ମାନ୍ୟବର ବିଚାରପତି, ପରିବାର ଅଦାଲତ, ରାୟଗଡ଼ଙ୍କ ଇଜଲାସରେ

ଫୌଜଦାରୀ ମାମଲା ସଂଖ୍ୟା:

ନିକିତା ସାଗର, ବୟସ ୦୭ ବର୍ଷ, ପିତା- ଥବିର ସାଗର ରାମକୃଷ୍ଣ ନଗର, ସୁଇପର କଲୋନୀ, ରାୟଗଡ଼, ଥାନା/ଜିଲ୍ଲା ରାୟଗଡ଼ ଆବେଦନକାରୀ ନାବାଳିକା ହେତୁ ଜନ୍ମଦାତ୍ରୀ ମାତା ଶ୍ରୀମତି ସୁବାସିନୀ ଖାରା (ବୟସ ୨୭) ପ୍ରାକୃତିକ ମାତା-ଅଭିଭାଭକ ଭାବେ ତାଙ୍କ ପ୍ରତିନିଥିତ୍ଵ କରନ୍ତି .................................................ଆବେଦନକାରୀ

ବନାମ ଥବିର ସାଗର, ବୟସ ୩୮ ବର୍ଷ ପିତା ସ୍ଵର୍ଗତ ରେଲି ସାଗର ଗ୍ରାମ-ପରଜା ସାହି, କୋରାପୁଟ ଟାଉନ ଥାନା ଅଧୀନସ୍ଥ, ଜିଲ୍ଲ କୋରାପୁଟ .................................................... ପ୍ରତିବାଦୀ


ବିଷୟ:-ଭରଣପୋଷଣ ଆଦେଶ ନିଷ୍ପାଦନ ନିମନ୍ତେ କ୍ରିମିନାଲ ପ୍ରୋସିଜ୍ୟୁର କୋଡ଼୍ ଧାରା ୧୨୮/ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା ୧୪୭ ପ୍ରକାରେ ଦରଖାସ୍ତ


୧. ଯେ ଆବେଦନକାରୀ ହେଉଛି ପ୍ରତିବାଦୀର ବୈଧ କନ୍ୟା ସନ୍ତାନ ।

୨. ଆବେଦନକାରୀ ମାନ୍ୟବର ପରିବାର ଅଦାଲତରେ ଭରଣପୋଷଣ ମାମଲା ( କ୍ରିମିନାଲ ପିଟିସନ ସଂ.୩୪/୨୦୨୨) ଦାଖଲ କରିବାପରେ ମାନ୍ୟବର ଅଦାଲତ ଉକ୍ତ ମାମଲାର ଶୁଣାଣୀ କରି ତା ୧୬.୦୮.୨୦୨୨ ରିଖରେ ଆବେଦନକାରୀଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ । ଉକ୍ତ ରାୟର ଏକକିତା ଅବିକଳ ନକଲ ମାନ୍ୟବର ଅଦାଲତଙ୍କ ଅବଗତି ନିମନ୍ତେ ଦରଖାସ୍ତ ସହ ସଂଲଗ୍ନ ହୋଇଛି । ଉକ୍ତ ରାୟରେ ମାନ୍ୟବର ଅଦାଲତ ଆବେଦନକାରୀଙ୍କୁ ମୂଳ ପିଟିସନ ତାରିଖ ଅର୍ଥାତ ତା ୨୦.୦୬.୨୦୨୨ ରିଖ ଠାରୁ ପ୍ରତି ମାସିକ ଟଂ.୨୦୦୦/- (ଦୁଇ ହଜାର ଟଂକା ମାତ୍ର) ହାରରେ ଭରଣ ପୋଷଣ ବାବଦକୁ ଦେବା ପାଇଁ ସ୍ଵାମୀ/ପିତା-ପ୍ରତିବାଦୀଙ୍କୁ ଆଦେଶ ପ୍ରଦାନ କରିଥିଲେ ।

