ବ୍ୟବହାରକାରୀ:Snip1/ଭୁପତି ପଣ୍ଡିତ - ପ୍ରେମ ପଞ୍ଚାମୃତ
ଭୁପତି ପଣ୍ଡିତ ରାଜା ଦିବ୍ୟସିଂହ ଦେବଙ୍କ ସମ-ସାମୟିକ ଜଣେ ପ୍ରାଚୀନ ଓଡ଼ିଆ କବି ଥିଲେ । ସେ ପଶ୍ଚିମାଞ୍ଚଳବାସୀ ସାରସ୍ଵତ ବ୍ରାହ୍ମଣ ଅଟନ୍ତି । ସପ୍ତଦଶ ଶତାବ୍ଦୀର ଶେଷଭାଗକୁ ତୀର୍ଥାଟନରେ ପାଇଁ ପୁରୀ ଆସି ରାଜାଙ୍କ ଅନୁଗ୍ରହକ୍ରମେ ଜଟଣୀ ନିକଟସ୍ଥ "ରଥୀପୁର କଟକ"ରେ ଅବସ୍ଥାପିତ ହୋଇଥିଲେ । ସେ ଚୈତନ୍ୟ ଦାସଙ୍କ ଦ୍ୱାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ଥିଲେ । ପ୍ରଥମେ ସେ ହିନ୍ଦୀ, ସଂସ୍କୃତ ଓ ବଙ୍ଗଳା ଭାଷା ଜାଣୁଥିଲେ, ପରେ ଓଡ଼ିଆ ଭାଷା ଶିଖି ସେଥିରେ ବିଭିନ୍ନ କାବ୍ୟ ରଚନା କରିଥିଲେ ।[୧] ତାଙ୍କଦ୍ଵାରା ଲିଖିତ କିଛି ପ୍ରସିଦ୍ଧ କାବ୍ୟଗୁଡ଼ିକ ହେଲା 'ପ୍ରେମ ପଞ୍ଚାମୃତ', 'ଉଦ୍ଧବ ଚୌତିଶା' ଏବଂ 'ଭୁପତି ଚୌତଶା' ଇତ୍ୟାଦି ।
ପ୍ରେମ ପଞ୍ଚାମୃତ
ସମ୍ପାଦନାଏଥିରେ ରାଧା-କୃଷ୍ଣଙ୍କ ଲୀଳା ଓ ଗୋପୀମାନଙ୍କ ଅହେତୁକୀ ଭକ୍ତି ଓ ରାସକ୍ରୀଡ଼ା ବର୍ଣ୍ଣିତ ହୋଇଅଛି । [୨][୩] ଏ ଗ୍ରନ୍ଥକୁ ଅରୁଣୋଦୟ ପ୍ରେସ ଓ ପ୍ରାଚୀ ସମିତି ପ୍ରକାଶ କରିଥିଲେ । ଦିବ୍ୟସିଂହ ଦେବଙ୍କ ଅଷ୍ଟମ ଅଙ୍କରେ ଅର୍ଥାତ୍ ଖ୍ରୀ ୧୬୯୫-୯୬ ସାଲରେ ଏ ଗ୍ରନ୍ଥର ରଚନା ସଂପୂର୍ଣ୍ଣ ହୋଇଥିଲା ।[୨] ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିବାକୁ ଯାଇ ସେ ଏଥିରେ ଲେଖାଯାଇଛି ଯେ - ବାସୁଦେବଙ୍କ ପ୍ରାର୍ଥନାରେ ଭଗବାନ 'ଶ୍ରୀ ଜଗନ୍ନାଥ' ରୂପେ ଅବତୀର୍ଣ୍ଣ ହୋଇଅଛନ୍ତି ।[୪]
ଆଧାର
ସମ୍ପାଦନା- ↑ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ପୃ. ୬୧୩୦). Retrieved 17 October 2020.
- ↑ ୨.୦ ୨.୧ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ପୃ. ୫୧୮୫). Retrieved 17 October 2020.
- ↑ ଜୋତିର୍ମୟୀ ସାମନ୍ତରାୟ. କାଳଜୟୀ ଗୀତିକାବ୍ୟ ଶ୍ରୀ ଗୀତଗୋବିନ୍ଦ (PDF). ଉତ୍କଳ ପ୍ରସଙ୍ଗ. p. ୧୧୭-୧୧୯. Retrieved 17 October 2020.
- ↑ ଶିବସୁନ୍ଦର ପଟ୍ଟନାୟକ (ଜୁନ-ଜୁଲାଇ, ୨୦୨୦). ସୁହୃଦ ଜଗନ୍ନାଥ (ପୃ. ୧୬୭-୧୬୮) (PDF). ଉତ୍କଳ ପ୍ରସଙ୍ଗ. Retrieved 17 October 2020.
{{cite book}}
: Check date values in:|date=
(help)