ବ୍ୟାଘ୍ର ମନ୍ଦିର ବା ଟାଇଗର୍ ଟେମ୍ପଲ୍ ଥାଇଲାଣ୍ଡର କାଞ୍ଚନବୁରି ପ୍ରଦେଶର ସାୟୋକ ଜିଲ୍ଲାରେ (ମିଆଁମାର ସୀମାନ୍ତର ୩୮ କିମି ଉତ୍ତର-ପଶ୍ଚିମ ଦିଗରେ) ଅବସ୍ଥିତ । ଏହା ଏପରି ଏକ ମନ୍ଦିର ଯେଉଁଠାରେ ବାଘ ଓ ମଣିଷ ଏକାଠି ଜୀବନ ବିତାଇ ଥାଆନ୍ତି । ୧୯୯୪ ମସିହାରେ ଏହି ବ୍ୟାଘ୍ର ମନ୍ଦିର ନିର୍ମାଣ ହୋଇଥିଲା । ଏହାକୁ ଥାଇ ଭାଷାରେ ବାଟ ଫା ଲୁଆଙ୍ଗ ଟା ବୁଆ କୁହାଯାଏ ।[୧]

ଡୋରରେ ବନ୍ଧା ଏକ ବାଘ ସହ ସନ୍ୟାସୀ ଗମନ କରୁଛନ୍ତି
ସନ୍ୟାସୀ ଏବଂ ବାଘମାନେ ଶିକାର ଅଭିମୁଖେ ଯାଉଛନ୍ତି
ଦର୍ଶନାର୍ଥୀ ବାଘକୁ ନିରୀକ୍ଷଣ କରୁଛନ୍ତି
ଦର୍ଶନାର୍ଥୀ ବଡ଼ ବାଘ କିମ୍ବା ଛୁଆ ବାଘ ସହ ଫଟୋ ଉଠାଇ ପାରିବେ

୧୯୯୯ ମସିହାରେ ସ୍ଥାନୀୟ ଅଧିବାସୀମାନେ ପ୍ରଥମେ ଏକ ବାଘ ଛୁଆକୁ ସେହି ମନ୍ଦିରକୁ ଆଣିଥିଲେ । ବାଘଟି ସେଠାରେ କିଛିଦିନ ରହି ଅନେକ ବାଘ ଶାବକଙ୍କୁ ଜନ୍ମଦେଇଥିଲା । ପରେ ଜଣେ ଶିକାରୀ ଗୁଳିରେ ଶିକାର ହୋଇଥିଲା । ବାଘର ଦୁଃଖଦ ମୃତ୍ୟୁ ପରେ ଅନ୍ୟ ବାଘମାନଙ୍କୁ ଅନେକ ଆଇନ କାନୁନ ମାଧ୍ୟମରେ ସୁରକ୍ଷା ଦିଆଯାଉଛି । ୨୦୧୪ ଜୁଲାଇ ମସିହା ସୁଦ୍ଧା ମନ୍ଦିରରେ ବାଘ ସଂଖ୍ୟା ୧୩୫ ଥିଲା । ଥାଇଲାଣ୍ଡର ପଶ୍ଚିମ ଭାଗରେ ଏହି ମନ୍ଦିରଟି ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।[୨] ଏହି ମନ୍ଦିରରେ ବାଘଙ୍କ ସହ ଅନ୍ୟ ଜୀବଜନ୍ତୁମାନେ ମଧ୍ୟ ପୋଷା ହୋଇଛନ୍ତି ।