୩. ଯେ ମାନ୍ୟବର ଅଦାଲତଙ୍କ ଉକ୍ତ ଆଦେଶ ସତ୍ତ୍ଵେ ସ୍ଵାମୀ/ପିତା ପ୍ରତିବାଦୀ ଆବେଦନକାରୀଙ୍କୁ ନିମ୍ନ ଲିଖିତ ବକେୟା ଭରଣପୋଷଣ ବାବଦକୁ ଏ ଯାବତ କୌଣସି ଦେୟ ପ୍ରଦାନ କରି ନାହାନ୍ତି । ବକେୟା ଭରଣ ପୋଷଣ ବାବଦକୁ ସ୍ଵାମୀ/ପିତା-ପ୍ରତିବାଦୀ ତା ସେପ୍ଟେମ୍ବର ୨୦୨୩ ରିଖ ଠାରୁ ତା ମାର୍ଚ ୨୦୨୪ ରିଖ ପର୍ଯ୍ୟନ୍ତ ମୋଟ ଟଂ ୧୪,୦୦୦/- ( ଚଉଦ ହଜାର ଟଂକା ମାତ୍ର ) ପ୍ରଦାନ ନ କରିବା ଫଳରେ ଆବେଦନକାରୀ (ମାନେ) ବଞ୍ଚିବା ପାଇଁ ଖଦ୍ୟ ପେୟ,ଶିକ୍ଷା, ପୋଷାକ ଏବଂ ଔଷଧ ଭଳି ମୌଳିକ ସୁବିଧା ନ ପାଇ ଅନ୍ୟ ଉପରେ ନିର୍ଭର କରି ଅତ୍ୟନ୍ତ ଦୁଃଖଦ ପରିସ୍ଥିତିରେ କାଳାତିପାତ କରୁଛନ୍ତି ।

                                            ପ୍ରାର୍ଥନା

ତେଣୁ ଆବେଦନକାରୀ(ମାନେ) ପ୍ରାର୍ଥନା କରନ୍ତି ଯେ:

କ) ସ୍ଵାମୀ/ପିତା ପ୍ରତିବାଦୀଙ୍କଠାରୁ ବକେୟା ଭରଣପୋଷଣ ବାବଦକୁ ଟଂ.୧୪,୦୦୦/- (ଚଉଦ ହଜାର ଟଂକା) ଆଦାୟ କରିବା ପାଇଁ ଆଇନଗତ କଡ଼ା ପଦକ୍ଷେପ ନେବା ସହ ଆବଶ୍ୟକ ସ୍ଥଳେ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି କୋରଖ/ନିଲାମ ପୂର୍ବକ ବକେୟା ଭରଣପୋଷଣ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଉ ।

ଖ) ଏଥିସହ ମାନ୍ୟବର ଅଦାଲତଙ୍କ ଆଦେଶ ଅବମାନନା ସ୍ଥଳେ ସ୍ଵାମୀ/ପିତା ପ୍ରତିବାଦୀଙ୍କୁ ଦେୱାନୀ ଜେଲ ଦଣ୍ଡ ଦେବା ସହ ଆବେଦନକାରୀଙ୍କୁ ଅନ୍ୟ କୌଣସି ଆଇନଗତ ସାହାଯ୍ୟ କିମ୍ବା ଅଧିକାର ଯାହା ଉକ୍ତ ପରିସ୍ଥିତିରେ ମାନ୍ୟବର ଅଦାଲତ ଉପଯୁକ୍ତ ବିବେଚନା କରିପାରନ୍ତି ତାହା ମଧ୍ୟ ପ୍ରଦାନ କରାଯାଉ ।


