ପିତା ବସୁଦେବ ଏବଂ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବୃଷ ରାଶି ଏବଂ ରୋହିଣୀ ନକ୍ଷତ୍ର ଯୁକ୍ତ ଶୁଭ ମୂହୁର୍ତ୍ତରେ କଂସର ବନ୍ଦୀ ଗୃହରେ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଏହି ଦିନକୁ ଆମେ କୃଷ୍ଣାଷ୍ଟମୀ ଭାବେ ପାଳନ କରୁ ।

କଂସଙ୍କ ଦ୍ଵାରା ପ୍ରେରିତ ପୁତନା ନାମକ ରାକ୍ଷସୀ କୃଷ୍ଣଙ୍କୁ କ୍ଷୀର ପିଆଇବା ଛଳରେ ମାରିବା ପାଇଁ ଚେଷ୍ଟା କଲା । ତେବେ ବାଳୁତ କୃଷ୍ଣ ଏହା ଜାଣିପାରି ପୁତନାର ସ୍ତନରୁ କ୍ଷୀର ସହ ଜୀବନ ଶୋଷି ନେଇ ପୁତନା ବଦ୍ଧ କଲେ ।

ବସୁଦେବ ଏବଂ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ତାହାର ଶତ୍ରୁ ଜାଣି ଜନ୍ମ ସମୟରେ ହିଁ କଂସ ଏହି ସନ୍ତାନକୁ ମାରିଦେବାକୁ ପଣ କରିଥିଲା । ତେଣୁ ବାଳୁତ କୃଷ୍ଣଙ୍କୁ ବଞ୍ଚାଇବାକୁ ପିତା ବସୁଦେବ ମଧ୍ୟରାତ୍ରୀରେ ବାଳୁତ କୃଷ୍ଣଙ୍କୁ ଧରି ଯମୁନା ନଦୀ ପାରି ହୋଇ ବୃନ୍ଦାବନକୁ ନେଇଯାଇଥିଲେ ।

ସର ଓ ଲବଣୀ କୃଷ୍ଣଙ୍କ ବହୁତ ପ୍ରିୟ ଥିଲା । ମାତା ଯଶୋଦା ଏଥିପାଇଁ ସର ଓ ଲବଣୀକୁ ଘରର ଉଚ୍ଚ ସ୍ଥାନରେ ଲୁଚାଇ ରଖୁଥିଲେ । ତଥାପି ବାଳୁତ କୃଷ୍ଣ ସାଙ୍ଗ ମାନଙ୍କ ସହାୟତାରେ ସର ଓ ଲବଣୀ ଚୋରି କରି ଖାଇବାରେ ଭଳି ଦୁଷ୍ଟାମୀ କରୁଥିଲେ । ଏଥିପାଇଁ କୃଷ୍ଣଙ୍କୁ ସ୍ନେହ ବଶତଃ ଲବଣୀ ଚୋର ମଧ୍ୟ କୁହାଯାଏ ।

ଏକଦା ବାଳୁତ କୃଷ୍ଣ ମାଟି ଖାଇଛନ୍ତି ବୋଲି ମାତା ଯଶୋଦା ଜାଣିପାରି କୃଷ୍ଣଙ୍କୁ ତାଗିଦ୍‌ ପୂର୍ବକ ପାଟି ଖୋଲିବା ପାଇଁ କହିଲେ । କୃଷ୍ନ ପାଟି ନ ଖୋଲନ୍ତେ, ନିଜ ହାତରେ କୃଷ୍ଣଙ୍କ ପାଟି ଖୋଲି କୃଷ୍ଣଙ୍କ ପାଟିରେ ସାରା ବିଶ୍ଵ ବ୍ରହ୍ମାଣ୍ଡ ଦର୍ଶନ କରି ମାତା ଯଶୋଦା ଚକିତ ହୋଇଗଲେ ।

