ସମରେନ୍ଦ୍ର
ଭିନ୍ନ ଏକ ଅନୁଭୁତି
ସମ୍ପାଦନାଅଧ୍ୟାପକ-ସମରେନ୍ଦ୍ର କୁମାର ବଶା ଆଶ୍ବିନ ମାସର ଧୁ ଧୁ ଖରାବେଳଟାରେ ହଠାତ୍ ମୋର ନଜର ପଡିଲା ଗୋଟିଏ କଳାକାଚବାଲା ଗାଡି ଉପରେ ଯାହାର ଝରକା ବନ୍ଦ ଥିଲା ଓ ଭିତରେ ଜଣେ ବାବୁ ଭଦ୍ରଲୋକ ଏ.ସି. ହାୱା ଖାଉ ଖାଉ ପେପର ପଢୁଥିଲେଟିକେ ପାଖକୁ ଯାଇ ପଚାରି ବୁଝିଲି ଯେ ଗାଡିର ଗୋଟେ ପାତିଆ ଭାଙ୍ଗିଯାଇଛି,ଯାହାକୁ ସଜ କରିବାକୁ ସେଇ ରାସ୍ତାକଡର ବରଗଛମୂଳେ ବସିଥିବା ବିନ୍ଧାଣୀ ନିକଟରେ ଅପେକ୍ଷା କରିଥିବା ଡ୍ରାଇଭର ବ୍ୟସ୍ତ ହେଉଛିହୁ ହୁ ଜଳୁଥିବା ନିଆଁ ଭିତରୁ ଲାଲ୍ ପାତିଆଟିକୁ ଆଣି ବିନ୍ଧାଣୀ ତାର ହାତୁଡିରେ ପିଟି ଚାଲିଛି,ଶୀଘ୍ର ଦେଲେ ତାର ଆଜିକାର ବଇନା ଟଙ୍କା ୫ଟା ପାଇ ଘରକୁ ଯିବତେଣେ ଗାଡିଭିତର ସାର୍ଙ୍କ ମୋବାଇଲ୍ରୁ ଫୋନ୍ ଆସିଲା ଡ୍ରାଇଭରକୁ ଜଲ୍ଦି ଆସ ମିସେସ୍ କଲ୍ କଲେଣି ସପିଙ୍ଗ୍ ପାଇଁ ଯିବାର ଅଛିହଠାତ୍ ମୋର ମନରେ ପ୍ରଶ୍ନ ଉଙ୍କି ମାରିଲା ଯେ ଦୁନିଆରେ କଣ ଭଗବାନ ନାହାନ୍ତି ? ଯଦି ଅଛନ୍ତି ଏମାନଙ୍କୁ କଣ ଦେଖୁନାହାନ୍ତି?ଯଦି ଦେଖୁଛନ୍ତି କଣ କିଛି ବିଚାର କରୁନାହାନ୍ତି,ସତରେ କଣ ଦୁନିଆରେ ମଣିଷ ପଣିଆ ଲୋପ ପାଇଗଲାଣି? ଏତିକି ବେଳେ ମନୋଜ ଭାଇ ପଛରୁ ଡାକି କହିଲା ଚାଲ୍ ଆଜି ଆମ ଘରେ ପାର୍ଟି ଅଛିକିଛି ଉତ୍ତର ନ ଦେଇ ତା ସହ ଚାଲିଗଲି ଓ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ୫ଟା ପ୍ରାୟଚାରିଆଡେ ଗୁଡାଏ ବେଲୁନ୍ ଓ ଚିକ୍ମିକ୍ ଫୁଲ ଟଙ୍ଗା ହୋଇଛି,ଇଂରାଜୀରେ “ହେପି ବାର୍ଥ ଡେ” ର ସ୍ଲୋଗାନ୍ ଟେବୁଲ ପାଖ କାନ୍ଥରେ ଝୁଲୁଛିତାଙ୍କ କୁନି ଝିଅ ମୁଣ୍ଡରେ ଏକ ଗୋଜିଆ ଟୋପି ପିନ୍ଧି ଛୁରୀ ଧରି ବାପାଙ୍କୁ ଅପେକ୍ଷା କରି ବ୍ୟସ୍ତ ଓ ବିବ୍ରତ ଅବସ୍ଥାରେ ଟେବୁଲ ଉପରେ ଥୁଆ ହୋଇଥିବା କେକ୍ ଓ ମହମବତୀ ପାଖରେ ଘୁରି ବୁଲୁଛିବାପାଙ୍କୁ ଓ ମୋତେ ଦେଖି ଛୁଆଟି ଆନନ୍ଦରେ ଡେଇଁ ପଡିଲା ଓ କହିଲା ଅଙ୍କଲ୍ ଆସ ମୋ କେକ୍ କାଟିବା ସମୟ ହୋଇଗଲାଣିସେ ଛୁରୀକୁ କେକ୍ ଉପରେ ରଖୁ ରଖୁ ସାଙ୍ଗମାନେ ଜୋର ପାଟିରେ ସେଇ ସ୍ଲୋଗାନକୁ ଗୀତ ଆକାରରେ ତିନି ଥର ଗାଇଲେ,ମୁଁ ହଠାତ୍ ବୁଝିପାରିଲିନି ଯେ ମନୋଜ ଭାଇ ଖ୍ରୀଷ୍ଟିଆନ୍ କେବେ ହେଲେ ? କିଛି ପଚାରିବା ଆଗରୁ ଭାଉଜ ଡାକିନେଲେ ଡାଇନିଂକୁ ଓ ପରଷିଦେଲେ ନାନା ପ୍ରକାରର ଫାଷ୍ଟଫୁଡ ମାନ ହସଖୁସିଭରା ପରିବେଶରେ ଖିଆ ସରିଲା ଓ ଶେଷକୁ ଗୋଟେ ବିଚାର ମନକୁ ଆସିଲା ଯେତେବେଳେ ଲେମ୍ବୁ ପାଣି ଦେଲେ ହାତ ଧୋଇବାକୁ ପୁରା ଆପ୍ୟାୟିତ ହେଲି କସ୍ମେଟିକ୍ ଫୁଡ୍ ଓ ଡ୍ରିଙ୍କସ୍ରେ, ଶେଷରେ ଖାଣ୍ଟି ଲେମ୍ବୁ ପାଣିରେ ହାତ ଧୁଆ ପରିଚୟ ଦେଲା ସ୍ବଦେଶୀର
ଘରେ ଆସି ପହଞ୍ଚୁ ପହଞ୍ଚୁ ଠିକ୍ ୭ଟା,ନ୍ୟୁଜ୍ ଦେଉଥାଏ ଆଖି ପଡିଗଲା ହେଡ୍ଲାଇନ୍ ଉପରେ ଖେଳ ଖତମ୍,ଖଣି ଦୁର୍ନୀତି,ବିଧାନସଭା ଅଚଳ,ପାଣିପାଗ ଆଦି ଖବର ଉପରେ ଓ ଏତିକି ବେଳେ ପୁଅ ଆସି ପାଖରେ ବସି କଅଁଳିଆ ମନରୁ ତୀକ୍ଷଣ ପ୍ରଶ୍ନବାଣଟାଏ ମାରିଲା ଓ କହିଲା ବାପା ଆମେ ଖାଉଥିବା ସାଧାରଣ ଡାଲି,ତେଲ ଉପରେ ସରକାର ଟେକ୍ସ ନେଉଛନ୍ତି ତାହେଲେ ଦୁନିଆରେ ହଜାର ହଜାର ବାବା ଓ ମାତା ଉପରେ କିଛି ଟେକ୍ସ କି କଟକଣା କାହିଁକି କରୁନାହାନ୍ତି? ସରକାର କଣ ବାବା ପ୍ରେମୀ ନା ବାବାମାନେ ସତ୍ୟଯୁଗ ମଣିଷ .......ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ କେତେ ବେଳେ ନିଦ ଆସି ଯାଇଛି ଜାଣିନି ଓ ନିଦ ଭାଙ୍ଗିଲା ବେଳକୁ ପୁଣି ଏକ ନୂଆ ଦିନର ଆରମ୍ଭ ହେଇଗଲା ଭାବିଲି,ଯେତେବେଳେ ଦେଖିଲି ପୁଅ ସ୍କୁଲ୍ ପାଇଁ ପ୍ରସ୍ତୁତ ହେଉଛି ..................................................
