EASTONIAN
Joined ୧ ଅପ୍ରେଲ ୨୦୨୦
କବିତା- ୧== ସମ୍ପାଦନା
|| ସତେ ଯେ କୋଣାର୍କର ପ୍ରତିରୂପ||
ଆସୁ ତାପଥରେ ସ୍ଵର୍ଣ୍ଣ।ଇ-ଦିବା
କିବା କାକକୃଷ୍ଣ ରାତ୍ରୀ-କୋପ
••• •••••••• •••• ••••
ସୂର୍ଯ୍ୟ ଦେବଙ୍କ ପ୍ରଥମ-କିରଣ
ପ୍ରତ୍ୟୁଷ-ରାଜିର କରି ସଂକଳନ
ପୂର୍ବ-ଦିଗୁ ତାକୁ କରେ ଆଲିଙ୍ଗନ
ସେ ଅଗ୍ରାମୀ-ମଶାଲର ସ୍ତୁପ
||ସତେ ଯେ କୋଣାର୍କର ପ୍ରତିରୂପ||
ଅଙ୍କରେ ଆଙ୍କିଛି ଦିଗ୍-ବିଜୟୀ କଥା
ସ୍ଵାକ୍ଷରିକ ତଥା କୀର୍ତ୍ତିମୟ ଗାଥା
ହୃତ ଗଉରବ ପରମ୍ପରା ପ୍ରଥା
ବୀର ପ୍ରସବନୀ -ଉତ୍କଳରେ ଦିଏ ଲେପ
||ସତେ ଯେ କୋଣାର୍କର ପ୍ରତିରୂପ||
ବକୁଳ , ଡାଲିଆ, ଗୁଆ, କାମିନୀ
ବେଲ, ନାରିକେଳ ,ନିମ, ଶାଳିନୀ
ସୂର୍ଯ୍ୟମୁଖୀ, ତରାଟ,ମନ୍ଦାର,ମାଳିନୀ
ବିରାଗମନକୁ କରେ ସରାଗେ ତୃପ
||ସତେ ଯ କୋଣାର୍କ ର ପ୍ରତିରୂପ||
ସୁରଭିତ ସେହି ସ୍ମୃତି ମହକର
କେତେ ଯେ ପଣ୍ଡିତ କେତ କଥାକାର
ସୁଦକ୍ଷ ନିପୁଣ ବିଜ୍ଞ ଛାତ୍ରବର
ଉଦ୍ଭବିଲେ କେତେ ସଚ୍ଚୀ, ଆରୁଣୀ ଓ ଉପ
||ସତେ ଯେ କୋଣାର୍କର ପ୍ରତିରୂପ||