ଯମୁନା ନଦୀରେ କାଳୀୟ ନାମକ ସର୍ପ ନିଜ ପରିବାର ସହ ରହିବା ଦ୍ଵାରା ଅନେକ ସମୟରେ ଏହାର ବିଷ ଜ୍ଵାଳାରେ ଅନେକ ଜୀବ ଜୀବନ ହାରୁଥିଲେ । କୃଷ୍ଣ ଏହା ଜାଣିପାରି କାଳୀୟ ସର୍ପର ଫଣା ଉପରେ ନୃତ୍ୟ ପୂର୍ବକ ଭୟଙ୍କର ଆଘାତ କରି ଏହାର ଦର୍ପ ଦଳନ କରିଥିଲେ ।

ଏକଦା ବ୍ରହ୍ମା କୃଷ୍ଣଙ୍କୁ ପରୀକ୍ଷା କରିବା ପାଇଁ ମନସ୍ଥ କଲେ । କୃଷ୍ଣ ନିଜର ବାଲ୍ୟ ସାଥୀ ମାନଙ୍କ ସହ ବନରେ ଗାଈ ଚରାଉ‌ଥିବା ବେଳେ ବ୍ରହ୍ମା ମନ୍ତ୍ର ବଳରେ ଗାଇ ତଥା ବାଛୁରୀ ମାନଙ୍କୁ ଅଦୃଶ୍ୟ କରିଦେଲେ । ମାୟାଧର କୃଷ୍ଣ ଏହା ଜାଣିପାରି ନିଜର ମାୟା ବିସ୍ତାର କଲେ । ବୃନ୍ଦାବନରେ ପହଞ୍ଚି ବ୍ରହ୍ମା ଦେଖନ୍ତି ଯେ କୃଷ୍ଣ ନିଜର ସମସ୍ତ ସାଥିସହ ଗାଇ ବାଛୁରୀ ଧରି ଖେଳରେ ମାତିଛନ୍ତି । ବ୍ରହ୍ମା ନିଜର ଭୁଲ ବୁଝିପାରି କୃଷ୍ଣଙ୍କ ଶରଣାପର୍ଣ୍ଣ ହେଲେ ।

କୃଷ୍ଣ ଏକଦା ବନରେ ସାଥି ମାନଙ୍କ ସହ ଖେଳିବା ବେଳେ ଅଘାସୁର ନାମକ ଦୈତ୍ୟ କୃଷ୍ଣ ତଥା ସାଥୀମାନଙ୍କୁ ମାରିବା ପାଇଁ ବିଶାଳକାୟ ସର୍ପର ରୂପ ଧାରଣ କଲା । କୃଷ୍ଣ ଅଘାସୁରକୁ ସଂହାର କରି ନିଜ ସାଥୀ ମାନଙ୍କୁ ଉଦ୍ଧାର କରିଥିଲେ ।

କୃଷ୍ଣଙ୍କୁ ମାରିବା ପାଇଁ ସମସ୍ତ ଚେଷ୍ଟା ବିଫଳ ହେବା ପରେ, କଂସ କୃଷ୍ଣ ବଳରାମଙ୍କୁ ମଥୁରା ଡ଼କାଇ କଂସର ଦୁଇ ମଲ୍ଲ ଯୋଦ୍ଧାଙ୍କ ସହ ମଲ୍ଲ ଯୁଦ୍ଧ ପାଇଁ ନିମନ୍ତ୍ରଣ କଲା । କୃଷ୍ଣ ଚାଣୁର ସହ ଏବଂ ବଳରାମ ମୁଷ୍ଟିକ ସହ ଘମାଘୋଟ ଯୁଦ୍ଧ କରି ଉଭୟ ମଲ୍ଲଯୋଦ୍ଧାଙ୍କୁ ପରାସ୍ତ କରି କଂସର ରଙ୍ଗ ସଭାରେ ପ୍ରବେଶ କଲେ ।