ଆତ୍ମସମୀଖ୍ୟା
ସମ୍ପାଦନାକବି-ସମରେନ୍ଦ୍ର କୁମାର ବସା ଧନ୍ୟ ଅଟେ ସେହି ମହାନ୍ ଆତ୍ମା I ଜନ୍ମ ହୋଇଛି ଯେ ଭାରତ ଦେଶେ II ସାରା ପୃଥିବୀର ବଡ ଗଣତନ୍ତ୍ର I ଗର୍ବରେ ଆଜି ସବୁ ହରସେ II ମନ ଆଜି ମୋର ଦୁଃଖେ ଭାଙ୍ଗିପଡେ I ସତେ ଯେମିତିକା ଭଗ୍ନ ଶାମୁକା II ବନ୍ଧା ପଡି ଅଛି ସ୍ବାଧିନତା ଆମ I ନିଜ ପାଖେ ନିଜେ ହୋଇଛୁ ବୋକା II ମନ୍ଦିର କଡର ଭିକରୀଠୁ ହୀନ I ଆଜି ଆମର ଏ ମାନସିକତା II ସ୍ବପ୍ନ ଦେଖେନାହିଁ ଦିବସରେ ଯିଏ I ମୁଠେ ଭିକ ତାର ସାହା ଭରସା II ପୃଥିବୀରେ ଆଉ ଶାନ୍ତି ମିଳୁନି I କେପ୍ ଲର୍ ଖୋଜା ସରି ଗଲାଣି II ଆଧୁନିକତାର ମରିଚିକା ପଛେ I ଖୋଜୁ ଯାଇ ଅନ୍ୟ ଗ୍ରହରେ ପାଣି II ଛୁଆ ପରାଧୀନ ବାପା ମାଆ ପାଶେ I ବାପ ପରାଧୀନ କର୍ମ କ୍ଷେତ୍ରରେ II
ବଡ ମାଛ ଆଜି ଛୋଟ ମାଛ ଖାଏ I ପ୍ରଭୁ ପରାଧୀନ ଠାକୁର ଘରେ II ସୁଲତାନ୍ ଗଲେ ରାଜା ଆସିଗଲେ I ତା ପରେ ଆସିଲେ ବ୍ରିଟିଶ୍ ଭାଇ II ଇଂରେଜକୁ ତଡି ସ୍ବଧୀନ ହୋଇଲୁ I ଜାଳିଦେଲୁ ଗଣତନ୍ତ୍ର ର ଯୁଈ II ସେ ଯୁଈ ନିଆରେ ନିତି ଜଳୁ ଆମେ I ଦୁର୍ନୀତିର ଧୁଆ ଉଠେ ସବୁଠି II ଭଲ ଥିଲା ସେଇ ଫିରିଙ୍ଗି ଶାସନ I ତାଙ୍କରି ଚାବୁକ ଆମରି ପିଠି II ଦୁଇ ଶହ ବର୍ଷ ରହି ବି ସେମାନେ I କହିଲେନି ଭାରତୀୟଙ୍କ ଭାଷା II ଆଜି କିନ୍ତୁ ଆମେ ସଭ୍ୟ ମାନବ I ଛାଡି ପାରୁନାହୁଁ ଇଂରାଜୀ ଭାଷା II ହେ ମହାମାନବ ସମୀଖ୍ୟା କରିଯା I ଏ ସୁଯୋଗ ଆଉ ପାଇବୁ ନାହିଁ II ଏବେ ଯଦି ବୁଧି ନ ଶିଖିବ ସବୁ I ଭାରତ ସଂସ୍କୃତି ରହିବ ନାହିଁ III <<<@>>>
ଓଡ଼ିଶାରେ ଗାନ୍ଧୀ
ସମ୍ପାଦନାଅଧ୍ୟାପକ-ସମରେନ୍ଦ୍ର କୁମାର୍ ବଶା
ମହାତ୍ମାଗାନ୍ଧୀ ସାରା ବିଶ୍ୱରେ ବିଖ୍ୟାତ,କିନ୍ତୁ ଓଡିଶାର ଏକ ଛୋଟିଆ ଗାଁ ରେ ତାଙ୍କର ମନ୍ଦିର ନିର୍ମାଣ କରାଯାଇ ସାରା ବିଶ୍ୱରେ ଓଡିଶାର ନାଁ ସ୍ୱର୍ଣ ଅକ୍ଷରରେ ଲିପିବଦ୍ଧ ଯାହା କି ଭାରତର ଗୋଟିଏ ମାତ୍ର ମନ୍ଦିର ଯେଉଁଥିରେ ଆଜି ବି ବାପୁ ପୂଜା ପାଉଛନ୍ତି ସମ୍ବଲପୁର୍ ସହରର ଭାତ୍ରା ଗ୍ରାମରେ ଉକ୍ତ ମନ୍ଦିରଟି ଅବସ୍ଥିତ ଯେଉଁଥିରେ ଗାନ୍ଧୀଙ୍କର ପ୍ରତିମାକୁ ଏକ ତ୍ରିରଙ୍ଗା