ମନୋଜ କୁମାର ସାହୁକାର
ପ୍ରୋଜେକ୍ଟ ଅସୋସିଏଟ, IC&SR, IIT-Madras
ଏକ ଜଗତର କଳନା କରନ୍ତୁ ଯହିଁ ପ୍ରତିଟି ମଣିଷ ବିନା ମୂଲ୍ୟରେ ଜ୍ଞାନ ବିତରଣ କରିପାରିବ । ଏହାକୁ ବାସ୍ତବ କରିବାରେ ଆମସ‌ହ ସ‌ହ‌ଯୋଗ କରନ୍ତୁ ।

ମୋ ବାବଦରେ

ମୁଁ ଜଣେ ମେକାନିକାଲ ଇଞ୍ଜିନିୟର୍‍ ।

ମୋ କାମ

ମୁଁ ମୁଖ୍ୟତଃ ଲାବ୍‍ରେ ପରୀକ୍ଷା ନିରିକ୍ଷା ଏବଂ କମ୍ପ୍ୟୁଟର-ପ୍ରୋଗ୍ରାମ ଆଦି କରେ।

Contact me

 
Transwikodia-TWO

ଇଂରାଜୀ ଭାଷାଟି ହେଲା "ଜ୍ଞାନର ମାଲଗୋଦାମ"। ସେଠାକୁ ଗଲେ ଆମେଯେକୌଣସି ପଦାର୍ଥ କିଣିପାରିବା -ବିକି ମଧ୍ୟ ପାରିବା । ବର୍ତ୍ତମାନ ପାଇଁ କୌଣସି ଭାରତୀୟ ଭାଷା ମାଧ୍ୟମରେ ଆମେସେଭଳି କରିପାରିବା ନାହିଁ । ଇଂରାଜୀଟି ଆନ୍ତର୍ଜାତିକ ଭାଷା ହୋଇସାରିଲାଣି । ଫରାସୀ, ଜର୍ମାନ, ସ୍ପେନୀୟ, ରୁଷୀୟ , ଚୀନା ଭାଷାଗୁଡ଼ିକ ଖୁବ ସମୃଦ୍ଧ ହେଲେ ମଧ୍ୟ ସେସବୁ ଭାଷାକୁ ଆୟତ୍ତ କରି ଆମେ ଜ୍ଞାନ ଅର୍ଜନ କରିପାରିବା ନାହିଁ । ତାହା ସାଙ୍ଗକୁ ଆମେଅଭିଜ୍ଞତାରୁ ଦେଖୁଛୁ ସେସବୁ ଭାଷାରେ ଯାହା ସବୁ ନୂଆ ନୂଆ କଥା ଅଛି ଇଂରାଜୀ ସେଗୁଡ଼ିକୁ ସଂଗ୍ରହ କରି ନିଜ ଗଣ୍ଠିଭିତରେ ସାଇତି ଦେଇଛିା ଏହିସବୁ କାରଣରୁ ଜଣେ ଯଦି ଇଂରାଜୀ ଭାଷା ନଶିଖେ ସେ ନିଜର ଘୋର କ୍ଷତି କରିବା ।
- ବିନୋଦ କାନୁନଗୋ

ଏଣୁ ଇଂରାଜୀ ଲେଖାଗୁଡିକୁ ଓଡିଆ ଉଇକିପିଡିଆର ଗଣ୍ଠିଭିତରେ ସାଇତିବା ଏବଂ ଯାନ୍ତ୍ରିକ ଅନୁବାଦର ବିକାଶ ଯୋଗେ ଓଡିଆ ଭାଷାରେ ସବୁ ତଥ୍ୟ ଉପଲବ୍ଧ କରିବା Transwikodia - TWOର ମୁଖ୍ୟ ଲକ୍ଷ୍ୟ |

ବିଜ୍ଞାନଲେଖାର ଉନ୍ନତି ସକାସେ ପ୍ରଥମକରି Transwikodia-TWO "OR-TTsarala2UNICODE CONVERTER software" ଟିକୁ ତା.୧୨/୧୨/୧୨ ରିଖରେ ପ୍ରକାଶିତ କରିଛି | ମୁଖ୍ୟତଃ "ବିଜ୍ଞାନ ଦିଗନ୍ତ"ର .pdf ଫାଇଲ ଗୁଡିକୁ Unicode font ରେ ବଦଳାଇ ଉଇକିପିଡିଆ ରେ ବ୍ୟବହାର ଉପଯୋଗୀ କରିବା ଏହାର ଲକ୍ଷ୍ୟ । ଅନ୍ୟ ଅଣ-ଇଉନିକୋଡ଼ ଫଣ୍ଟ୍‍ ଗୁଡିକୁ ଏଇ ଲିଙ୍କରେ ପାଇପାରିବେ ।