କୃଷ୍ଣ ବଳରାମ ଦ୍ଵାରା ଚାଣୁର ମୁଷ୍ଟିକ ବଦ୍ଧ ପରେ କଂସ କୃଷ୍ଣଙ୍କୁ ମାରିବାକୁ ଉଦ୍ୟତ ହେଲା । ଏହା ଦେଖି କୃଷ୍ଣ କଂସ ଉପରକୁ ଝାମ୍ପ ମାରି ତାକୁ ତଲେ ଗଡ଼ାଇ ଦେଲେ । କଂସକୁ ଘୋଷାଡ଼ି ନେଇ କୃଷ୍ଣ ମରଣାନ୍ତକ ପ୍ରହାର କରନ୍ତେ କଂସର ମୃତ୍ୟୁ ହେଲା । କଂସର ଅନ୍ୟ ସହଯୋଗୀଙ୍କୁ ବଳରାମ ନିପାତ କଲେ । ଏହିଭଳି କଂସ ବଧ ହେଲା ।

କଂସଙ୍କ ଦ୍ଵାରା ପ୍ରେରିତ ତୃଣାବର୍ତ୍ତ ନାମକ ରାକ୍ଷସ କୃଷ୍ଣଙ୍କୁ ଘୁର୍ଣ୍ଣି ପବନରେ ଉଡ଼ାଇ ନେଇ ମାରିବା ପାଇଁ ଚେଷ୍ଟା କଲା । ତେବେ ବାଳୁତ କୃଷ୍ଣ ଏହା ଜାଣିପାରି ତୃଣାବର୍ତ୍ତର କନ୍ଧ ଉପରେ ବସି ତାକୁ ପ୍ରତିଆକ୍ରମଣ କରି ତୃଣାବର୍ତ୍ତ ବଦ୍ଧ କଲେ ।

କଂସଙ୍କ ଦ୍ଵାରା ପ୍ରେରିତ ବକାସୁର ନାମକ ରାକ୍ଷସ କୃଷ୍ଣଙ୍କୁ ଭୟଙ୍କର ବକ ରୂପରେ ଗିଳିଦେଇ ମାରିବା ପାଇଁ ଚେଷ୍ଟା କଲା । ତେବେ ବାଳୁତ କୃଷ୍ଣ ଏହା ଜାଣିପାରି ବକାସୁରର ପାଟି ମଧ୍ୟରେ ପଶି ତାହାର ଥଣ୍ଟ ବିଦାରଣ କରି ବକାସୁର ବଦ୍ଧ କଲେ ।

କଂସଙ୍କ ଦ୍ଵାରା ପ୍ରେରିତ ଶକଟାସୁର ନାମକ ରାକ୍ଷସ କୃଷ୍ଣଙ୍କୁ ଭୟଙ୍କର ଶକଟ ରୂପରେ ଉଡାଇନେଇ ମାରିବା ପାଇଁ ଚେଷ୍ଟା କଲା । ତେବେ ମାୟାଧର କୃଷ୍ଣ ଏହା ଜାଣିପାରି ନିଜର କୋମଳ ପାଦରେ ଆଘାତ କରନ୍ତେ, ମାୟା ଶକଟ ଖଣ୍ଡ ବିଖଣ୍ଡ ହେଲା ଏବଂ ଏହି ଭାବରେ କୃଷ୍ନ ଶକଟାସୁରର ବଦ୍ଧ କଲେ ।