ପତାକା ତଳେ ସ୍ଥାପନା କରାଯାଇଛି ଓ ସମସ୍ତ ଜାତିର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହୋଇଛି ଜଣେ ଦଳିତ କାଳିଆ ବାଗ୍ ନାମକ ପୂଜକ ଏହାର ପୂଜାରୀ ସେଠାରେ ସକାଳ ଓ ସନ୍ଧ୍ୟା ଆଳତୀ ପରେ ଗାନ୍ଧୀଙ୍କର ଜୀବନୀ ପାଠ କରାଯାଏ ଏହାର ନିର୍ମାତା ହେଲେ ପୁର୍ବ ବିଧାୟକ ଅଭିମନ୍ୟୁ କୁମାର୍ ,ସେ କହନ୍ତି ଯେତେବେଳେ ଦଳିତ ହିସାବରେ ମୁଁ ବିଭିନ୍ନ ମନ୍ଦିରକୁ ଯିବାର ସୁଯୋଗ ପାଇ ନ ଥିଲି,ତେଣୁ ୧୯୭୧ ମସିହାରେ ବିଧାୟକ ହେଲା ପରେ ଏହି ମନ୍ଦିରର ନିର୍ମାଣ କରିବାର ଆଗ୍ରହ ପ୍ରକାଶ କରିଥିଲି ଓ ସେଠାରେ ସମସ୍ତ ଦଳିତ ଓ ଅଶ୍ପ୍ରୁସ୍ୟ ଲୋକଙ୍କୁ ଅବାଧ ପ୍ରବେଶର ବ୍ୟବସ୍ଥା ମଧ୍ୟ କରିଥିଲି,ସତରେ କେତେ ମହାନ୍ ଚିନ୍ତାଧାରା ଓଡିଶା ବାସୀଙ୍କର ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକଟୋବର ୧୮୬୯ ୧୯୪୮) ଭାରତୀୟ ସ୍ଵାଧିନତା ଆନ୍ଦୋଳନର ଜଣେ ମହାନ ନେତା । ଅହିଁସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜି ବୋଲି ଆଦରରେ କୁହାଯାଏ । ପ୍ରଥମ ଗସ୍ତ: ୧୯୨୩ ମାର୍ଚ୍ଚ ୨୩, କଟକ ଗୋପବନ୍ଧୁଙ୍କ ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ । ଉତ୍କଳମଣି ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ଵରାଜ ଆଶ୍ରମକୁ ଘେନି ଯାଇଥିଲେ । ସେହିଦିନ ସନ୍ଧ୍ୟାରେ କଟକ କାଠଯୋଡ଼ି ନଦୀର ଗଣେଶଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା । ସେହି ସାଧାରଣ ସଭାରେ ଗାନ୍ଧୀଜୀଙ୍କ ବାଣୀକୁ ଗ୍ରହଣ କରି ବହୁଛାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି କ୍ରମରେ ଗାନ୍ଧୀଜୀ ମାର୍ଚ୍ଚ ୨୬ତାରିଖରେ ପୁରୀରେ ପହଞ୍ଚି, ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ଗହଣରେ ପୁରୀ ଜିଲ୍ଲାର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ । ଦ୍ଵିତୀୟ ଗସ୍ତ: ୧୯୨୫ ଅଗଷ୍ଟ ୧୯, କଟକ ଉତ୍କଳଗୌରବ ମଧୁସୂଦନଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ତାରିଖରେ ଗାନ୍ଧୀଜୀ ପୁନର୍ବାର କଟକରେ ପଦାର୍ପଣ କରିଥିଲେ । ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ଟାନେରୀ ନାମକ ଜୋତା କାରଖାନାଟି ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ ମନସ୍ଥ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ତୃତୀୟ ଗସ୍ତ: ୧୯୨୭ ଡିସେମ୍ବର ୨୧, କଟକ ତୃତୀୟ ଥର ନିମନ୍ତେ ଓଡ଼ିଶା ପରିଦର୍ଶନରେ ଆସି କଟକଠାରେ ଭାଷାକୋଶବିତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଆମନ୍ତ୍ରଣ କ୍ରମେ ତାଙ୍କ ଗୃହରେ କିଛି ସମୟ କଟାଇଥିଲେ । ପ୍ରହରାଜ ମହୋଦୟଙ୍କ ଅଧ୍ୟବସାୟ ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଭଳି ଏକ ବିରାଟ ଗ୍ରନ୍ଥ-ପ୍ରକଳ୍ପ ସଂକଳନକୁ ଗାନ୍ଧୀଜୀ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପୂର୍ବୋକ୍ତ କୁଷ୍ଠାଶ୍ରମଟି ଦେଖି ଆଶ୍ରମବାସୀଙ୍କୁ ଗୋଟିଏ ସେବତୀଫୁଲ ତୋଡ଼ା ଓ ଏକ ଟୋକେଇପୂର୍ଣ୍ଣ କମଳାଲେମ୍ବୁ ଉପହାର ପ୍ରଦାନ କରିଥିଲେ । ଚତୁର୍ଥ ଗସ୍ତ: ୧୯୨୮ ୧୯୨୮ର ଦାରୁଣ ବନ୍ୟା ସମୟରେ ଗାନ୍ଧୀଜୀ ଚତୁର୍ଥ ଥର ନିମନ୍ତେ ଓଡ଼ିଶା ଆସିବା ବେଳକୁ ତାଙ୍କର ସହକର୍ମୀ ଗୋପବନ୍ଧୁଙ୍କର ଦେହାନ୍ତ ହୋଇସାରିଥିଲା । ଗୋପବନ୍ଧୁଙ୍କର ନିଃସ୍ଵାର୍ଥ ଜନସେବା, ଦରିଦ୍ର-ନାରାୟଣଙ୍କ ପ୍ରତି ଗଭୀର ସମବେଦନାକୁ ସ୍ମରଣ କରି ସେହି ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଗାନ୍ଧୀଜୀ ତାଙ୍କର ୟଙ୍ଗ ଇଣ୍ଡିଆ ପତ୍ରିକାରେ ବର୍ଣ୍ଣନା କରିଥିଲେ । ବାଲେଶ୍ଵର ଗସ୍ତକାଳରେ ଗାନ୍ଧୀଜୀ ବହୁ ବନ୍ୟାଞ୍ଚଳ ଗସ୍ତ କରିଥିଲେ । ଏହି ଗସ୍ତକାଳରେ ଗାନ୍ଧୀଜୀଙ୍କ ଇଂରେଜ ବନ୍ଧୁ ଏସ. ଏଫ. ଆଣ୍ଡୃଜ ତାଙ୍କ ଅନୁରୋଧ କ୍ରମେ ଓଡ଼ିଶାର ବିସ୍ତୀର୍ଣ୍ଣ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ତାଙ୍କ ଲିଖିତ ‘ଇଣ୍ଡିଆ ଆଣ୍ଡ ସାଇମନ କମିଶନ ରିପୋର୍ଟ’ରେ ଏହି ବନ୍ୟାର କରୁଣ ଚିତ୍ର ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରିଥିଲେ, ଯାହା ଫଳରେ ସେ କାଳର ବିହାର-ଓଡ଼ିଶା ସରକାର ବାଧ୍ୟ ହୋଇ ଓଡ଼ିଶାକୁ ତୁରନ୍ତ ରିଲିଫ ସାମଗ୍ରୀ ପଠାଇଥିଲେ ।
