ଏକା ତୋ ଭକତ ଜୀବନ ଭକତ ନିମେନ୍ତ ତୋର ଶଂଖ ଚକ୍ରେ ଚିହ୍ନ।।

ଭକତ ତୋ ମାତା ପିତା, ଭକତ ତୋ ବନ୍ଧୁ ଭକତ ହିତରେ ତୋର ନାମ କୃପାସିନ୍ଧୁ ।।

ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ ଭକତ ପଛରେ ତୁହି ଥାଉ ସେହି ଭାବେ ।।

କହେ ସାଲବେଗ ହୀନ ଜାତିରେ ଯବନ ଶ୍ରୀରଙ୍ଗା ଚରଣ ବିନୁ ନ ଜାଣଇ ଆନ ।।

ସାଲବେଗଙ୍କ ରଚନା