କଳିଯୁଗ ପ୍ରବେଶ କରନ୍ତେ କୃଷ୍ଣ ଏ ଧରାରୁ ବିଦାୟ ନେବା ମନସ୍ଥା କରି ଏକ ବୃକ୍ଷମୂଳେ ଯୋଗାସୀନ ହେଲେ । ଜାରା ନାମକ ଶବର କୃଷ୍ଣଙ୍କ ଗୋଡ଼ର ଆଙ୍ଗୁଠିକୁ ଦୂରରୁ ଦେଖି ଏକ ହରିଣ ଶିକାର ମନସ୍ଥରେ ନିଜ ଧନୁରେ ଏକ ବିଷ ଜର୍ଜରିତ ଶର କ୍ଷେପଣ କଲେ । ଶରଟି କୃଷ୍ଣଙ୍କ ପାଦକୁ ଆଘାର କରନ୍ତେ ବିଷ ଜ୍ଵାଳାରେ କୃଷ୍ଣଙ୍କର ଦେହାନ୍ତ ହେଲା । କଥିତ ଅଛି, କୃଷ୍ଣଙ୍କ ଦେହାନ୍ତ ପରେ ତାଙ୍କ ଶରୀରର ସମସ୍ତ ଅଙ୍ଗ ଭସ୍ମୀଭୁତ ହେଲେ ବି ହୃଦୟକୁ ଅଗ୍ନୀ ନଷ୍ଟ କରିପାରି ନଥିଲା । ଏହାକୁ ସମୁଦ୍ରରେ ନିକ୍ଷେପ କରନ୍ତେ ତାହା ଏକ ଦାରୁ ରୂପରେ ଭାସିବାକୁ ଲାଗିଲେ । ପରବର୍ତ୍ତି ସମୟରେ ଏହି ଦାରୁରେ ଜଗନ୍ନାଥ ପୁରୀରେ ପୂଜା ପାଉଛନ୍ତି ।

ମହାଭାରତ ଯୁଦ୍ଧ କ୍ଷେତ୍ରରେ ଅର୍ଜୁନ ନିଜ ଆତ୍ମୀୟ ସ୍ଵଜନଙ୍କୁ ବିରୋଧୀ ଭବେ ଦେଖି ଯୁଦ୍ଧରୁ ବିରତ ରହିଲେ । ଏତିକିବେଳେ ଯୁଦ୍ଧ କ୍ଷେତ୍ରରେ କୃଷ୍ଣ ଅର୍ଜୁନଙ୍କୁ ଉପଦେଶ ମାଧ୍ୟମରେ ଶତୃ ସଂହାର କରିବା କ୍ଷତ୍ରୀୟର ଧର୍ମ ବୋଲି ବୁଝାଇଥିଲେ । କୃଷ୍ଣ ଅର୍ଜୁନଙ୍କ ଏହି ସମୟର କଥୋପକଥନ ଶ୍ଳୋକ ମାଧ୍ୟମରେ ଗୀତାରେ ପ୍ରକାଶିତ । କୃଷ୍ଣଙ୍କ ଉପଦେଶ ଶୁଣିବା ପରେ ସତ୍ୟକୁ ହୃଦୟଙ୍ଗମ କରି ଅର୍ଜୁନ ଦ୍ୱିଗୁଣ ତେଜରେ ଯୁଦ୍ଧ ପାଇଁ ଆଗଭର ହେଲେ ଏବଂ ଏହିଭଳି ଭାବେ କୃଷ୍ଣଙ୍କ ଦ୍ଵାରା ମହାଭାରତରେ ସତ୍ୟର ବିଜୟ ହେଲା ।