                                                                                                     ଆବେଦନକାରୀ

______________, ଓକିଲ| ସ୍ଥାନ: ତାରିଖ:

                                          ସତ୍ୟାପନ

ମୁଁ, ...................................... ସ୍ଵାମୀ/ପିତା................................................., ଠିକଣା ........................ ନାବାଳିକା ଆବେଦନକାରୀଙ୍କ ତରଫେ, ବ୍ୟକ୍ତିଗତ ଯାଞ୍ଚ ଭାବରେ ସତ୍ୟାପନ କରେ ଯେ ଅନୁଚ୍ଛେଦ ____ ରୁ ଅନୁଚ୍ଛେଦ ସଂ_______ ରେ ଯାହା ଅଛି ତାହା ମୋର ନିଜ ଜ୍ଞାନରେ ସତ୍ୟ ଅଟେ ଏବଂ ଅନୁଚ୍ଛେଦ ସଂ_____ ରୁ ଅନୁଚ୍ଛେଦ ସଂ________ ରେ ଯାହା ଅଛି ତାହା ଗ୍ରହଣ କରାଯାଇଥିବା ତଥ୍ୟ ଉପରେ ଆଧାରିତ ଏବଂ ବିଶ୍ଵାସ କରାଯାଏ । ଏସବୁ ମୋ ଜ୍ଞାତରେ ମୁଁ ସନ୍ତୁଷ୍ଟ ହୋଇ ମୁଁ ଅଦ୍ୟ ତା ଦିନ ସତ୍ୟାପନ ପୂର୍ବକ ଦସ୍ତଖତ କରିଅଛି |

                                                                                                         ଆବେଦନକାରୀ


   ନାବାଳିକା ଆବେଦନକାରୀ (ନିକିତା ସାଗର)ଙ୍କ ତରଫେ ଜନ୍ମଦାତ୍ରୀ ମାତା ଅଭିଭାବକ ସ୍ଵୟଂ ହାଜର ହୋଇ ଫୌଜଦାରୀ ମାମଲା ସଂଖ୍ୟା:୩୪/୨୦୨୨ର ଭରଣପୋଷଣ ଆଦେଶକୁ ନିଷ୍ପାଦନ କରିବା ନିମନ୍ତେ ଅପରାଧିକ ପ୍ରକ୍ରୀୟ୍ଚା ସଂହିତାର ଧାରା ୧୨୮ ଅନୁଯାୟୀ ଏକ ଆବେଦନ ପତ୍ର ଦାଖଲ କରନ୍ତି । ଆବେଦନ ପତ୍ର ସହ ମୂଳ ମାମଲା (ଫୌଜଦାରୀ ମାମଲା ସଂଖ୍ୟା:୩୪/୨୦୨୨)ର ଫଇସଲାର ଏକ ବୈଧ ମାଗଣା ନକଲ ସଂଲଗ୍ନ କରାଯାଇଛି । ଏହା ସହିତ ନିଜର ପରିଚୟ ସପକ୍ଷରେ ଆବେଦନକାରୀ ନିଜର ଆଧାର ପତ୍ର ପ୍ରଦର୍ଶନ କରିବା ସହ ତାହର ଏକକିତା ନକଲ ମଧ୍ୟ ଦାଖଲ କରିଛନ୍ତି । 
 ଅଦାଲତଙ୍କ ଆଦେଶକ୍ରମେ ଆବେଦନକାରୀଙ୍କ ଏହି ଆବେଦନପତ୍ରକୁ ଫୌଜଦାରୀ ମାମଲା (ନିଷ୍ପାଦନ) ଭାବରେ ପଞ୍ଜିକରଣ କରାଗଲା । ଅଦାଲତର କାର୍ଯ୍ୟାଳୟ ମୁଖ୍ୟଙ୍କ ଦ୍ଵାରା ଏହି ଆବେଦନ ପତ୍ରର ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ସହିତ ଏହାର ପରବର୍ତ୍ତୀ ତାରିଖ ତା ...........ଦିନ ପରବର୍ତ୍ତୀ ଆଦେଶ ନିମନ୍ତେ ଅଦାଲତଙ୍କ ସମ୍ମୁଖରେ ମାମଲା ପେଶ କରାଯାଉ ।  

ଆଦେଶମତେ ଲିଖିତ ୧ ୦୩.୪.୨୦୨୪ ବିଚାରପତି ପରିବାର ଅଦାଲତ ରାୟଗଡ଼ କ୍ରମିକ ସଂଖ୍ୟା ଆଦେଶ ତାରିଖ ଆଦେଶ ମନ୍ୟବ୍ୟ ଆଦେଶ କାର୍ଯ୍ୟକାରୀ ସଂପର୍କିତ ବିବରଣୀ ତଥା ତାରିଖ ଆଦେଶ ସହ ଆଦାଲତଙ୍କ ସ୍ଵାକ୍ଷର ୨ ୩ ୪

