ବ୍ୟବହାରକାରୀ:Hpsatapathy/ଶୁଦ୍ଧସତ୍ତା ମିଶ୍ର

ଶୁଦ୍ଧସତ୍ତା ମିଶ୍ର
ଜନ୍ମ(1984-07-09)୯ ଜୁଲାଇ ୧୯୮୪
ଭୁବନେଶ୍ଵର, ଓଡ଼ିଶା
ଜାତୀୟତାଭାରତୀୟ
ବିଭାଗଚିତ୍ରଶିଳ୍ପୀ
ପୁରସ୍କାର"ମୋ ମାଟିର ମହକ ଫାଉଣ୍ଡେସନ ସମ୍ମାନ"
ବେବସାଇଟwww.shudhhasatamishra.com//

ଶୁଦ୍ଧସତ୍ତା ମିଶ୍ର (ଜନ୍ମ: ୦୯ ଜୁଲାଇ ୧୯୮୪) ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ଓ ଆଇନଜୀବୀ ।[୧]

ଜୀବନୀ ସମ୍ପାଦନା

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଶୁଦ୍ଧସତ୍ତା ମିଶ୍ର ଓଡ଼ିଶାର ଭୁବନେଶ୍ୱରରେ ୧୯୮୪ ମସିହା ଜୁଲାଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ସଂଧ୍ୟାରାଣୀ ମିଶ୍ର ଓ ପିତାଙ୍କ ନାମ ରମାକାନ୍ତ ମିଶ୍ର ।

ଶିକ୍ଷା ସମ୍ପାଦନା

ସେ ୨୦୦୦ ମସିହାରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରି ଫୁଲବାଣୀ ସରକାରୀ କଲେଜରେ ଭର୍ତ୍ତି ହୋଇଥିଲେ । ମହାବିଦ୍ୟାଳୟ ଶିକ୍ଷା ଲାଭ କରିବା ପରେ ସେ ୟୁନିଭରସିଟି ଆଇନ ମହାବିଦ୍ୟାଲୟ, ଭୁବନେଶ୍ୱରରୁ ଆଇନରେ ସ୍ନାତକ ତଥା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

ଚିତ୍ରକଳା ସମ୍ପାଦନା

ସ୍କୁଲରେ ପଢୁଥିବା ସମୟରୁ ସେ ଚିତ୍ରକଳାରେ ଆଗ୍ରହୀ ଥିଲେ । ସେ ଅଙ୍କନରେ କୌଣସି ନିର୍ଦ୍ଦିଷ୍ଟ ଧାରାକୁ ଅନୁସରଣ କରନ୍ତି ନାହିଁ । ପାରମ୍ପରିକ କଳାର ଏକ ସ୍ଵତନ୍ତ୍ର ମାଧ୍ୟମ ଭାବେ କପଡ଼ା ଉପରେ ସେ ଚିତ୍ର ଆଙ୍କିଥାନ୍ତି । ଏତଦ୍‌ ବ୍ୟତୀତ ଶାଢ଼ୀ ଉପରେ ମଧ୍ୟ ସେ ଚିତ୍ରପଟ୍ଟ ଆଙ୍କିଥାନ୍ତି ।[୨]

ସେ ଭାଗ ନେଇ ଥିବା କିଛି ଉଲ୍ଲେଖନୀୟ ପ୍ରଦର୍ଶନୀ ମଧ୍ୟରୁ ଭୁବନେଶ୍ୱରସ୍ଥିତ ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀ ପରିସରରେ ଆୟୋଜିତ ୨୦୨୧ ଚିତ୍ରକଳା ପ୍ରଦର୍ଶନୀ ଓ ଧଉଳିରେ ଅନୁଷ୍ଠିତ ଆନ୍ତର୍ଜାତିକ କଳା ଶିବିର ଅନ୍ୟତମ ।[୩]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • "ମୋ ମାଟିର ମହକ ଫାଉଣ୍ଡେସନ ସମ୍ମାନ"-୨୦୨୧
  • "5minutearts" ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ କଳା ପ୍ରଦର୍ଶନୀରେ ସମ୍ମାନିତ ।[୪]

ଆଧାର ସମ୍ପାଦନା

  1. "OrissaPost Page: 2 - English Daily ePaper | Today Newspaper | Latest news from India and world - English Daily ePaper | Today Newspaper | Latest news from India and world". English Daily ePaper | Today Newspaper | Latest news from India and world. Retrieved 19 June 2021.
  2. "Pranam Odisha: Artist Sudhasata Mishra | NandighoshaTV". Youtube (in ଇଂରାଜୀ). Retrieved 27 June 2021.
  3. "Breakfast Odisha With Shudhhasata Mishra" (in ଇଂରାଜୀ). Retrieved 19 June 2021.
  4. "paintings || drafting beyond || 5minutearts" (in ଇଂରାଜୀ). Retrieved 11 July 2021.