ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍‌ଙ୍କ ତତ୍ତ୍ୱ।ଵଧାନରେ ପରିଚାଳିତ ୧ମ ଜାତୀୟ ଲୋକ ଅଦାଲତ ଅବସରରେ ରାୟଗଡ଼ ପରିବାର ଅଦାଲତ ତରଫରୁ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ସମୁଦାୟ ୧୧ ଗୋଟି ପାରିବାରିକ ମାମଲା ସମାଧାନ ହୋଇପାରିଛି, ତନ୍ମଧ୍ୟରୁ ୫ଟି ଭରଣ ପୋଷଣ ମକଦ୍ଦମା ହୋଇଥିବା ବେଳେ ଅନ୍ୟ ୬ଟି ଦେୱାନି ମକଦ୍ଦମା । ଉଲ୍ଲେଖନୀୟ ଯେ ଉକ୍ତ ଲୋକ ଅଦାଲତରେ, ପରିବାର ଅଦାଲତ ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ ଏବଂ କାଉନସିଲର ଆଶା ଆକାଶ ଗୁରୁ‌ଙ୍କ ଉଦ୍ୟମ ଯୋଗୁଁ ବହୁ ଦିନରୁ ପାରିବାରିକ ସମସ୍ୟା ପାଇଁ ଅଲଗା ହୋଇ ରହୁଥିବା ଦୁଇଟି ଦମ୍ପତିଙ୍କର ମିଳାମିଶା ହୋଇପାରିଛି । ପ୍ରକାଶ ଥାଉକି, ଉକ୍ତ ଲୋକ ଅଦାଲତରେ ବକେୟା ଭରଣ ପୋଷଣ ବାବଦକୁ ସମୁଦାୟ ୧୪,୦୭,୬୦୦/- (ଚଉଦ ଲକ୍ଷ ସାତ ହଜାର ଛଅଶହ ଟଙ୍କା) ବିଭିନ୍ନ ଆବେଦନକାରୀ ଅପର ପକ୍ଷ ଠାରୁ ପାଇଥିଲେ ।