ଷ୍ଟେମିଂ ଉଦାହରଣ

ସମ୍ପାଦନା

ନିମ୍ନରେ ଏକ ନିୟମ ଉପରେ ପର୍ଯ୍ୟବେଷିତ ପ୍ରୋଗ୍ରାମିଂ ଉଦାହରଣ ଦିଆଗଲା ।

import re # ରେଗୁଲାର ଏକ୍ସପ୍ରେସନ 
from nltk.tokenize import word_tokenize # ଟୋକେନାଇଜେସନ ନିମିତ୍ତ 

# ନିମ୍ନଲିଖିତ ବାକ୍ୟଟିକୁ ଆମେ ଷ୍ଟେମିଂ କରିବା 
text = "ଗାଈଆଳ ପିଲାମାନେ ଗାଈଗୁଡ଼ିକୁ ଚରାଉଛନ୍ତି"

# ନିମ୍ନଲିଖିତ ଶବ୍ଦଗୁଡ଼ିକ ମୁଖ୍ୟତଃ ଓଡ଼ିଆରେ ବହୁବଚନ ରୂପେ ବ୍ୟବହୃତ ହୁଏ , ସେଗୁଡିକୁ ଆମେ ବାହାର କରିବା 
plural_suffix = sorted(["ମାନେ", "ମାନ", "ମାନଙ୍କୁ", "ଗୁଡ଼ିକ", "ଗୁଡିକ", "ଗୁଡିକ",
                        "ଗୁଡ଼ିକୁ", "ଟା", "ଟି", "ଗୋଟି", "ଟିଏ", "ଗୁଡ଼ାକ", "ଗୁଡାକ", 
                        "ଏ", "ଗଣ", "ପଲ", "ଗୁଡ଼ାଏ", "ଗୁଡାଏ", "ସବୁ", "ାଉଛନ୍ତି"])
# ଛାଞ୍ଚ ପ୍ରସ୍ତୁତ ହେଲା 
plural_suffix_pattern = re.compile("$|".join(plural_suffix) + "$")

# ମୁଖ୍ୟ ଫଙ୍କସନ
def stemm(token_list):
    new_token_list = []
    for token in token_list:
        new_token = re.sub(plural_suffix_pattern, '', token)
        # କିଛି ଶବ୍ଦ ବହୁ କାମ ଅକ୍ଷରବିଶିଷ୍ଟ ହୋଇଥାଏ , 
        # ତାହା ଉପରେ ଷ୍ଟେମିଂ କଲେ ବାକ୍ୟଟିର ଅର୍ଥ ପରିବର୍ତ୍ତନ ହେବାର ଆଶଙ୍କା ଥାଏ 
        new_token = token if len(new_token) < 2 else new_token
        new_token_list.append(new_token)
    return new_token_list

print(stemm(word_tokenize(text)))
# output
['ଗାଈଆଳ', 'ପିଲା', 'ଗାଈ', 'ଚର']

ଉପରୋକ୍ତ ଉଦାହରଣରେ ବହୁ କମ ଶବ୍ଦ ଉପଯୋଗ କରି ଏକ ଷ୍ଟେମର ଗଠନ ହୋଇଛି, ମାତ୍ର ଓଡ଼ିଆରେ ଆହୁରି ଅନେକ ଶବ୍ଦ ଅଛି ଯାହାକୁ ଷ୍ଟେମିଂ କରିବା ନିମିତ୍ତ ଅଧିକ ଶବ୍ଦର ଆବଶ୍ୟକ ପଡ଼େ ।

