ଦିବ୍ୟସିଂହ ଦେବ
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l[୩] ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ[୪] ଗଜପତି ମହାରାଜା ଠାକୁର ରାଜା[୫] ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ | |
---|---|
![]() | |
ଜନ୍ମ | ଜେନାମଣି କାମାର୍ଣ୍ଣବ ଦେବ ୧୯୫୩ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଆଇନ) ସ୍ନାତକ (ଆଇନ, ଇତିହାସ) |
Board member of | ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି (ଅଧ୍ୟକ୍ଷ) |
ଜୀବନସାଥୀ | ଲୀଳାବତୀ ପାଟମହାଦେଈ[୧] |
ସନ୍ତାନ | ପାଟଜେମା ଦିବ୍ୟଜ୍ୟୋତି ଦେବୀ, ଦେବଯାନୀ ଦେବୀ, ଦେବିକା ଦେବୀ, ଦେବେସୀ ଦେବୀ |
ପିତାମାତା(s) | ଗଜପତି ବୀରକିଶୋର ଦେବ ସୂର୍ଯ୍ୟମଣି ପାଟମହାଦେଈ |
ସମ୍ପର୍କୀୟ | ନୟନଶ୍ରୀ ଦେବୀ (ସାନ ଭଉଣୀ)[୨] |
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ[୬] ରାଜପଦରେ ଅଭିଷିକ୍ତ ହୋଇଥିଲେ ।[୭] ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି l[୮]
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ. ଡିଗ୍ରୀ ହାସଲ କରିଛନ୍ତି ।[୯] ଗଜପତି ମହାରାଜା ଭାବରେ ଅଭିଷିକ୍ତ ହେବାପରେ ତାଙ୍କର ସମସ୍ତ ଉଚ୍ଚଶିକ୍ଷା ଲାଭ ହେଇଛି l ଛାତ୍ର ଅବସ୍ଥାରେ ଥାଇ ସେ ଶ୍ରୀମନ୍ଦିରରେ ଗଜପତି ମହରାଜା ସେବା ନିଷ୍ଠାର ସହିତ ପାଳନ କରିଆସିଛନ୍ତି l ଆମେରିକାରେ ଉଚ୍ଚଶିକ୍ଷା ଲାଭପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଦିଲ୍ଲୀରେ ହାଇକୋର୍ଟ ଏବଂ ଭାରତର ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ କରିଥିଲେ l[୧୦] କିଛି ବର୍ଷ ପରେ ଆଇନ ବ୍ୟବସାୟରୁ ଅବ୍ୟାହତି ନେଇ ସେ କିଛିଦିନ ଡେରାଡୁନରେ ଅବସ୍ଥାନ କରି ଆଇନ ପ୍ରଣୟନରେ ମନୋନିବେଶ କରିଥିଲେ । ସେ ଶ୍ରୀଜଗନ୍ନାଥଙ୍କ ମହାନ ସେବାରେ ନିଜକୁ ନିୟୋଜିତ କରି ଜଗନ୍ନାଥ ସଂସ୍କୃତିର ବିଶ୍ୱରେ ପ୍ରସାର ଦିଗରେ କାର୍ଯ୍ୟକରିଚାଲିଛନ୍ତି । ବର୍ତ୍ତମାନ ସେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷରୂପେ କାର୍ଯ୍ୟ କରୁଛନ୍ତି l[୧୧]
ଆଧାର ସମ୍ପାଦନ କରନ୍ତୁ
- ↑ "Puri queen offers special puja in Jagannath temple - News - Webindia123.com". news.webindia123.com. 2007. Retrieved 28 September 2012.
Puri queen Lilabati Patamahadei, accompanied by her husband Puri King Gajapati Dibya Singh Dev,
- ↑ "RootsWeb: INDIA-ROYALTY-L Re: [INDIA-ROYALTY] Maharajkumar Bikram Keshari Deo". archiver.rootsweb.ancestry.com. 2009. Retrieved 28 September 2012.
Pattayetrani Nayanshree Devi, who is the younger sister of Gajpati Maharaja Dibyasingh Deb of Puri,
- ↑ "Jagannath temple servitors oppose untimely ISKON Rathyatra | India - Oneindia News". news.oneindia.in. 2012. Retrieved 28 September 2012.
Gajapati King, who is considered as the chief servitor of the temple
- ↑ "Lord Jagannath:Sevayats,complete list of servitors of Lord Jagannath,Jagannath Puri, Jagannath Temple, Orissa | orissa.oriyaonline.com". orissa.oriyaonline.com. Retrieved 28 September 2012.
The Gajapati (The King of Puri) is treated as the first and foremost Servitor of the Temple
- ↑ "Festivals and Events in Puri, Puri Travel Guides, India Travel Guides, Asia Rooms". asiarooms.com. 2012. Retrieved 28 September 2012.
The Thakur Raja of Puri
- ↑ "ରାଜଗାଦିରେ ଗଜପତି ମହାରାଜାଙ୍କ ୫୦ ବର୍ଷ". No. ସମ୍ବାଦ ୦୯/୦୭/୨୦୨୦ ପୃଷ୍ଠା ୨. ସମ୍ବାଦ. Retrieved 9 July 2020.
- ↑ "I can walk and not take the palanquin' - Times Of India". indiatimes.com. 2011. Retrieved 13 January 2013.
I ascended the throne in July 1970 when my father Gajapati Birakishore Deb died in the midst of the car festival. I was then only 17
- ↑ Dash, Jatindra. "08". indianmuslims.info. Retrieved 28 September 2012.
Patamahadei is the wife of Divyasingh Dev, the existing Gajapati Maharaja of Puri.
- ↑ "The Maharaja Of Puri". uppercrustindia.com. 2009. Retrieved 28 September 2012.
law at the Delhi University, an LLM at Chicago's North-Western University
- ↑ http://www.hindumandirmn.org/Portals/0/Documents/Events/2010%20Gajapati%20Maharaja%20Visit%20to%20Hindu%20Temple.pdf
- ↑ "Administration Of Jagannath Temple - Jagannath Temple". jagannathtemplepuri.com. 2012. Retrieved 18 June 2012.
Gajapati Maharaja of Puri - Chairman