କୃଷ୍ଣଙ୍କ ସ୍ଵର୍ଗାରୋହଣ ଗିରି ଗୋବର୍ଧନ ଧାରଣ

ଗୀତା ଜ୍ଞାନ ଅଂଶୁଲ୍‌ କରିଛନ୍ତି

ଓଡିଆ ଭାଗବତ ଆଧାରରେ କୃଷ୍ଣଲୀଳାର ପ୍ରସ୍ତୁତି-

ସମାପ୍ତ   ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ

ପଦୁ ଗଳୁଛି ମକରନ୍ଦ ସେ ମକରନ୍ଦ ପାନ କରି ହେ ଳେ ତରିଲେ ବ୍ରଜନାରୀ

ବାଲ୍ୟ କୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଥୋଇଦେଇ, ଯଶୋଦାଙ୍କ ଜନ୍ମିତ ଶିଶୁକନ୍ୟା ଯୋଗମାୟାଙ୍କୁ ନେଇ ବସୁଦେବ ମଥୁରା ଫେରି ଆସିଲେ ଏବଂ ଦେବକୀଙ୍କ କୋଳରେ କନ୍ୟା ସନ୍ତାନକୁ ରଖିଦେଲେ । ପଭାତରେ ଦୁଷ୍ଟ କଂସ ଦେବକୀଙ୍କ ଅଷ୍ଟମ ଗର୍ଭରେ କନ୍ୟା ସନ୍ତାନକୁ ମାରିବାକୁ ଉଦ୍ୟାତ ହୁଅନ୍ତେ, ସେହି ବିଜୁଳି କନ୍ୟା କଂସ ହାତରୁ ଖସି ଯାଇ ଆକାଶରୁ ଦୈବବାଣୀ ଶୂଣାଇଲା ଯେ କଂସକୁ ମାରିବା ପାଇଁ କୃଷ୍ଣ ଗୋକୁଳରେ ଜନ୍ମ ନେଇସାରିଲେଣି ।

କୃଷ୍ଣଙ୍କ ଜନ୍ମରେ ଆନନ୍ଦିତ ହୋଇ ନନ୍ଦରାଜା ଗୋକୁଳରେ ଉତ୍ସବ ପାଳନ କଲେ । ବ୍ରାହ୍ମଣ ମାନଙ୍କୁ ଗୋଦାନ, ସୁବର୍ଣ୍ଣ ଦାନ ସହ ଭୋଜି ଭାତରେ ସମସ୍ତଙ୍କୁ ଆପ୍ୟାୟିତ କଲେ । ଏହି ଉତ୍ସବକୁ ମନେ ରଖିବା ପାଇଁ ପ୍ରତିବାର୍ଷ କୃଷ୍ଣଜନ୍ମ ତିଥିରେ ନନ୍ଦୋତ୍ସବ ପାଳନ କରାଯାଏ ।

କଂସଙ୍କ ଦ୍ଵାରା ପ୍ରେରିତ ଧେନୁକାସୁର ନାମକ ରାକ୍ଷସ କୃଷ୍ଣଙ୍କୁ ଭୟଙ୍କର ଗଧ ରୂପରେ ଆସି ପ୍ରକାଣ୍ଡ ବୃକ୍ଷସବୁ ଓପାଡ଼ି କୃଷ୍ଣଙ୍କ ଉପରେ ଫୋପାଡ଼ି ମାରିବା ପାଇଁ ଚେଷ୍ଟା କଲା । ତେବେ ମାୟାଧର କୃଷ୍ଣ ଏବଂ ବଳରାମ ଧେନୁକାସୁରକୁ ଶୁନ୍ୟରେ ବୁଲାଇ ଫୋପାଡ଼ି ଦିଅନ୍ତେ, ଧେନୁକାସୁରର ଶରୀର ଖଣ୍ଡ ବିଖଣ୍ଡ ହେଲା ଏବଂ ଏହି ଭାବରେ କୃଷ୍ନ ଧେନୁକାସୁର ବଦ୍ଧ କଲେ ।

ଇନ୍ଦ୍ରଙ୍କ ପୂଜା ପାଇଁ କୃଷ୍ଣ ବାରଣ କରନ୍ତେ, ଏଥିରେ କୋପିତ ଇନ୍ଦ୍ର ବ୍ରଜବାସୀଙ୍କୁ ହଇରାଣ କରିବା ପାଇଁ ସେଠାରେ ପ୍ରବଳ ବର୍ଷା କରାଇଲା । ବ୍ରଜବାସୀ ଏଥିରେ ଭୟଭୀତ ହୋଇ କୃଷ୍ଣଙ୍କ ଶରଣ ଯାଆନ୍ତେ, କୃଷ୍ଣ ଇନ୍ଦ୍ରଙ୍କ ଉଚିତ ଶିକ୍ଷା ଦେବାପାଇଁ ଗିରି ଗୋବର୍ଧନ ପର୍ବତକୁ ନିଜ ଆଙ୍ଗୁଠିରେ ଧାରଣ କରି ତାହାରି ତଳେ ବ୍ରଜବାସୀଙ୍କୁ ଆଶ୍ରୟ ନେବାପାଇଁ କହିଲେ । ଏହା ଦେଖି ଇନ୍ଦ୍ର ନିଜର ଭୁଲ ବୁଝିପାରି କୃଷ୍ଣଙ୍କୁ କ୍ଷମା ପ୍ରାର୍ଥନା କଲେ ।