ଗୁଡ ଲଡୁ(ଅଣୁ ଗଳ୍ପ )
ସମ୍ପାଦନାଅନିତା ଜଣେ ବହୁତ୍ ଧନୀ ସେଠଙ୍କ ଏକ ମାତ୍ର ଝିଅ ହୋଇଥିବାରୁ ତାର ବିବାହ ଗୋଟେ ଖୁବ୍ ଧନୀ ଘର ପିଲା ସହ ବହୁତ୍ ଧୁମ୍ ଧାମରେ ଅନୁଷ୍ଠିତ ହେଲା,କିନ୍ତୁ ଯେହେତୁ ତା ଭାଗ୍ୟରେ ସୁଖ ନ ଥିଲା ତେଣୁ କିଛି ଦିନ ପରେ ସେ ପିଲାଟି ସବୁ ସମ୍ପତ୍ତି ବିକି ମଦ ଓ ଜୁଆରେ ଉଡାଇ ଦେଲା,ଏହା ଦେଖି ଅନିତାର ମାଆ ତାଙ୍କ ସ୍ୱାମୀଙ୍କୁ କହିଲେ ତମେ ତ୍ ଦୁନିଆର ଲୋକଙ୍କୁ ସାହାଯ୍ୟ କରୁଛ ହେଲେ ନିଜ ଝିଅଟା ଏତେ କଷ୍ଟ ପାଉଛି ତାକୁ ଟିକେ ସାହାଯ୍ୟ କରୁନ ଏହା ଶୁଣି ସେଠଜୀ କହିଲେ ଯେବେ ତାର ଭାଗ୍ୟ ଖୋଲିବ ସବୁ ତାକୁ ଆପେ ଆପେ ମିଳିଯିବ ଦିନେ ସେଠ୍ ନ ଥିବା ସମୟରେ ତାଙ୍କ ଜ୍ୱାଇଁ ତାଙ୍କ ଘରକୁ ବୁଲିବାକୁ ଆସିଥିଲେ ଓ ତାଙ୍କ ଶାଶୁ ମାଆ ତାଙ୍କୁ ଅନେକ୍ ସେବା କଲେ ଓ ମନେ ମନେ ଚିନ୍ତା କଲେ ଯେ ଝିଅକୁ କିଛି ସାହାଯ୍ୟ କରିବାକୁ ଏବଂ ଝିଅକୁ ଯେହେତୁ ଗୁଡ ଲଡୁ ଅତି ପ୍ରିୟ ତେଣୁ ସେ ନିଜ ହାତରେ ତିଆରି କରିଥିବା ଗୁଡଲଡୁର ଏକ ପୁଡିଆ କରି ତା ଭିତରେ କିଛି ଟଙ୍କା ଲୁଚାଇ ଜ୍ୱାଇଁକୁ ଦେଲେ,ଜ୍ୱାଇଁ ତାକୁ ନେଇ ଘରକୁ ଯିବା ବାଟରେ ଚିନ୍ତା କଲା ଯେ ଯଦି ଏ ପୁଡିଆକୁ ବିକିଦିଏ ତାକୁ କିଛି ଟଙ୍କା ମିଳିବ ଓ ସେଥିରେ ତାର ମଦପିଆ ହୋଇଯିବ,ଓ ସେ ସେଇଆ ମଧ୍ୟ କଲା ଦୁଇଦିନ ପରେ ସେଠ୍ ଘରକୁ ଫେରିଲେ ଓ ସ୍ତ୍ରୀ ପାଇଁ ସେ ଦୋକାନରୁ କିଛି ମିଠା ନେଇଯିବେ ଭାବିଲେ ଦୋକାନୀ ତାଙ୍କୁ ସେହି ଗୁଡଲଡୁ ପୁଡିଆଟି ପୁଣି ବିକିଦେଲା,ତାକୁ ନେଇ ଘରେ ପହଞ୍ଛି ସ୍ତ୍ରୀକୁ ପୁଡିଆଟି ଦେଲେ ତାକୁ ଖୋଲି ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ସବୁ କଥା ସ୍ୱାମୀଙ୍କୁ କହିଲେ,ସ୍ୱାମୀ ଅତି ଶାନ୍ତ ହୋଇ ଉତ୍ତର ଦେଲେ ଯେ ମୁଁ ତମକୁ ଆଗରୁ ବି ଏକଥା କହିଛି ଯେ ତାର ଭାଗ୍ୟ ଖୋଲିଲେ ସବୁ ସାହାଯ୍ୟ ଆପେ ଆପେ ମିଳିଯିବ ବୋଲି,ଏ କଥା ଶୁଣି ସ୍ତ୍ରୀ ଅବାକ୍ ନୟନରେ ସ୍ୱାମୀଙ୍କୁ ଚାହିଁ ରହିଲେ......