ବିଶ୍ୱାସ ସମ୍ପାଦନା

ଯେଉଁ ଥାଇ ସନ୍ୟାସୀମାନେ ପୂର୍ବଜନ୍ମରେ ନିଜ କର୍ମକୁ ଠିକ ଭାବେ ତୁଲାଇ ପାରିନଥିଲେ । ସେମାନେ ବାଘ ରୂପରେ ସେହି ମନ୍ଦିରରେ ଜନ୍ମ ନିଅନ୍ତି ବୋଲି ଲୋକମାନଙ୍କ ବିଶ୍ୱାସ ରହିଛି । ସେଠାରେ ସେମାନେ ଶାକାହାର ଭୋଜନ କରି ମଣିଷଙ୍କ ସହ ବୁଲାବୁଲି କରିଥାନ୍ତି । ବାଘ ଜନ୍ମରେ ସେମାନେ ନିଜ କାର୍ଯ୍ୟ ଠିକ ଭାବେ ନକଲେ ପର ଜନ୍ମରେ ସନ୍ୟାସୀ ଭାବେ ଜନ୍ମ ନିଅନ୍ତି । ଏହି ବିଶ୍ୱାସ ଆଧାରରେ ଥାଇ ସନ୍ୟାସୀମାନେ ବାଘମାନଙ୍କ ଯତ୍ନ ନିଅନ୍ତି ।

ପର୍ଯ୍ୟଟନ ସମ୍ପାଦନା

ମଣିଷ ଏବଂ ବାଘଙ୍କ ସ୍ନେହ ସମ୍ପର୍କ ଦେଖିବା ଲାଗି ପ୍ରତିଦିନ ଦୁର ଦୁରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀ ଏହି ମନ୍ଦିରକୁ ଆକୃଷ୍ଟ ହୁଅନ୍ତି । ଏହି ମନ୍ଦିର ଦିନ ୧୦ ଟାଠାରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଖୋଲା ରୁହେ । ମନ୍ଦିରର ରକ୍ଷଣାବେକ୍ଷଣ ଏବଂ ବାଘଙ୍କର ସେବାଯତ୍ନ ଲାଗି ଖର୍ଚ୍ଚକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି ଯେ, ଯେଉଁମାନେ ମନ୍ଦିର ଆସିବେ ୬୦୦ ଭଟ୍ ବା ୨୨,୬୦୦ ଭାରତୀୟ ମୂଦ୍ରା ପୈଠ କରିବାକୁ ହେବ । ସେମାନଙ୍କୁ ମନ୍ଦିର ପକ୍ଷରୁ ମାଗଣାରେ ବ୍ୟାଙ୍କକ ବୁଲିବାର ସୁଯୋଗ ମିଳିବ । ଗୋଟିଏ ବାଘର ଦୈନିକ ମୁଣ୍ଡପିଛା ଖର୍ଚ୍ଚ ୧୦୦ ଡଲାର ପର୍ଯ୍ୟନ୍ତ ହୋଇଥାଏ । ଥାଇ ସନ୍ୟାସୀ ଏହି ବାଘମାନଙ୍କର ଯତ୍ନ ନିଅନ୍ତି । ସେମାନେ ବାଘକୁ ସଫାସୁତୁରା କରିବା ସହ ଜଙ୍ଗଲକୁ ମଧ୍ୟ ବୁଲାଇ ନିଅନ୍ତି । ବାଘଙ୍କ ମୁକ୍ତ ବିଚରଣ ସମୟରେ ଦର୍ଶନାର୍ଥୀଙ୍କୁ ବୁଲି ଦେଖିବାକୁ ବାରଣ କରାଯାଇଥାଏ । ବାଘଙ୍କ ମଧ୍ୟରେ ବହୁ ସଂଖ୍ୟକ ଇଣ୍ଡୋ ଚାଇନିଜ ଟାଇଗର, ବେଙ୍ଗଲ ଟାଇଗର, ମଲାୟାନ ଟାଇଗର ଭଳି ବହୁ ପ୍ରଜାତିର ହାଇବ୍ରିଡ଼ ବାଘ ଅଛନ୍ତି ।

ଆଧାର ସମ୍ପାଦନା

External links ସମ୍ପାଦନା

14°6′57″N 99°13′53″E / 14.11583°N 99.23139°E / 14.11583; 99.23139

  1. http://www.bangkokpost.com/news/general/473540/tiger-temple-cleared-of-abuse
  2. "ମୃତ୍ୟୁ ପରେ ମଣିଷ ନିଏ ବାଘ ଜନ୍ମ". ଧରିତ୍ରୀ. ୭ ଅକ୍ଟୋବର ୨୦୧୫. Retrieved 1 October 2015. {{cite news}}: Check date values in: |date= (help)