କଂସର ନଗରୀ ମଥୁରାରେ କଂସର ଦାସୀ ଏକ କୁବୁଜାସହ କୃଷ୍ଣ ବଳରାମଙ୍କ ଦେଖା ହୁଏ । କୁବୁଜା କଂସର ଶୃଙ୍ଗାର ନିମନ୍ତେ ଚନ୍ଦନ ପୁଷ୍ପ ଇତ୍ୟାଦି ନେଉଥିଲା । କୃଷ୍ଣ ବଳରାମଙ୍କ ଆଗ୍ରହ କ୍ରମେ କୁବୁଜା ସେହି ଚନ୍ଦନରେ କୃଷ୍ଣ ବଳରାମଙ୍କ ଶରୀରରେ ଚନ୍ଦନ ବୋଳିଦେଇ ତାଙ୍କର ସେବା କଲା । ଏଥିରେ ସନ୍ତୁଷ୍ଟ ହୋଇ ମାୟାଧର କୃଷ୍ଣ କୁବୁଜାର ଶରୀରକୁ ସ୍ପର୍ଶ କରନ୍ତେ, ସେ କୁବୁଜା ଦୋଷରୁ ମୁକ୍ତି ପାଇ ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀ ଭାବେ ଉଭା ହେଲା । ଏହିପରି କୃଷ୍ନ କୁବୁଜା ଉଦ୍ଧାର କଲେ ।

ପୂର୍ବ ଜନ୍ମରେ ନିଜ କୃତ କର୍ମ ଯୋଗୁଁ ଶାପଗ୍ରସ୍ତ ହୋଇ କୁବେରଙ୍କ ଦୁଇ ପୁତ୍ର ଯାମଳା ଅର୍ଜୁନ ବୃକ୍ଷରୂପରେ ଦଣ୍ଡ ଭୋଗୁଥିଲେ । ନାରଦଙ୍କ ବଚନ ପ୍ରକାରେ ବାଲ୍ୟ କୃଷ୍ଣ ମାତା ଯଶୋଦାଙ୍କଦ୍ଵାର ବାନ୍ଧିଥିବା ରୋଳ ଦୁଇ ବୃକ୍ଷ ମଧ୍ୟରେ ଟାଣିବା ଦ୍ଵାରା ବୃକ୍ଷଦ୍ଵୟ ଭୁମିରେ ପଡ଼ି ଜାମଳା ଅର୍ଜୁନ ଶାପମୁକ୍ତ ହେଲେ ।

ଗୋକୁଳରେ କୃଷ୍ଣ ସୁଦାମ, ସୁବଳ ଭଳି ସାଥୀ ମାନଙ୍କ ସହ ଗାଇ ଚରାଇବାକୁ ବନକୁ ଯାଇ ଖେଳିବାର ସମୟରେ, ତାଙ୍କ ବଂଶୀର ମଧୁର ସ୍ବରରେ ପଶୁ ପକ୍ଷୀ ତଥା ସାଥୀମାନେ ଆକର୍ଷିତ ହେଉଥିଲେ । ଏହା ଗୋକୁଳର ବନଜଙ୍ଗଲରେ ଆନନ୍ଦ ଏବଂ ଉଲ୍ଲାସର ମାହୋଲ ସୃଷ୍ଟି କରୁଥିଲା । ଗୋକୁଳରେ କୃଷ୍ଣ ଗୋପାଳ ବାଳକ ସହ ଖେଳିବାର ଅଦ୍ଭୁତ ଲୀଳା