ସକ୍ଷିପ୍ତରେ ଶେୟାର ବଜାର

ସମ୍ପାଦନା

ଶେୟାର ବଜାର କଣ ଜାଣିବା ନିମିତ୍ତ ନିମ୍ନରେ ଏକ ଉଦାହରଣ ମାଧ୍ୟମରେ ବୁଝାଗଲା ।

  • ଜ୍ଞାନ ବାବୁ ତାଙ୍କର କିଛି ସାଙ୍ଗମାନଙ୍କ ସହ ମିଶିକରି ଗୋଟିଏ କମ୍ପାନୀ ବା ଉଦ୍ୟୋଗ ଗଢ଼ିଲେ ।
  • ପ୍ରଥମରୁ ପୁଞ୍ଜି ନିମିତ୍ତ ନିଜର ସଞ୍ଚୟ ଖାତାରେ ଥିବା ଅର୍ଥ, ଅନ୍ୟାନ ସୁନାରୂପା ଟଙ୍କା ଏବଂ ପରିବାର ବନ୍ଧୁବାନ୍ଧବଙ୍କ ଠାରୁ ସାହାର୍ଯ୍ୟ ନିଆଗଲା ।
  • ପରେ ଯେବେ ଉଦ୍ୟୋଗଟି ବଡ଼ ହେବାର ଲାଗିଲା, ଅଧିକ କର୍ମଚାରୀ ଆସିଲେ ସେମାନଙ୍କୁ ଦରମା ଦେବା ଇତ୍ୟାଦି ନିମିତ୍ତ ଅଧିକ ଅର୍ଥର ଆବଶ୍ୟକ ପଡ଼ିଲା ।
  • ସେହି ସମୟରେ ବଡ଼ ବଡ଼ ନିବେଶକମାନେ ଅର୍ଥ ଦେଲେ । ହେଲେ ଅଧିକ କର୍ମଚାରିଯୋଗୁଁ ବଡ଼ କାର୍ଯ୍ୟାଳୟ ଏବଂ ବିଭିନ୍ନ ସହରରେ ଶାଖା ଖୋଲିବାକୁ ପଡ଼ିଲା ।
  • ଅର୍ଥ ନିମିତ୍ତ ବ୍ୟାଙ୍କ ମାନଙ୍କଠାରୁ କରଜ ଅଣାହେଲା ।
  • ଉଦ୍ୟୋଗଟି କିଛି ବର୍ଷ ଧରି ଭଲ ଚାଲିଲା ପରେ ଜ୍ଞାନ ବାବୁ ନିଜର ବଜାର ସମ୍ପ୍ରସାରଣ ଏବଂ ଦେଶବିଦେଶରେ ଶାଖା ଖୋଲିବାକୁ ଅନେକ ଅର୍ଥର ଆବଶ୍ୟକତା ଦେଖାଗଲା ।
  • ଏହି ଅର୍ଥ ନିମିତ୍ତ ଉଦ୍ୟୋଗଟିକୁ ସର୍ବସାଧାରଣ ଜନତାଙ୍କୁ ପଇସା ଲଗେଇବା ନିମିତ୍ତ ଖୋଲାଗଲା । ଧରନ୍ତୁ ବର୍ତ୍ତମାନ ୧୦୦ କୋଟି ଟଙ୍କା ଆବଶ୍ୟକ । ୧୦୦ ଟଙ୍କା ମୂଲ୍ୟର ୧ କୋଟି ଶେୟାର ଲୋକଙ୍କୁ ଦେଲେ ତାଙ୍କର ଆବଶ୍ୟକୀୟ ଅର୍ଥ ମିଳିପାରିବ । ଅର୍ଥାତ ଗୋଟିଏ ଶେୟାରର ମୂଲ୍ୟ ୧୦୦ ଟଙ୍କା ।
  • ଧରନ୍ତୁ ମୃତ୍ୟୁଞ୍ଜୟ ବାବୁ, ଜ୍ଞାନ ବାବୁଙ୍କ ଉଦ୍ୟୋଗର ୧୦ଟି ଶେୟାର କିଣିଛନ୍ତି ତେବେ ତାଙ୍କର ଶେୟାର ଗୁଡ଼ିକର ମୂଲ୍ୟ ୧୦୦ x ୧୦ = ୧୦୦୦ ଟଙ୍କା । ଯେଉଁ ଲୋକ ଏକ ଉଦ୍ୟୋଗର ଶେୟାର କିଣନ୍ତି ସେମାନେ ଏକପ୍ରକାର ସେହି ଉଦ୍ୟୋଗର ଆଂଶିକରୂପେ ମାଲିକ ଅଟନ୍ତି ।
  • ଏହି ଶେୟାର ମୂଲ୍ୟ ଲୋକମାନଙ୍କର କିଣାବିକା ମୂଲ୍ୟରେ ଉପର ତଳ ହୋଇଥାଏ ।
  • ଧରନ୍ତୁ ମୃତ୍ୟୁଞ୍ଜୟ ବାବୁ ୫ଟି ଶେୟାରକୁ ପ୍ରତି ଶେୟାର ପିଛା ୧୨୦ ଟଙ୍କାରେ ବିକ୍ରି କରିଦେଲେ, ତେବେ ଶେୟାରର ମୂଲ୍ୟ ଏବେ ୧୦୦ ରୁ ୧୨୦ ହେଇଯିବ ।
  • ଯେଉଁଠାରେ ଏହି କିଣାବିକା ହୋଇଥାଏ ତାହାକୁ ଷ୍ଟକ୍ ଏକ୍ସଚେଞ୍ଜ କୁହାଯାଇଥାଏ ।