ବ୍ରଜନାଥ ରଥ
ଜନ୍ମ ଓ ଜନ୍ମସ୍ଥାନ୧୯୩୬
ସୁନହଟ, ବାଲେଶ୍ଵର
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶୈଳୀକବି
ସାହିତ୍ୟ କୃତିସାମାନ୍ୟ ଅସାମାନ୍ୟ

ବ୍ରଜନାଥ ରଥ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓ ଅନେକ ସମ୍ମାନଜନକ ପୁରସ୍କାର ପ୍ରାପ୍ତ ଓଡ଼ିଆକବି

ଅଳ୍ପରେ ସମ୍ପାଦନା

କବି ବ୍ରଜନାଥ ରଥଙ୍କ ଜନ୍ମ ୧୯୩୬ ମସିହା, ଜାନୁଆରୀ ୧୨ ବାଲେଶ୍ଵର ସହରର ସୁନହଟଠାରେ । ତାଙ୍କ ପିତାଙ୍କ ନାମ ବିଶ୍ଵନାଥ ରଥ ଏବଂ ମାତାଙ୍କ ନାମ ତାରାମଣି ଦେବୀ । ବ୍ରଜନାଥ ହିଁ ତାଙ୍କର ଏକମାତ୍ର ଜୀବିତ ସନ୍ତାନ । ଚତୁର୍ଥ ଶ୍ରେଣୀ ଯାଏ ବ୍ରଜନାଥ ଘରେ ପଢିଥିଲେ । ପଞ୍ଚମ ଶ୍ରେଣୀରେ ତାଙ୍କର ନାମ ଲେଖାହେଲା ତତ୍କାଳୀନ ଭିକ୍ଟୋରିୟା ଜୁବିଲି ମଧ୍ୟ ଇଂରାଜୀ ସ୍କୁଲରେ । ସେହି ସ୍କୁଲରେ ବାପା ଶିକ୍ଷକ ଥିବାରୁ ତାଙ୍କ ଇଛା ଅନୁସାରେ ସେ ବହି, ପତ୍ରପତ୍ରିକା ଆଦି ପଢୁଥିଲେ । ସ୍ଵାଧୀନଭାବେ ଚଳିବାର, ଲେଖିବାର ଓ ନିଜର ମତପ୍ରକାଶ କରିବାର ମାନସିକତା ତାଙ୍କର ତିଆରି ହୋଇଥିଲା ଏଇ ସ୍କୁଲ ଜୀବନରୁ । ୧୯୪୫ ରେ ସୁନହଟ ନିକଟରେ ଜାପାନୀ ବୋମା ପଡିଥିଲା । ଦ୍ଵିତୀୟ ମହାସମରର ଅସ୍ପଷ୍ଟ ଚିତ୍ର ଓ ନେତାଜୀଙ୍କ ଭାରତରୁ ପଳାୟନ ସହିତ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରଚାର ବ୍ରଜନାଥଙ୍କ କିଶୋର ମନକୁ ଆନ୍ଦୋଳିତ କରିଥିଲା । ୧୯୪୭- ଅଗଷ୍ଟ ୧୫, ଯେଉଁଦିନ ତ୍ରିରଙ୍ଗ ପତାକା ଉଡ଼ି ଏ ଦେଶ ସ୍ଵାଧୀନ ବୋଲି ଘୋଷିତ ହେଲା, ବାଳକ ବ୍ରଜନାଥ ବି ସମସ୍ତଙ୍କ ସହିତ ତାଳଦେଇ ନିଜ ଘର ଆଗରେ ଉଡ଼େଇଥିଲେ ଜାତୀୟ ପତାକା । ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ଵାଧୀନତା ସମ୍ପର୍କିତ ଏକ ସ୍ଵରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ । ତାହାହିଁ କବି ବ୍ରଜନାଥ ରଥଙ୍କ ଲିଖିତ ପ୍ରଥମ କବିତା । ୧୯୪୮ରେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ସେ । ସେହି ସମୟରେ, ବର୍ତ୍ତମାନର ପ୍ରସିଦ୍ଧ କବି ଓ କଥାକାର ମନୋଜ ଦାସ ମଧ୍ୟ ନାମ ଲେଖାଇଥିଲେ । ତାଙ୍କର ପ୍ରକାଶିତ କବିତା 'ଶତାଦ୍ଧୀର ଆର୍ତ୍ତନାଦ ଓ ବିପ୍ଳବୀ ଫକୀରମୋହନ' ପ୍ରଚୋଦିତ କରିଥିଲା ବ୍ରଜନାଥଙ୍କୁ କବିତା ଲେଖିବା ପାଇଁ । ନବମ ଶ୍ରେଣୀ ରେ ଥିଲାବେଳେ (୧୯୫୧), ଡ଼ଗର ପତ୍ରିକାରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା 'ବ୍ୟର୍ଥତା' । ୧୯୫୨ ରେ ସେ ମାଟ୍ରିକ ପାଶ କଲେ । ତାପରେ ନାମ ଲେଖାଇଲେ ଫକୀରମୋହନ କଲେଜରେ । ସେତେବେଳେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ଚାଲୁଥାଏ ଫକୀରମୋହନ କଲେଜ । ଫକୀରମୋହନ ସାହିତ୍ୟ ପରିଷଦ ବି ଗଠିତ ହୋଇସାରିଥାଏ । ଅନୁଷ୍ଠାନର ଉତ୍ସବକୁ ଆସୁଥିବା ଓଡିଶା ଓ ଓଡିଶା ବାହାରର ବହୁ କବି ଏବଂ ବିଦ୍ଵାନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସି ବ୍ରଜନାଥଙ୍କ କାବ୍ୟ-ପ୍ରତିଭା ବିକଶିତ ହୋଇଥିଲା ।

