ଲକ୍ଷ୍ମୀକାନ୍ତ ତ୍ରିପାଠୀ
ଜନ୍ମ ୧୯୫୬ ମସିହାରେ ବାଲେଶ୍ୱର ଜିଲ୍ଲାର ବିଷ୍ଣୁପୁର ଠାରେ । ଶାନ୍ତିନିକେତନରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶେଷ ହେବା ପରେ 'ଫକୀରମୋହନଙ୍କ କଥା ସାହିତ୍ୟରେ ସାମସମୟିକ ସମାଜର ଚିତ୍ର' ଶୀର୍ଷକରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ୍ ଫିଲ ଓ 'ଓଡ଼ିଆ ସାହିତ୍ୟରେ କୈବର୍ତ୍ତ ସଂସ୍କୃତି' ବିଷୟରେ ଊତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ ଡି ପ୍ରାପ୍ତି । 'ଆଦିବାସୀ ସଂସ୍କୃତି ଓ ଓଢ଼ିଆ ସାହିତ୍ୟରେ ତାର ପ୍ରଭାବ' ବିଷୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଡି ଲିଟ୍ ଊପାଧି ଲାଭ କରିଛନ୍ତି । ସାହିତ୍ୟର କୈଣସି ନିର୍ଦ୍ଦିଷ୍ଟ ବିଭାଗ ପ୍ରତି ଆସକ୍ତ ନ ରହି ସେ ପ୍ରବନ୍ଧ, ରମ୍ୟରଚନା, ହାସ୍ୟରଚନା, ଗଳ୍ପ, କବିତା ଓ ଅନୁବାଦ ସୃଷ୍ଟି କରିବାରେ ଆଗ୍ରହ ରଖନ୍ତି । ଦାଣ୍ଡି ପେଟେଣ୍ଟ ମେଡିସିନ,ମିତା ପାଇଁ କବିତା, ପ୍ୟାରୋଢ଼ି ପଞ୍ଚବିଂଶତି, ନେତୃଚରିତମ୍, ଗୋଲି କବିତା ଶତାଧିକ, ବୈଦ୍ୟଶାସ୍ତ୍ର, ରାମାୟଣ ହରିବଂଶ, ଭୂତକେଳି, ଅବିବାହିତର ଜୀବନସଂଗିନୀ, ମୁଁ ଦିନେ ଛାତ୍ର ଥିଲି, ଆଖି, ପତ୍ନୀ ସହ ୨୫ବର୍ଷ, ପତ୍ନୀ ଚର୍ଚ୍ଚା, ଘୋଢ଼ାନାଚ, ଓଢ଼ିଆ ବ୍ୟଙ୍ଗଗଳ୍ପ ସଂକଳନ ଆଦି ଗ୍ରନ୍ଥ ତାଙ୍କ ସୃଷ୍ଟିର ସ୍ୱାକ୍ଷର ବହନ କରେ ।