ବ୍ଲେଫାରୋସ୍ପାଜ୍ମ

ରୋଗରେ ଆଖିପତା ଗତି ନିୟନ୍ତ୍ରଣ ହୋଇପାରେନି,ସାମୟିକ ଝଟକା ବା ଅନ୍ଧାର ଦେଖାଯାଏ ।

ବ୍ଲେଫାରୋସ୍ପାଜ୍ମ ରୋଗରେ ଆଖିପତା ଗତି ନିୟନ୍ତ୍ରଣ ହୋଇପାରେନି,ସାମୟିକ ଝଟକା ବା ଅନ୍ଧାର ଦେଖାଯାଏ । [୩] ପ୍ରାୟତଃ ଏହା ଆରମ୍ଭରେ ଧୀରେ ଧୀରେ ହୋଇଥାଏ ଏବଂ ଗୁରୁତର ଅବସ୍ଥାରେ ଆଖି ବନ୍ଦ ହୋଇଯାଇପାରେ । [୧] ଉଭୟ ଆଖି ସାଧାରଣତ ପ୍ରଭାବିତ ହୋଇଥାଏ । [୪] ଏହାର ଅବଧି ସ୍ୱଳ୍ପ କିମ୍ବା ଦୀର୍ଘକାଳୀନ ହୋଇପାରେ । [୧] ଏହା ଚେହେରାର ଅନ୍ୟ ଅଂଶର ଛୋଟ ଝଟକା ବା ଟୁଇଚ୍ ସହିତ ଜଡିତ ହୋଇପାରେ । [୧]

Blepharospasm
Benign essential blepharospasm (BEB), eye dystonia, eye twitching, eye spasm
Benign fasciculation syndrome of the upper eyelid in a 19-year-old male. It subsided after several days.
ଉଚ୍ଚାରଣ
ବିଭାଗNeurology, ophthalmology
ଆକ୍ରାନ୍ତ ସମୟGradual[୧]
କାରଣUnknown[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on the symptoms[୨]
ସଠିକ ରୋଗ ନିର୍ଣ୍ଣୟMeige syndrome, Bell's palsy, hemifacial spasm[୨]
ଚିକିତ୍ସାBotulinum toxin, surgery[୧]
ପୁନଃପୌନିକ1 in 20,000 people[୨]

କାରଣ ଅଜ୍ଞାତ ଅଛି । [୪] ବିପଦ କାରକଗୁଡିକ ମଧ୍ୟରେ ପାରିବାରିକ ଇତିହାସ ଓ ଆଖି ଆଘାତ ଥାଇପାରେ ।[୩] [୨] ଏହା ମଧ୍ୟ କେତେକ ଅବସ୍ଥାର ଅଂଶ ଭାବରେ ଘଟିପାରେ ଯେପରିକି ଟାର୍ଡିଭ୍ ଡିସ୍କିନେସିଆ, ୱିଲସନ୍ ରୋଗ ଏବଂ ପାର୍କିନ୍ସନିଜିମ୍ । [୨] ଭାବପ୍ରବଣ ଚାପ, ଥକାପଣ କିମ୍ବା ଉଜ୍ଜ୍ୱଳ ଆଲୋକ ଅବସ୍ଥାକୁ ଖରାପ କରିପାରେ । [୨] ଏହା ଏକ ପ୍ରକାର ଫୋକାଲ୍ ଡିଷ୍ଟୋନିଆ ।[୨] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ କରାଯାଏ । [୨]

ଏହାର କୌଣସି ଉପଶମ ନଥିବାବେଳେ ବଟୁଲିନମ୍ ଟକ୍ସିନ୍ ଇଞ୍ଜେକ୍ସନ୍ ସାମୟିକ ଭାବରେ ସାହାଯ୍ୟ କରିପାରେ ।[୩] [୫] ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଏବଂ କଫିନ୍ ବ୍ୟବହାର କଲେ ଏହି ରୋଗ ହ୍ରାସ ହୋଇପାରେ । [୧] ଆଖିପତା ମାଂସପେଶୀକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ବେଳେବେଳେ କରାଯାଇପାରେ [୧]

ଯୁକ୍ତରାଷ୍ଟ୍ରରେ ୨୦,୦୦୦ ଲୋକଙ୍କ ମଧ୍ୟରୁ ଜଣେ ବ୍ଲେଫାରୋସ୍ପାଜ୍ମ ରୋଗରେ ପ୍ରଭାବିତ ହୋଇଥାଏ । [୪] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । [୨] ଆରମ୍ଭ ସାଧାରଣ ତଃବୟସ ୪୦ରୁ ୬୦ ବର୍ଷ ବୟସ ମଧ୍ୟରେ ହୁଏ । [୩] ୧୮୭୦ ଦଶକରୁ ଏହି ଅବସ୍ଥାକୁ ବର୍ଣ୍ଣନା କରାଯାଇଛି । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Blepharospasm | National Eye Institute". www.nei.nih.gov. Archived from the original on 9 April 2019. Retrieved 24 January 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Benign Essential Blepharospasm". NORD (National Organization for Rare Disorders) (in ଆମେରିକୀୟ ଇଂରାଜୀ). Archived from the original on 2020-05-17. Retrieved 2020-05-30.
  3. ୩.୦ ୩.୧ ୩.୨ ୩.୩ "Blepharospasm | National Eye Institute". www.nei.nih.gov. Archived from the original on 9 April 2019. Retrieved 24 January 2022.
  4. ୪.୦ ୪.୧ ୪.୨ "Benign Essential Blepharospasm". NORD (National Organization for Rare Disorders) (in ଆମେରିକୀୟ ଇଂରାଜୀ). Archived from the original on 2020-05-17. Retrieved 2020-05-30.
  5. Simpson, D. M.; Hallett, M.; Ashman, E. J.; Comella, C. L.; Green, M. W.; Gronseth, G. S.; Armstrong, M. J.; Gloss, D.; Potrebic, S. (18 April 2016). "Practice guideline update summary: Botulinum neurotoxin for the treatment of blepharospasm, cervical dystonia, adult spasticity, and headache: Report of the Guideline Development Subcommittee of the American Academy of Neurology". Neurology. 86 (19): 1818–26. doi:10.1212/WNL.0000000000002560. PMC 4862245. PMID 27164716.
  6. Session, New Orleans Academy of Ophthalmology; Naugle, Thomas C.; Hesse, Richard J.; Fry, Constance L. (1995). Diagnosis and Management of Oculoplastic and Orbital Disorders: Proceedings of the 43rd Annual Symposium, New Orleans, LA, USA, February 18-20, 1994, Organized by the New Orleans Academy of Ophthalmology (in ଇଂରାଜୀ). Kugler Publications. p. 165. ISBN 978-90-6299-132-7. Archived from the original on 2022-01-24. Retrieved 2022-01-24.