Dukhishyam rana Badbahal Balangir Odisha 8455804144 ବଜ୍ରଘାତରେ ଦୁଇ ଭଉଣୀଙ୍କ ମୃତ୍ୟୁ Odia Pua 9.30 May 01, 2016 ରାୟଗଡା,୩୦।୪(ଓଡ଼ିଆ ପୁଅ): ଶନିବାର ବଜ୍ରାଘାତରେ ରାୟଗଡା ବ୍ଲକ ତାମ୍ବଲପାଇ ଗ୍ରାମର ୨ଭଉଣୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ହେଲା ରିତା ସାରକା ଓ ମିତା ସାରକା। ଦୁହେଁ ଯାଅଁଳା ଭଉଣୀ ବୋଲି ଜଣାପଡିଛି। ଖବରନେବାରେ ଜଣାପଡିଛି ଯେ, ଶନବାର ଦିନତମାମ ରାୟଗଡା ଜିଲାର ପାଗ ମେଘାଛନ୍ନ ରହିଥିଲା। ସକାଳୁ ସକାଳୁ ସାମନ୍ୟ ବର୍ଷା ହୋଇଥିବା ବେଳେ ଦିନସାର ପବନ ବହିବା ଅନୁଭବ ହୋଇଥିଲା। ତେବେ ବଡରାଇସିଂ ଆବାସିକ ସ୍କୁଲରୁ ୩ୟ ଶ୍ରେଣୀ ପାସକରି ୪ର୍ଥ ଶ୍ରେଣୀରେ ନାମ ଲେଖାଇଥିବା ୮ବର୍ଷର ଦୁଇ ଭଉଣୀ ଗଛମୂଳେ ପହିଥିବା ଆମ୍ବ ଗୋଟାଇବାକୁ ମଧ୍ୟାନ୍ନରେ ଯାଇଥିଲେ। ହଠାତ ପାଗର ପରିବର୍ତ୍ତନ ହୋଇ ଘଡଘଡିର ଶବ୍ଦ ଶୁଣାଯାଇଥିଲା। ଲୋକେ ଭୟଭିତ ହୋଇଯାଇଥିବା ବେଳେ ବାହାରେଥିବା ଦୁଇ ଭଉଣୀଙ୍କୁ ଖୋଜା ପଡିଥିଲା। ତେବେ ବଜ୍ରାଘାତରେ ସେ ଦୁଇଜଣ ଗାଁ ମୁଣ୍ଡରେ ଥିବା ଗଛମୁଳରୁ କିଛି ଦୂରରେ ପଡିଥବା ସୁଚନାପାଇ ପରିବାର ଲୋକ ଧାଇଁ ଯାଇଥିଲେ। ଦେଖିଲା ବେଳକୁ ସୋମନଙ୍କର ମୃତ୍ୟୁ ହୋଇଯାଇଥିଲା। ତୁରନ୍ତ ଶେଶଖାଲ ଥାନାକୁ ସୂଚନା ଦିଆଯାଇଥିବା ଜଣାପଡିଛି।