ବୟସ ଦାଗ

ଏହି ରୋଗରେ ଚର୍ମରେ ହାଲୁକା ହଳଦିଆ, ବାଦାମୀ, କଳା ପର୍ଯ୍ୟନ୍ତ ରଙ୍ଗ ହୋଇଥାଏ ।

ବୟସ ଦାଗ, (ଇଂରାଜୀରେ ଅନ୍ୟ ନାମ solar lentigo, "lentigo senilis", "old age spot", "senile freckle"), ବାର୍ଦ୍ଧକ୍ୟ ସହିତ ଜଡିତ ଚର୍ମର କଳା ଦାଗମାନଙ୍କୁ କୁହାଯାଏ । [] ସେଗୁଡ଼ିକ ହାଲୁକା ହଳଦିଆ, ବାଦାମୀ, କଳା ପର୍ଯ୍ୟନ୍ତ ରଙ୍ଗ ହୋଇଥାଏ । [] [] ସେମାନଙ୍କର ଆକୃତି ପରିବର୍ତ୍ତନଶୀଳ ଏବଂ ଅନେକ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ । [] ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ସୀମା ରେଖା ଥାଏ । [] ସୂର୍ଯ୍ୟ କିରଣ ଦେହାରେ ବାରମ୍ବାର ପଢ଼ୁଥିଲେ ଏହି ଦାଗ ଦଳ ଭାବରେ ମଧ୍ୟ ଦେଖାଯାଏ । []

Age spot
Liver spot, solar lentigo,[] lentigo senilis,[]:686 old age spot,[] senile freckle[]
Age spots on the left hand of a 63-year-old light-skinned man
ବିଭାଗDermatology
ଲକ୍ଷଣDarker areas of skin[]
ଅବଧିLong-term[]
କାରଣSun exposure[]
ରୋଗ ନିର୍ଣ୍ଣୟ ପଦ୍ଧତିBased on examination[]
ସଠିକ ରୋଗ ନିର୍ଣ୍ଣୟMelanoma, freckles, seborrheic keratosis, multiple lentigines syndrome[][]
ପ୍ରତିକାରSunscreen, avoiding the sun[]
ଚିକିତ୍ସାCryotherapy, laser therapy[]
PrognosisGood[]
ପୁନଃପୌନିକVery common[]

ଏହାର କାରଣ ହେଉଛି ସୂର୍ଯ୍ୟ କିରଣ | [] [] ଏହାର ଅନ୍ତର୍ନିହିତ ପ୍ରଣାଳୀରେ ପିଗମେଣ୍ଟ ମେଲାନିନର ଜମା ହୋଇଯାଏ । [] ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ। [] ଅସ୍ପଷ୍ଟ କ୍ଷେତ୍ରରେ ଏକ ବାୟୋପ୍ସି କରାଯାଇପାରେ । []

ଏହି ଅବସ୍ଥା ଗୁରୁତର ନୁହେଁ। [] ଚିକିତ୍ସାରେ କ୍ରାଓଥେରାପି କିମ୍ବା ଲେଜର ଥେରାପି ବ୍ୟବହାର କରାଯାଏ । [] ପ୍ରଭାବିତ ଅଞ୍ଚଳରେ ୩୦% ଟ୍ରାଇକ୍ଲୋରୋଆସେଟିକ୍ ଏସିଡ୍ ବ୍ୟବହାର ସହାୟକ ହୋଇପାରେ । [] ହାଇଡ୍ରୋକ୍ଇନୋନ ସାହାଯ୍ୟରେ ଚର୍ମ ଧଳା କରିବାର ପ୍ରୟାସ ଫଳପ୍ରଦ ନୁହେଁ। [] ଚିକିତ୍ସା ବିନା ଏହା ଏକ ଦୀର୍ଘକାଳୀନ ଅବସ୍ଥା ହୋଇ ରହେ | [] ପ୍ରତିରୋଧ ନିମନ୍ତେ ସୌର ପରଦା ବ୍ୟବହାର ସୂର୍ଯ୍ୟ କିରଣ ଏଡ଼େଇ ଦିଆଯାଏ । []

ଏହି ରୋଗ ଅତି ସାଧାରଣ, ବିଶେଷତଃ ୪୦ ବର୍ଷ ବୟସ ପରେ । [] ସେମାନେ କ‌କେସିଆନ୍ ଏବଂ ଏସୀୟମାନଙ୍କଠାରେ ଏହି ଦାଗ ଅଧିକ ଦେଖାଯାଏ । [] ଏହାକୁ ବେଳେବେଳେ "ଯକୃତ ଦାଗ" କୁହାଯାଏ କିନ୍ତୁ ସେମାନଙ୍କର ଯକୃତ ସମସ୍ୟା ସହିତ କୌଣସି ସମ୍ପର୍କ ନାହିଁ । []

  1. ୧.୦ ୧.୧ James, William D.; Berger, Timothy G.; et al. (2006). Andrews' Diseases of the Skin: Clinical Dermatology. Saunders Elsevier. ISBN 0-7216-2921-0.
  2. ୨.୦ ୨.୧ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. pp. 1716–17. ISBN 1-4160-2999-0.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ ୩.୧୯ ୩.୨୦ ୩.୨୧ "Solar lentigo | DermNet NZ". dermnetnz.org. Archived from the original on 16 January 2021. Retrieved 10 June 2021.
  4. ୪.୦ ୪.୧ "Solar Lentigo". fpnotebook.com. Archived from the original on 4 March 2021. Retrieved 10 June 2021.
  5. ୫.୦ ୫.୧ ୫.୨ "Hyperpigmentation - Dermatologic Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 14 April 2021. Retrieved 10 June 2021.
  6. ୬.୦ ୬.୧ Plensdorf, S; Livieratos, M; Dada, N (2017-12-15). "Pigmentation Disorders: Diagnosis and Management". American family physician. 96 (12): 797–804. PMID 29431372.
  7. "Ultraviolet (UV) Radiation". www.cancer.org (in ଇଂରାଜୀ). Archived from the original on 2021-04-30. Retrieved 2020-07-07.