ସନ୍ତୋଷ ମହାନ୍ତି
== ଦୁଆ = ( दुआ, দুআ, దుఆ, ದುಆ,துஆ, Dua )
ଏହି ଗାଁ ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକର ବୋରିକିନାଠାରୁ ଦେଢ଼ କି.ମି. ଦୂରରେ ଅବସ୍ଥିତ | ଠିକ୍ ବୋରିକିନା ପଶୁପଶୁ ବୋରେଶ୍ୱର ମନ୍ଦିର ପୂର୍ବରୁ ଗୋଟିଏ ଛୋଟ ପୋଲ ଅଛି | ସେଠାରୁ ଡାହାଣକୁ ମୋଡ଼ି ଓଳାସ ଆଡ଼କୁ ଗଲେ ଆଉ ଗୋଟିଏ ପୋଲ ପଡ଼ିବ, ଏ ପୋଲ ଟିକିଏ ଉଚ୍ଚା, ଥକି ପଡ଼ିଥିଲେ ତାରେଣିଆ ଦୋକାନରୁ ପାନଖଣ୍ଡେ ଖାଇବେ, ଥଣ୍ଡାଟିଏ ପିଇବେ | ପୋଲ ଗଡ଼ିକି ଗଲେ ବାଁ ପଟକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାଟିଏ ଯାଇଛି | ସେଇଠୁ ଗାଡ଼ି ଛୁଟେଇବେ, ରାସ୍ତା ଯୁଆଡେ ଯାଇଛି ସେ ଆଡକୁ ଯିବେ | ବାସ୍ ଦୁଆଁ ଗାଁ ଆସିଗଲା | ଗାଁ ମଝିରେ ମେଳାଘର, ପ୍ରାୟ ଶେଷକୁ ଦାଣ୍ଡପୋଖରି, ଟିକେ ଦୂରରେ ଏକ ବଡ଼ ଦଣ୍ଡା ଅଛି, ପ୍ରାୟ ଶହେ ଏକର ବୋଲି ଶୁଣାଯାଏ |ପାଖକୁ ଲାଗିଛି ମୁହାଁଣକିମ୍ଭିରି ନଈ |ନଈର ନାମକରଣ ସଂପର୍କୀତ ଏକ ଇତିହାସ / କିଂବଦନ୍ତୀ ଅଛି | ରାଧାଚରଣ ପଣ୍ଡାଙ୍କ 'ପ୍ରାଚୀ ନଦୀର ଐତିହାସିକ ବିଭବ' ଓ ଗୋପାଳଚନ୍ଦ୍ର ପ୍ରହରାଜଙ୍କ 'ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ'ରେ ଏ ସଂପର୍କିତ ଉଲ୍ଲେଖ ଅଛି | ନଈ ସେପାରିରେ ରାହାଣ ଓ ମୁରୁଣିଆ ଗାଁ |
ଦୁଆ ଗାଁର ଦେବଦେବୀ : ମଝିରେ ମା ଜାଗୁଳାଇ, ହୁରାରେ ପ୍ରଭୁ ଗୋଠେଶ୍ୱର |ତେରେଛା ଲେଖା ପୂଜା ପର୍ବ : ଦୋଳ, ଯଜ୍ଞ (ଜାଗର), ରାହାସ, ଗଣେଷ ପୂଜା, ଡଙ୍ଗା ଭସା ଇତ୍ୟାଦି | ଲୋକ ସଂଖ୍ୟା : ଗାଁର ମୁରବି ଲୋକ : ସ୍ୱର୍ଗତ ଅଲେଖ ସାହୁ, ସ୍ୱର୍ଗତ ଭାସ୍କର ସାହୁ, ସୁଦର୍ଶନ ମହାନ୍ତି, ବନମାଳି ମହାନ୍ତି,ବଟକୃଷ୍ଣ ମହାନ୍ତି, ଭ୍ରମରବର ପାଇଟାଳ, ପୂର୍ଣ୍ଣଚନ୍ଦ୍ର ପରିଡା ଓ ମହାନ୍ତି ଆଦି | ଚାଷ : ଧାନ, ମୁଗ ଇତ୍ୟାଦି | ଗାଁ ଲୋକ ବିଦେଶରେ : ସଂଜିତ ସାହୁ କିଛିଦିନପାଇଁ ବିଲାତ ଯାଇଥିଲେ | ଅନୁଷ୍ଠାନ : ଅତୀତରେ ଜାଗୁଳଇ ଅପେରା, ପଲ୍ଲୀ ବିକାଶ ଯୁବକ ସଂଘ ଥିଲା | ଏହି ଗାଁର ପ୍ରାୟ ୨୦ ଜଣ ବ୍ୟକ୍ତି ଓଡ଼ିଶାର ବିଭିନ୍ନ ଛୋଟ ବଡ଼ ଯାତ୍ରାପାର୍ଟିରେ ଅଭିନୟ କଳା ପ୍ରଦର୍ଶନ କରିଛନ୍ତି |