ଅଧ୍ୟାପକ-ସମରେନ୍ଦ୍ର କୁମାର ବଶା
ବାରିପଦା-୯୪୩୭୬୧୫୮୦୭
ଅରୁଚି
ସମ୍ପାଦନାଅଧ୍ୟାପକ-ସମରେନ୍ଦ୍ର କୁମାର ବଶା-୯୪୩୭୬୧୫୮୦୭ ରୁଚିକର ଖାଦ୍ୟ ଅଜୀର୍ଣ୍ଣ ହେଲାଣି ଦୁନିଆର ଏ କି ନିୟମ ସାର ଦିଆ ସବୁ ସୁଆଦିଆ ଲାଗେ ବାସି ହେଉ ଅବା ଗରମ ବାପା ମାଆ କଥା ରୁଚିକର ନୁହେଁ ଥାଏ ଯେବେ ଶିଶୁଟିଏ ଖେଳା ବୁଲା ତାକୁ ବେଶି ଭଲ ଲାଗେ ପାଠରେ ମନ ନ ଦିଏ ସେ କଥାର ମର୍ମ ବୁଝିପାରେ ସିଏ ହୋଇଗଲେ ନାଗରିକ ଯଦି ରୁଚିଥାନ୍ତା ସେ ବେଳର କଥା ସୁଖ ହୁଅନ୍ତା ଦୈନିକ ନେତାଙ୍କୁ ରୁଚୁନି ମଣିଷ ପଣିଆ ଅମଣିଷ ତାର ପ୍ରିୟ ରାଜନୀତି ଖୋଳ ପିନ୍ଧିଥାନ୍ତି ସିନା ସମ୍ପତ୍ତିରେ ଥାଏ ଲୟ .ଚୋରକୁ ରୁଚୁନି ଅନ୍ଧକାର ରାତି ଦିନବେଳେ ଚୋରି କରେ ପୋଲିସି ନିୟମ ଯେତେ ଥିଲେ ଥାଉ କାହାରିକୁ ସେ ନ ଡରେ ସାହିତ୍ୟ ରୁଚୁନି ଏ ଯୁଗ ପିଢିକୁ ପଢିବାର ଇଚ୍ଛା ନାହିଁ ସମାଜରେ ସେଥିପାଇଁ ଲେଖକଙ୍କ ପ୍ରୋତ୍ସାହନ ମିଳୁନାହିଁ ଶାମୁକା ଭିତରେ ଫରୁଆ ଯେଶନ ସାହିତ୍ୟର ସାରମର୍ମ ରୁଚିବ କେମିତି ସେଇ ସମାଜକୁ ବିଭାଗ କରେ ଯେ ଧର୍ମ ଅରୁଚି ହୋଇଲେ ଆଶ୍ୱସ୍ତି ଲାଗେନି ଖୋଜୁ ହଜମ ବଟିକା ତାକୁ ପାନ କରି ପାଣି ପିଇଦେଲେ ଦେହଟା ଲାଗେ ହାଲୁକା ଆଧୁନିକ ଏହି ସଭ୍ୟ ସମାଜରେ ସାହିତ୍ୟ ହେଉନି ଜୀର୍ଣ୍ଣ ପୁରାଣ ଶାସ୍ତ୍ରକୁ ବଟିକା ରୂପରେ ନେଲେ ଜାତି ହେବ ଧନ୍ୟ