ସାହିତ୍ୟ ସର୍ଜନା ସମ୍ପାଦନା

କବିତା ସମ୍ପାଦନା

  • ମରୁଗୋଲାପ(୧୯୬୦)
  • ନିଜସ୍ଵ ସଂଳାପ(୧୯୬୯)
  • ମରୁଗୋଲାପ ଓ ଅନ୍ୟାନ୍ୟ କବିତା(୧୯୭୨)
  • ନିଃଶଦ୍ଦ ପ୍ରତିବାଦ(୧୯୭୭)
  • ସଭ୍ୟତାର ମୁହଁ(୧୯୭୯)
  • ମନର ମାନଚିତ୍ର(୧୯୮୪)
  • ହେ ମହାଜୀବନ!(୧୯୯୧)
  • ଲଘୁ ଶତକ(ବ୍ୟଙ୍ଗ କବିତା, ୧୯୯୩)
  • ହେ ମୋର ସ୍ଵଦେଶ!(୧୯୯୭)
  • ଗଡ଼ିଗଡ଼ି ଗଲି ବଲ(ଶିଶୁ କବିତା, ୨୦୦୧)
  • ସ୍ଵନିର୍ବାଚିତ କବିତା(୨୦୦୧)
  • ସମୟର ଶଦ୍ଦଲିପି(୨୦୦୭)
  • ସାମାନ୍ୟ ଅସାମାନ୍ୟ(୨୦୦୭)
  • ଏକ ଏକ ଏକପଦୀ(୨୦୦୯)


ପୁରସ୍କାର ସମ୍ପାଦନା

  • ଟାଗୋର ସାହିତ୍ୟ ପୁରସ୍କାର ( କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ପ୍ରଦତ୍ତ)
  • ଓଡିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର
  • କବି ଶେଖର ଚିନ୍ତାମଣି ପୁରସ୍କାର
  • ବିଷୁବ ପୁରସ୍କାର
  • ଗୋକର୍ଣିକା ପୁରସ୍କାର
  • ସାହିତ୍ୟ ଭାରତୀ ସମ୍ମାନ (ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ)
  • ସିସୋର ସାହିତ୍ୟ ଏକାଡେମୀ ପୁରସ୍କାର

ଦ୍ରଷ୍ଟବ୍ୟ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା