ଅଗାଧୁ ଭଞ୍ଜ
ଭାରତୀୟ ଓଡ଼ିଆ କବି ଓ ପାଲାଗାୟକ
(ବ୍ୟବହାରକାରୀ:Raj K. Mohapatra (Puri)/ଅଗାଧୁ ଭଞ୍ଜରୁ ଲେଉଟି ଆସିଛି)
ଅଗାଧୁ ଭଞ୍ଜ (ଜନ୍ମ: ୩୧ ଅଗଷ୍ଟ ୧୯୩୨) ଜଣେ ଓଡ଼ିଆ କବି ଓ ପାଲାଗାୟକ ଥିଲେ । ବୈଶାଳିନୀ ତାଙ୍କର ଲୋକପ୍ରିୟ ଖଣ୍ଡକାବ୍ୟ ।
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଅଗାଧୁ ଭଞ୍ଜ ନୟାଗଡ଼ ଜିଲ୍ଲାର ମଝିଆଁଖଣ୍ଡ ଗ୍ରାମରେ ପିତା ରଘୁନାଥ ଭଞ୍ଜ ଓ ମାତା ରମାମଣି ଭଞ୍ଜଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ଚାଷବାସକୁ ନିଜର କୌଳିକ ବୃତ୍ତି ରୂପେ ଗ୍ରହଣ କରି ନେଇଥିବା ଅଗାଧୁ ଏକାଧାରରେ ଥିଲେ ଜଣେ ଶିଶୁ ସାହିତ୍ଯିକ, ପାଲା ଓ ଦାସକାଠିଆ ଗାୟକ, କଥାକାର ତଥା କବି ।[୧] ତା୧୬ ଜୁନ୍ ୨୦୦୭ରେ ତାଙ୍କର ମୃତ୍ୟୁ ଘଟିଥିଲା ।
ରଚନାବଳୀ
ସମ୍ପାଦନା- ଠେଙ୍ଗା (ଉପନ୍ୟାସ)
- ନୀଳାଦ୍ରିଶ ବିଳାଶ (ଛନ୍ଦକାବ୍ଯ)
- ବାବା କମଳେଶ୍ୱର
- ବୈଶାଳିନୀ (ଛନ୍ଦକାବ୍ଯ)
- ସଂକୀର୍ତ୍ତନ ଅର୍ଘ୍ୟସ୍ଥାଳୀ
- ସତ୍ୟମ୍ବଦା
- ଚଉପଦୀ ରତ୍ନମାଳା
- ଚକାଡୋଳା ଭକ୍ତିମାଳା
- ପଣିକିଆ ପଦ୍ୟାବଳୀ (ଛାତ୍ରଛାତ୍ରୀଙ୍କ ନିମନ୍ତେ)
- ଗୁଣନ ଖନ୍ଦାରେ ଜାଣିବା ଧନ୍ଦା (ଛାତ୍ରଛାତ୍ରୀଙ୍କ ନିମନ୍ତେ)
- ପ୍ରମୋଦ ପ୍ରତିମା (ଛନ୍ଦକାବ୍ଯ)
- ବିନ୍ଧା ଛିଟିକା (ବ୍ୟଙ୍ଗ)
- କାରଗିଲ୍ ଗୀତିକା
- ମା' ଖିଲାମୁଣ୍ଡା (ଖଣ୍ଡ କାବ୍ୟ)
- ଓଡ଼ିଆ ଷୋଳପାଲା
- ଅଣଚାଷ ଭଜନ
- ନୟାଗଡ଼ ଜିଲ୍ଲା ଗୌରବ ଗୀତିକା
- ରଣପୁର ସ୍ମୃତି ସମ୍ଭାର
- ବିଦଗ୍ଧ ବାରବୁଲା (ଆତ୍ମଜୀବନୀ)
- ଓଡ଼ିଶାରେ ଦି' ଗୋଡ଼ିଆଙ୍କ ଦାଉ
ସମ୍ମାନ ଓ ପୁରସ୍କାର
ସମ୍ପାଦନାସେ ସମୁଦାୟ ୨୩ଟି ଅନୁଷ୍ଠାନରୁ ସମ୍ମାନୀତ ହୋଇଥିଲେ ।
- ସମ୍ଭବ - ନୟାଗଡ଼
- ପଲ୍ଲୀ ପ୍ରତିଭା - ଗଡ଼ମାଣତୀର, ଖୋର୍ଦ୍ଧା
- କୌଶଲ୍ୟା ସ୍ମାରକୀ ସାହିତ୍ୟ ଅନୁଷ୍ଠାନ - ସୋନପୁର
- ତୁଳସୀ ସାହିତ୍ୟ ସଂସଦ - ଗଡ଼ବାଣୀକିଲୋ
- ଉପେନ୍ଦ୍ର ଭଞ୍ଜ ସାଂସ୍କୃତିକ ପ୍ରତିଷ୍ଠାନ - ଓଡ଼ଗାଁ
ଆଧାର
ସମ୍ପାଦନା- ↑ "ରେଫରେନ୍ସ୍-୪ | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-05.