Drjyotiprasad
ଓଡ଼ିଆ ଭାଷା ଓ ଭୂମିକୁ ସଶ୍ରଦ୍ଧ ସମ୍ମାନ ଜଣାଇ ମୋ ନିଜ ବିଷୟରେ ସଂକ୍ଷେପରେ କିଛି ଲେଖିବାର ପ୍ରୟାସ କରୁଛି ମୋର ନାଁ ଡ଼ାକ୍ତର ଜ୍ୟୋତି ପ୍ରସାଦ ପଟ୍ଟନାୟକ ପେଷାରେ ମୁଁ ଜଣେ ଡ଼ାକ୍ତର ଏବଂ ବର୍ତ୍ତମାନ ମୁଁ ବ୍ରହ୍ମପୁରସ୍ଥିତ ରୋଲାଣ୍ଡ୍ ଫାର୍ମାସୀ କଲେଜରେ ସହକାରୀ ଅଧ୍ୟାପକ ଭାବରେ ସେବାରତ
ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି କରିବାପାଇଁ ମୁଁ ବିଗତ ସାତ ବର୍ଷଧରି ଏକ ଅନ୍ଲାଇନ୍ ଓଡ଼ିଆ ଇ-ପତ୍ରିକା "ଆହ୍ବାନ"ର ପ୍ରକାଶନର ଦାୟିତ୍ବ ନେଇଛି ପ୍ରତ୍ୟେକ ମାସରେ "ଆହ୍ବାନ" ନାମରେ ଏହି ପତ୍ରିକା ବିଶ୍ବାବ୍ୟାପୀ ଅନ୍ତର୍ଜାଲ (ୱାର୍ଲ୍ଡ଼ ୱାଇଡ଼୍ ୱେବ୍)ରେ ଏହା ଉପଲବ୍ଧ ହୋଇପାରୁଛି ଆପଣଙ୍କ ପରି ଅନେକ ଭାଷା ଓ ସାହିତ୍ୟପ୍ରେମୀ ମୋ ସହ ସହଯୋଗ କରି ଆମ ଭାଷାରେ ଲେଖାଲେଖି କରୁଛନ୍ତି ଏବଂ ସେମାନଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ଉନ୍ନତି କରୁଛି
ଆମେ ସବୁ ଜନ୍ମଗତ ଭାବରେ ଓଡ଼ିଆ, କାରଣ ଓଡ଼ିଶାପରି ଦେବଭୂମିରେ ଆମେ ସବୁ ଜନ୍ମନେଇଛେ ଆମ ଭାଷା ଓଡ଼ିଆ, ଆମ ଦେବତା ସ୍ବୟଂ ଶ୍ରୀ ଜଗନ୍ନାଥ ଆମ ପାଣିପବନ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଆଶିଷରେ ସମୃଦ୍ଧ ତଥାପି ଆମ ଭାଷା ଓ ସାହିତ୍ୟର ଭାବନା ଆମ ଜନମାନସକୁ ପ୍ରଭାବିତ କରି ପାରୁନାହିଁ ଅନେକେ ଓଡ଼ିଆ ହୋଇସୁଦ୍ଧା ଓଡ଼ିଆ ଭାଷାରେ ଲେଖିବା କଥା ଛାଡ଼ନ୍ତୁ, କଥାବାର୍ତ୍ତା କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ଆଉ ଆମେ ଯେତେ ସବୁ ଓଡ଼ିଆରେ ଲେଖିବା ପାଇଁ ଚେଷ୍ଟା କରୁଛୁ ଆମକୁ ନିନ୍ଦା କରିବା ଆଉ ତାତ୍ସଲ୍ୟ କରିବାକୁ ପଛାଉନାହାନ୍ତି ତେଣୁ ମୋର ଗୋଟିଏ କଥା ମନେ ପଡୁଛି -
ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା
ସେହି ମନ୍ତ୍ରରେ ମୁଁ ଦୀକ୍ଷିତ ହୋଇଛି ଆପଣ ମାନେ ମଧ୍ୟ ସେହି ଏକା ଧର୍ମରେ ଦୀକ୍ଷା ନିଅନ୍ତୁ, ଆମ ମା ମାଟି ଓ ମାତୃଭାଷାକୁ ଘୃଣା କରନ୍ତୁ ନାହିଁ ଏହାର ଉତ୍ତରୋତ୍ତର ଉନ୍ନତି ପାଇଁ କାମନା କରନ୍ତୁ ଏହି ଆଶା କରୁଛି
ଧନ୍ୟବାଦ
--Drjyotiprasad (ମୋ ଆଲୋଚନା) ୨୧:୦୬, ୧୮ ଫେବୁଆରି ୨୦୧୨ (UTC)