ଅଦ୍ୟ ଉକ୍ତ ମାମଲାଟି ଆବେଦନପତ୍ରର ଯାଞ୍ଚ ନିମନ୍ତେ ସ୍ଥିରୀକୃତ ହୋଇଥିଲା । ଅଧିକୃତ ଅଧିକାରୀଙ୍କ ଦ୍ଵାରା ଯାଞ୍ଚ ସମ୍ବନ୍ଧୀୟ ରିପୋର୍ଟ ପ୍ରସ୍ତୁତ କରାଗଲା । ନାବାଳିକା ଆବେଦନକାରୀଙ୍କ ତରଫେ ଜନ୍ମଦାତ୍ରୀ ମାତା-ଅଭିଭାବକ ସ୍ଵୟଂ ହାଜର ହୋଇ ଯାଞ୍ଚ ରିପୋର୍ଟରେ ଦର୍ଶାଯାଇଥିବା ତୃଟି ବାବଦକୁ ଦରକାରୀ କାଗଜପତ୍ର ଦାଖଲ କଲେ । ସମସ୍ତ ତୃଟି ସଂଶୋଧନ ହୁଅନ୍ତେ ମାମଲାଟି ଅଦାଲତ ଦ୍ଵାରା ଗ୍ରହଣ ଯୋଗ୍ୟ ଅଟେ । ଅତଏବ, ପ୍ରତିବାଦୀଙ୍କୁ ପରବର୍ତ୍ତୀ ତାରିଖ .......... ଦିନ ହାଜର ହୋଇ ତାଙ୍କ ତରଫରୁ ଜବାବ ଦାଖଲ କରିବାକୁ ସମନ ଜାରୀ କରାଯାଉ ।


ପରିବାର ଅଦାଲତ, ରାୟଗଡ଼

ଫୌଜଦାରୀ ମାମଲା ସଂଖ୍ୟା:

ନିକିତା ସାଗର,.................................................ଆବେଦନକାରୀ

ବନାମ ଥବିର ସାଗର, ...................................................ପ୍ରତିବାଦୀ ନୋଟିସ

ପ୍ରାପ୍ତେଷୁ ଥବିର ସାଗର, ବୟସ ୩୮ ବର୍ଷ ପିତା ସ୍ଵର୍ଗତ ରେଲି ସାଗର ଗ୍ରାମ-ପରଜା ସାହି, କୋରାପୁଟ ଟାଉନ ଥାନା ଅଧୀନସ୍ଥ, ଜିଲ୍ଲ କୋରାପୁଟ

    ବାଦୀ ଉପରୋକ୍ତ ମାମଲାରେ ଆପଣଙ୍କ ବିରୁଦ୍ଧରେ ଦାଖଲ କରିଥିବା ଆବେଦନ (ଆବେଦନ ପତ୍ରର ଏକକିତା ନକଲ ସଂୟୁକ୍ତ ହୋଇଅଛି) ହେତୁ ଏତଦ୍ଵାରା ଆପଣଙ୍କୁ ଜଣାଇଦେଆଯାଉଛି ଯେ ଆପଣ ତାରିଖ ..........     ଦିନ ସମୟ ସକାଳ ୭ ଘଣ୍ଟା ସମୟରେ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହୋଇ ନିଜ ତରଫରୁ ଜବାବ ଦାଖଲ କରିବେ । ନୋଟିସ ଅବମାନନା ସ୍ଥଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ  ନିଆଯିବ ।

