early Times. 3 March 2011. Archived from the original on 16 June 2020. Retrieved 4 July 2020.