ଯଦି ଆପଣ ଅନୁସୁଚିତ ଜାତି/ଜନଜାତି/ସ୍ତ୍ରୀ ଲୋକ/ନାବାଲକ/ବିକଳାଙ୍ଗ ବା ଆର୍ଥିକ ଦୂରାବସ୍ଥା ଯୋଗୁଁ ମୋକଦ୍ଦମା କରିବାକୁ କିମ୍ବା ଲଧିବାକୁ ଅସମର୍ଥ ହୋଇଥାନ୍ତି ତେବେ ନିର୍ଦ୍ଧାରିତ ଫର୍ମରେ ଆଇନଗତ ସାହାଯ୍ୟ ଓ ଉପଦେଶ ପାଇଁ ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଦରଖାସ୍ତ କରନ୍ତୁ ।

ଅଦାଲତଙ୍କ ନିର୍ଦ୍ଦେଶକ୍ରମେ

ପ୍ରଶାସନିକ ଅଧିକାରୀ

ପ୍ରତିବାଦୀ ବିରୁଦ୍ଧରେ ସମନ ଜାରୀ ନିମନ୍ତେ ସମନ ଶୁଳ୍କ ବାବଦକୁ ୩ ଟଂକା କୋର୍ଟ ଫି ଆକାରରେ ଦାଖଲ କରୁଛନ୍ତି ।

ଆବେଦନ ପତ୍ରଟି ଭରଣପୋଷଣ ଆଦେଶ ନିଷ୍ପାଦନ ନିମନ୍ତେ କ୍ରିମିନାଲ ପ୍ରୋସିଜ୍ୟୁର କୋଡ଼୍ ଧାରା ୧୨୮ ପ୍ରକାରେ ପ୍ରସ୍ତୁତ । ୧) ଉକ୍ତ ଆବେଦ଼ନପତ୍ରରେ ନବାଳିକା ଆବେଦନକାରୀଙ୍କ ତରଫେ ଜନ୍ମଦାତ୍ରୀ ମାତା ଅଭିଭାବକ ଭାବେ ଆବେଦନ କରିଛନ୍ତି । ୨) ଆବେଦନପତ୍ରଟି ଆବେଦନକାରୀଙ୍କ ଦ୍ଵାରା ଆଇନଗତ ଭାବେ ସତ୍ୟାପିତ ହୋଇଅଛି ଏବଂ ଏହା ଆଇନଗତ ସମୟ ସୀମା ମଧ୍ୟରେ ଦାଖଲ ହୋଇଅଛି । ୩) ଆବଦେନଟି ପରିବାର ଅଦାଲତ, ରାୟଗଡ଼ର ଅଧିକାରଭୁକ୍ତ ଅଟେ ।

ମାମଲାଟି ଅଦ୍ୟ ପ୍ରତିବଦୀର ହାଜର ହେବା ସହ ଉଭୟ ପକ୍ଷ ମଧ୍ୟରେ ଆପୋଷ ମିଳାମିଶା ମାଧ୍ୟମରେ ସମାଧାନ ନିମନ୍ତେ ଉଦ୍ୟମ ପାଇଁ ସ୍ଥିରିକୃତ ହୋଇଥିଲା । ବାଦୀ ଅନୁପସ୍ଥିତ । ପ୍ରତିବାଦୀ ମଧ୍ୟ ଅନୁପସ୍ଥିତ । ପ୍ରତିବାଦୀର ହାଜର ହେବା ନିମନ୍ତେ ପ୍ରେରିତ ସମନର ଜାରୀ ସମ୍ପର୍କିତ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ । ପୀଠାସୀନ ଅଧିକାରି ସାମୟିକ ଛୁଟିରେ ଅଛନ୍ତି । ଅତଏବ ପ୍ରତିବାଦୀର ହାଜର ହେବା ତଥା ଏଥି ନିମନ୍ତେ ପ୍ରେରିତ ସମନର ଜାରୀ ସମ୍ପର୍କିତ କୌଣସି ରିପୋର୍ଟ ହସ୍ତଗତ ହେବା ଅପେକ୍ଷାରେ ମମଲାଟିକୁ ପରବର୍ତ୍ତୀ ତାରିଖ .୫.୨୦୨୪ କୁ ଘୁଞ୍ଚାଇ ଦିଆଗଲା । ଇନ୍ ଚାର୍ଜ ଆବେଦନକାରୀ